Odisha Elections 2024
Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। କଳ କାରଖାନା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ। ଆଜିର ଫେରିବା ବାଟରେ ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ବୃଷ
ବୃଷ
ପାପଗ୍ରହ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ମନ ଅନୁଯାୟୀ କୌଣସି କାର୍ଯ୍ୟ ସମ୍ପନ୍ନ ହେବ ନାହିଁ। ଦୂରଦର୍ଶିତା ଅଭାବରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବିବାଦୀୟ ପରିସ୍ଥିତି, ପିଲାଙ୍କ ବୈବାହିକ ସମସ୍ୟା, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଲାଗିରହିବ। କଳା, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ଧନାଧିପଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ପ୍ରଭାବରୁ ଆର୍ଥିକ, ପ୍ରଶାସନିକ, ରାଜନୈତିକ ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଶୁକ୍ରଙ୍କ ସୁପ୍ରଭାବରୁ ବିଳାସ ସାମଗ୍ରୀ କ୍ରୟ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ୍‌ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ। ପିଲାଙ୍କ କୃତିତ୍ୱ କାରଣରୁ ଖୁସି ରହିବେ।
କର୍କଟ
କର୍କଟ
ସରକାରୀ କାମରେ କେହି ଅଯଥା କିଛି ଅଭିଯୋଗ ଆଣିପାରନ୍ତି। ଅବଶ୍ୟ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଆପଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବେ। ପ୍ରଶାସନ, ସାମ୍ବାଦିକତା ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ବନ୍ଧୁମିଳନ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଶନି ଓ ମଙ୍ଗଳଙ୍କ ପ୍ରତ୍ୟକ୍ଷ ଦୃଷ୍ଟରେ ଚନ୍ଦ୍ର ମାନସିକ ସ୍ତରକୁ କ୍ଷତବିକ୍ଷତ କରିପାରେ। ବନ୍ଧୁଙ୍କ ଅନୁରୋଧ କିମ୍ବା ଅଫିସ୍‌ କାମରେ ଇଚ୍ଛା ନ ଥାଇ ମଧ୍ୟ ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେବେ। ଆର୍ଥିକ ସମସ୍ୟା ମଧ୍ୟରେ ପିଲାଙ୍କ ଆବଶ୍ୟକତା ଅପୂରଣ ରହିବ ନାହିଁ। ରବିଙ୍କ ସବଳତାରୁ ସ୍ବାସ୍ଥ୍ୟ, ପ୍ରଶାସନିକ କ୍ଷେତ୍ର, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
କନ୍ୟା
ଭାଗ୍ୟାଧିପତି ଉଚ୍ଚସ୍ଥ ହେତୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣ କାମରୁ ଲାଭବାନ୍‌ ହେବେ। ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତି ଅନୁଭବ କରିପାରନ୍ତି।
ତୁଳା
ତୁଳା
ନିରାମୟ ସ୍ବାସ୍ଥ୍ୟ ସଙ୍ଗକୁ ସରଳ ସାବଲୀଳ ଭାବରେ ଆଜିର ଜୀବନଯାତ୍ରା ସ୍ବାଭାବିକ ରହିବ। ମଙ୍ଗଳ ଓ ଶନିଙ୍କ ସ୍ଥିତିଜନିତ ପାରିବାରିକ ସ୍ଥିତି ପରିବର୍ତ୍ତନର ଆଶା କରାଯାଇ ନ ପାରେ। ଆଇନ ଅଦାଲତ, ସଂଗଠନ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ। ହଠାତ୍‌ ଜଣେ ପ୍ରିୟବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ।
ବିଛା
ବିଛା
ଅଯଥା ବ୍ୟୟ ସାଙ୍ଗକୁ ସମ୍ପର୍କୀୟଙ୍କ ବେଖାତିର କଥା ବେଶି ବାଧିବ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ମତାନ୍ତର ଘଟିବାର ସୂଚନା ରହିଛି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପ ନବମସ୍ଥ ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଅତୀତ ଘଟଣା କିମ୍ବା ଅନ୍ୟମାନଙ୍କ ଘରୋଇ କଥା ଆଲୋଚନାରେ ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ଭଟ୍ଟା ପଡ଼ିଥିବା ସମ୍ପର୍କ ଯୋଡ଼ିବା ସକାଶେ ପ୍ରଯନତ୍ କଲେ ସଫଳ ହେବେ। ଯାତ୍ରା, ପ୍ରତିଯୋଗିତା, ପରିବହନ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିପାରନ୍ତି।
ମକର
ମକର
ସପ୍ତମାଧିପ ଦୁଃସ୍ଥାନସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତାରେ ବିଫଳ ହେବେ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ଲାଗିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କୁମ୍ଭ
କୁମ୍ଭ
ରାଶିରେ ମଙ୍ଗଳ ଅବସ୍ଥାନ କରୁଥିବାରୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଶୁକ୍ରଙ୍କ ସୁପ୍ରଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ସକାଶେ କେତୁ ପ୍ରଭାବରୁ ମାନସିକ ଓ ଶାରୀରିକ ସୁସ୍ଥତା ରହି ନ ପାରେ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବ।
ମୀନମୀନ

ମନ ପ୍ରଫୁଲ୍ଲ ରହିବ ଓ ଏବଂ କାମଗୁଡ଼ିକ ସୁରୁଖୁରୁରେ ସମ୍ପାଦିତ ହୋଇଯିବ। କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ, ନୂତନ ମେଶିନାରି ଜିନିଷ କିଣି ପାରନ୍ତି। ରେବତୀ ନକ୍ଷତ୍ରର ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ସାମୟିକ ଦୁଶ୍ଚିନ୍ତାମୁକ୍ତ ହେବେ। ସହକର୍ମୀଙ୍କ ସହ ଆଲୋଚନା ଅନୁଯାୟୀ ଆଜିର ଅଫିସିଆଲି କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୨ ତାରିଖ – Daily Horoscope

ମେଷ ଆଜି ଆତ୍ମୀୟଙ୍କ ସହ ପୂର୍ବ ବିବାଦ, ପକ୍ଷପାତ ବିଚାର, ବିବାଦୀୟ କଥାକୁ କେନ୍ଦ୍ରକରି ଅଶାନ୍ତ ରହିପାରନ୍ତି। ସ୍ବାସ୍ଥ୍ୟ ଠିକ୍‌ ରହିବ, ବକେୟା ଅର୍ଥ ପାଇବାରେ...

ରାଶିଫଳ: ମଙ୍ଗଳବାର, ମେ ୨୧ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବ୍ୟବସାୟରେ ସୁଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ଓ ପାରିବାରିକ ଦିଗଟି ଭଲ ରହିବ ଏବଂ...

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ...

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ...

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା...

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ...

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri