ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ। ଏକାଧିକ ସହର, ଗଁା ଲୋକଙ୍କ ପାନୀୟ ଜଳ ସମସ୍ୟା ସବୁଦିନ ପାଇଁ ଦୂର ହେବ। ଜିଲାର ଅର୍ଥନୈତିକ ବିକାଶ ତ୍ୱରାନ୍ବିତ ହେବ। ଅନଗ୍ରସର ଜିଲା ତାଲିକାରୁ ବାଦ୍‌ ପଡି ବିକଶିତ ତାଲିକାକୁ ଉନ୍ନୀତ ହେବ ଏଇ ଜିଲା। ଏଭଳି ବିକାଶର କଥା କହି ସରକାର ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ଓ ବଲାଙ୍ଗୀର ବ୍ଲକ ଅଧୀନ ୨୯ଖଣ୍ଡ ଗଁାର ବିସ୍ଥାପିତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ କଥାକୁ ବିଶ୍ୱାସ କରି ସହସ୍ରାଧିକ ଲୋକ ନିଜ ଭିଟାମାଟି ଛାଡିଥିଲେ। ହେଲେ ଗଁା ଛାଡିବା ଦିନଠାରୁ ବିସ୍ଥାପିତଙ୍କ ଜୀବନ ହୋଇପଡିଛି ଦୁର୍ବିଷହ। ଜିଲାକୁ ଜଳପ୍ଲାବିତ କରିବା ପାଇଁ ସର୍ବସ୍ବ ତ୍ୟାଗ କରିଥିବା ବିସ୍ଥାପିତଙ୍କୁ ଏବେ ପ୍ରଚଣ୍ଡ ଖରାରେ ମିଳୁନାହିଁ ମୁନ୍ଦାଏ ପାଣି। ଲୋଇସିଂହା ବ୍ଳକ୍‌ର କୁସମେଲସ୍ଥିତ ଲୋୟର ସୁକତେଲ ଅସ୍ଥାୟୀ ଥଇଥାନ କଲୋନୀରେ ସେମାନେ ଏବେ ସଂଘର୍ଷମୟ ଜୀବନଯାପନ କରୁଛନ୍ତି।
ଗଁାକୁ ଲାଗି ରହିଥିଲା ସୁକ୍‌ତେଲ ନଈ। ଘର ପଛପଟ ବାଡିରେ ଥିଲା କୂଅ, ପୋଖରୀ। ଘର ସମ୍ମୁଖ ରାସ୍ତା କଡରେ ଥିଲା ନଳକୂପ। ପାଣି ଅଭାବ ବୋଲି କିଛି ଜାଣି ନ ଥିଲେ ଲୋଇସିଂହା ବ୍ଲକ ବନ୍‌ଛୋରପାଲି, ଗଡଶଙ୍କର ଡୁଙ୍ଗୁରିପାଲି, ପୋଢ଼ମୁଣ୍ଡ, କୋଇଣ୍ଡାପାଲି ଓ ବିଜାପାଟି ଭଳି କେତେ ଖଣ୍ଡ ଗଁାର ଲୋକ। ଆଜି କିନ୍ତୁ ସେମାନେ ବିସ୍ଥାପିତ। ଥଇଥାନ କଲୋନୀରେ ନାହିଁ ନାହିଁର ଇଲାକା ଭିତରେ ସନ୍ତପ୍ତ ସେମାନଙ୍କ ଜୀବନ। ବଲାଙ୍ଗୀର ଜିଲା ସଦର ମହକୁମାଠାରୁ ପ୍ରାୟ ୧୫ କିଲୋମିଟର ଦୂର ଲୋଇସିଂହା ବ୍ଳକ୍‌ର କୁସମେଲସ୍ଥିତ ଲୋୟର ସୁକତେଲ ଅସ୍ଥାୟୀ ଥଇଥାନ କଲୋନୀ ଏବେ ସେମାନଙ୍କ ନୂଆ ଠିକଣା। ସେଠାରେ ରହୁଛନ୍ତି ୩୨ଟି ଭୂମିହୀନ ପରିବାର। ଗତ ପ୍ରାୟ ୯ମାସ ହେଲା ଅସ୍ଥାୟୀ ଟିଣ ଘରେ ରହୁଛନ୍ତି ଏମାନେ। ଏଠାରେ ପିଇବା ପାଣି ବ୍ୟବସ୍ଥା ନାହିଁ। ଏଣୁ ପ୍ରତିଦିନ ସକାଳୁ ଏବଂ ସଞ୍ଜରେ ପାଣି ସଂଗ୍ରହ ପାଇଁ ପ୍ରାୟ ଦେଢ଼ କିଲୋମିଟର ଦୂର ଫଟାବାହାଲ ଗଁାକୁ ଯାଇ ଆଣୁଛନ୍ତି। ଖରାଦିନ ଆସିବା ପରେ ଦିନକୁ ପ୍ରାୟ ୬ ଥର ଫଟାବାହାଲ ଯିବା ଆସିବା କରିବାକୁ ପଡୁଛି ସେମାନଙ୍କୁ ପିଇବା ପାଣି ପାଇଁ। ପ୍ରତିଦିନ ଘରର ମହିଳା ସଦସ୍ୟ ଓ କିଛି ସ୍କୁଲପିଲା ଚାଲିଚାଲି ଫଟାବାହାଲ ଯାଇ ପାଣି ସଂଗ୍ରହ କରୁଛନ୍ତି। ଥଇଥାନ କଲୋନୀରେ ନଳକୂପ ଅଛି। ଭଲ ପାଣି ବାହାରୁ ନାହିଁ। ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ବାରମ୍ବାର ଦାବି କରୁଥିଲେ ମଧ୍ୟ ପ୍ରଶାସନ ପ୍ରତିଶ୍ରୁତି ଦେଇ ଚୁପ୍‌। ଏପର୍ଯ୍ୟନ୍ତ ଆସିନାହିଁ ପାଣି ଟ୍ୟାଙ୍କର। ବିସ୍ଥାପିତମାନେ କହିଛନ୍ତି ଯେ, ସେମାନଙ୍କୁ ଠକି ଦିଆଯାଇଛି। ସେମାନଙ୍କ ଦୁଃଖ ଶୁଣିବାକୁ ଏବେ କେହି ନାହିଁ; ନା’ ପ୍ରଶାସନ ନା’ ରାଜନେତା। ଏଠାକାର ଅସ୍ଥାୟୀ ଟିଣ ଛାଉଣୀ ଘରେ ଏବେ କଲବଲ ହେଉଛନ୍ତି ଆବାଳ ବୃଦ୍ଧବନିତା। ତାପମାତ୍ରା ବୃଦ୍ଧି ଯୋଗୁ ଜୀବନ ହେଲାଣି ଦୁର୍ବିଷହ। ଟିଣଘରେ ଅନୁଭୂତ ହେଉଛି ୪୫/୪୬ ଡିଗ୍ରୀରୁ ଅଧିକ ତାପମାତ୍ରା। ଦିନ ସାରା ଲୋକେ ଟିଣଘରେ ରହି ନ ପାରି ଗଛତଳେ ରହୁଛନ୍ତି। ବିସ୍ଥାପିତ ହେବା ପୂର୍ବରୁ ଏଇ ଭୂମିହୀନ ପରିବାରବର୍ଗଙ୍କୁ ପ୍ରଶାସନ ସର୍ବାଧିକ ୫ ଲକ୍ଷ ଯାଏ ସହାୟତା ରାଶି ଦେଇଥିଲେ। ସେମାନଙ୍କୁ ଘରଡିହ, ଆବାସ ଘର ମିଳିବ ଏବଂ ସେମାନଙ୍କ ରୋଜଗାର ସୁନିଶ୍ଚିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏବେ ସବୁ ପାଣିର ଗାର। ଗତ ୯ମାସ ହେଲା ଏଇ ବିସ୍ଥାପିତଙ୍କ ପିଲାଛୁଆ ପାଠ ପଢୁନାହାନ୍ତି। ଅସ୍ଥାୟୀ କଲୋନୀ ପାଖରେ ସ୍କୁଲ ନାହିଁ। କିଛିଦିନ ତଳେ ଜିଲାପାଳ ଗୌରବ ଶିୱାଜୀ ଇସଲୱାର ଅସ୍ଥାୟୀ କଲୋନୀ ପରିଦର୍ଶନ କରି ମୌଳିକ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏ ପିଇବା ପାଣି ବ୍ୟବସ୍ଥା ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଝାଙ୍କରପାଲି, କୁସମେଲ, ଗେଡାବାଞ୍ଜି ଓ ଅନ୍ୟ ଥଇଥାନ କଲୋନୀରେ ମଧ୍ୟ ବିସ୍ଥାପିତମାନେ ପିଇବା ପାଣି ପାଇଁ ଏବେ ଡହଳ ବିକଳ। ଜିଲାକୁ ଜଳପ୍ଳାବିତ କରିବାର ସୂତ୍ରଧର ସାଜିଥିବା ଏଇ ବିସ୍ଥାପିତମାନେ ଏବେ ସର୍ବସ୍ବ ତ୍ୟାଗ କରି ପାଣିପାଇଁ ସଂଘର୍ଷ କରିବା ବିଡମ୍ବନା ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri