ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ବହୁଗୁଣ ଲାଭ ଦେବା ଆଳରେ ୧.୧୧ କୋଟି ଟଙ୍କା ଠକେଇ ମାମଲାରେ କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳର ଆତ୍ମଜ୍ୟୋତି ନାୟକ (୨୧)। ଆତ୍ମଜ୍ୟୋତି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବ୍ୟାଚେଲର ଅଫ୍‌ ମ୍ୟାନେଜ୍‌ମେଣ୍ଟ (ବିବିଏମ୍‌) ଶେଷବର୍ଷର ଛାତ୍ର। ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍‌ ଓ ୩ଟି ବ୍ୟାଙ୍କ୍‌ ପାସବୁକ୍‌ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ତଥ୍ୟ ଯୋଗାଡ଼ କରିବ। ଏଥିପାଇଁ କୋର୍ଟରେ ୩ଦିନିଆ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ପୋଲିସ ସୂଚନା ଦେବା ସହ ଏହି ମାମଲାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଠକେଇର ଶିକାର ଜଣେ ମହିଳାଙ୍କ ଏତଲା ଆଧାରରେ ଗତ ଜାନୁଆରୀ ୫ରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଥାନା ଏକ ମାମଲା (ନଂ.୫/୨୦୨୪) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ମହିଳାଙ୍କ ସମେତ ୯ ଜଣ ୧.୧୧ କୋଟି ଟଙ୍କା ନିବେଶ କରି ଆତ୍ମଜ୍ୟୋତିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଏତଲାରେ ଦର୍ଶାଇଥିଲେ। ଆତ୍ମଜ୍ୟୋତି ‘ଇମ୍ପେରିଆଲ ଇନ୍‌ଭେଷ୍ଟର’ ନାଁରେ ଏକ କମ୍ପାନୀ କରିଥିବା ଦର୍ଶାଇ ସୋସିଆଲ ମିଡିଆରେ ୱେବ୍‌ପେଜ୍‌ ଖୋଲିଥିଲେ। ସେଥିରେ ସେ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ନିବେଶ ଟଙ୍କାର ୧୦ରୁ ୧୫% ପ୍ରତିମାସ ଲାଭ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆତ୍ମଜ୍ୟୋତି ତାଙ୍କ କମ୍ପାନୀକୁ ‘ରେଜିଷ୍ଟର ଅଫ୍‌ କମ୍ପାନୀ’ରେ ପଞ୍ଜୀକୃତ କରି ନ ଥିବାବେଳେ ଲୋକଙ୍କ ପାଖରୁ ଟଙ୍କା ଗ୍ରହଣ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଠାରୁ ମଧ୍ୟ ଅନୁମତି ପାଇ ନ ଥିଲେ। ନିବେଶକଙ୍କଠାରୁ ଆଣିଥିବା ସବୁ ଟଙ୍କାକୁ ସେ ଷ୍ଟକ୍‌ ମାର୍କେଟ୍‌ରେ ଶେୟାର ଟ୍ରେଡିଂ କରିଥିଲେ। ଏପରିକି ଲୋକଙ୍କ ବିଶ୍ୱାସ ଜିତିବାକୁ ୧୨ଲକ୍ଷ ଟଙ୍କା ମଧ୍ୟ ପ୍ରଥମେ ଦେଇଥିଲେ। ପରବର୍ତ୍ତୀ ସମୟରେ ଆତ୍ମଜ୍ୟୋତି ଠକେଇ କରିଥିଲେ। ତେବେ ପୋଲିସ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଥିବାବେଳେ ସେଗୁଡ଼ିକରେ ଟଙ୍କା ନ ଥିବା ଜାଣିବାକୁ ପାଇଛି। ଆତ୍ମଜ୍ୟୋତିଙ୍କୁ ରିମାଣ୍ଡରେ ଆଣିବା ପରେ ପଚରାଉଚରା କରି ଏ ଦିଗରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri