ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ ମାଆ ପାଲି (୬୦) ଓ ବାପା ଗୁରା ମୁଣ୍ଡା (୬୫) ବୋଲି ଜଣାପଡିଛି। ପୋଲିସ ହତ୍ୟା ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡା (୩୫)ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

 

ଆଜି ସକାଳେ ଘରୋଇ କନ୍ଦଳକୁ ନେଇ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠ ବୋଝ ବାପା ଉପରେ କଚାଡ଼ି ଦେଲେ। ସେହିପରି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ଉଦ୍ଧାର କରିବାକୁ ଆସିଥିବା ମା’କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମା’ଙ୍କୁ ପ୍ରଥମେ ଚମ୍ପୁଆ ମେଡ଼ିକାଲ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ

ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି...

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରୁ ଭାଜାପା: ବିଜେଡି

ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭାଜପା ନେତାଙ୍କ ମିଛ ଧରାପଡିଛି। ମହାନଦୀ ଶୁଖିଲା ପଡିଛି, ଏଥିପାଇଁ ଦାୟୀ କିଏ। ସେ...

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ବିଜେଡି ନିର୍ବାଚନୀ ଇସ୍ତାହାର : ଯୁବତୀଯୁବକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, ମାଗଣା ବିଜୁଳି ସହ BSKY କାର୍ଡକୁ ନେଇ ହେଲା ବଡ଼ ଘୋଷଣା

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri