Odisha Elections 2024
Posted inଜାତୀୟ

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। କୋଟିପତି ବ୍ୟବସାୟୀ ଭାବେଶ ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସମସ୍ତ ସାଂସାରିକ ମୋହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତିଙ୍କ ସନ୍ନ୍ୟାସୀ ନେବା ପଛରେ ତାଙ୍କର ପୂଅ ଓ ଝିଅ ରହିଥିବା କୁହାଯାଉଛି। ୨ ବର୍ଷ ତଳେ ତାଙ୍କ ୧୯ ବର୍ଷର ଝିଅ ଓ ୧୬ ବର୍ଷର ପୁଅ ଜୈନଧର୍ମର ସନ୍ନ୍ୟାସୀ ଦୀକ୍ଷା ନେଇଥିଲେ।ପୁଅ ଓ ଝିଅ ଦୀକ୍ଷା ନେବା ପରେ ଏହି ଦମ୍ପତିଙ୍କର ସାଂସାରିକ ଜୀବନରୁ ମୋହ ଭଙ୍ଗ ଘଟିଛି। ସନ୍ୟାସୀ ଭାବେ ସରଳ ଓ ସଂଯମତାର ନିଜର ପରବର୍ତ୍ତୀ ଜୀବନ ଅତିବାହିତ କରିବାକୁ ଉଭୟ ଭାବେଶ ଓ ତାଙ୍କ ସ୍ତ୍ରୀ ଜିନଲ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ରେ ଭାବେଶ ନିଜ ସ୍ତ୍ରୀଙ୍କ ସହ ଅହମଦାବାଦ ରିଭରଫ୍ରଣ୍ଟଠାରେ ଜୈନଧର୍ମର ଦୀକ୍ଷା ନେବେ। ଦୀକ୍ଷା ନେବା ପରେ ଉଭୟ ସମ୍ପୂର୍ଣ୍ଣ ଭାବେ ପାରିବାରିକ ସମ୍ପର୍କରୁ ମୁକ୍ତ ହେବେ ବୋଲି ଭାବେଶ ସୂଚନା ଦେଇଛନ୍ତି। ସେହିପରି ଏହି ଦମ୍ପତି ନିଜ ସହ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରଖିପାରିବେ ନାହିଁ। ସବୁବେଳେ ଖାଲିପାଦରେ ଚାଲିବା ସହ କେବଳ ଭିକ୍ଷାବୃତ୍ତି କରି ଉଭୟେ ନିଜର ଗୁଜରାଣ ମେଣ୍ଟାଇବେ। ସନ୍ନ୍ୟାସୀ ଦୀକ୍ଷା ନେବା ପରେ ସେମାନଙ୍କୁ ଧଳାବସ୍ତ୍ର ପରିଧାନ କରି ଅହିଂସା ମାର୍ଗ ଆପଣାଇବାକୁ ପଡ଼ିବ ବୋଲି ଭାବେଶ ସୂଚନା ଦେଇଛନ୍ତି। ସୋମବାର ଏହି ଭଣ୍ଡାରୀ ଦମ୍ପତ୍ତି ହିମ୍ମତ ନଗର ଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ନିଜର ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀକୁ ଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଅନୁରୂପ ଭାବେ ଗୁଜରାଟର ଜଣେ କୋଟିପତି ହୀରା ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ। ସେହିପରି ୨୦୧୭ରେ ମଧ୍ୟପ୍ରଦେଶର ଏକ ଧନୀ ଦମ୍ପତି ନିଜ ୧୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବା ସହ ୩ ବର୍ଷର ଝିଅ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri