Odisha Elections 2024

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଛି। ନବ ନିର୍ମାଣ କୃଷକ ସଂଗଠନ ଦୀପକ ନାୟକଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଛି। ତେବେ ପ୍ରମୁଖ ବିରୋଧୀ ଦଳ ଭାଜପା ଏପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ନିର୍ବାଚନ ପ୍ରଚାରରେ ପଛରେ ପଡ଼ିଛନ୍ତି। ଭାଜପାରୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକ, ପୂର୍ବତନ ଜିଲା ପରିଷଦ ସଦସ୍ୟା ମମିତା ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଗୌତମ ନାଏକ ଟିକେଟ ପାଇଁ ଲବି ଚଳାଇଛନ୍ତି। ତେବେ ଚାମ୍ପୁଆର ପ୍ରଭାବଶାଳୀ ନେତା ସନାତନ ମହାକୁଡ଼ ଭାଜପାରେ ଯୋଗ ଦେବା ନେଇ ଆଲୋଚନା ହେଉଛି। ତେଣୁ ପାଟଣା, ଚମ୍ପୁଆ ଓ ତେଲକୋଇ ଭଳି ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛି ବୋଲି ଭାଜପାର ଜଣେ ନେତା ନାମ ଗୋପନ ରଖି କହିଛନ୍ତି। ସନାତନ କୁଆଡ଼େ ନିଜ ସମର୍ଥିତ ପ୍ରାର୍ଥୀ ଦେବାକୁ ଚାହୁଁ ଥିବାରୁ ଅଡ଼ୁଆ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର; ଶାରଦା- ରାକେଶ ବି ବହିଷ୍କୃତ

ଭୁବନେଶ୍ୱର,୧୭।୫: ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ସେହିଭଳି ମାହାଙ୍ଗାର ଶାରଦା ପ୍ରଧାନ ଏବଂ ସୋରର ରାକେଶ ମଲ୍ଲିକ ମଧ୍ୟ ଭାଜପାରୁ ବହିଷ୍କୃତ...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଘୋଷଣା ହେଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ, ଜାଣନ୍ତୁ…

ଭୁବନେଶ୍ୱର,୧୭।୫: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ(ପିଜି) ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ ।...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri