ଉଦ୍ୟୋଗୀ ହେବା ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା

ଗଞ୍ଜାମର ଗ୍ରାମାଞ୍ଚଳରୁ ଜୀବନ ଆରମ୍ଭକରି ଗ୍ରାମ୍ୟ ପରିବେଶରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଅତି ନିକଟରୁ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରିଚାଳନାଗତ ଦକ୍ଷତା ଆହରଣ କରିପାରିଥିଲେ। ମାତ୍ର ଜୀବନରେ ଆଗକୁ ବଢ଼ିବାର ଆଶା ସବୁ ବାଧାକୁ ଅତିକ୍ରମ କରିଥିଲା। ଉଦ୍ୟୋଗୀ ମଣିଷ ପାଇଁ ନିରନ୍ତର ଉଦ୍ୟମ ହିିଁ ସର୍ବଶ୍ରେଷ୍ଠ ବୋଲି ସେ ପ୍ରମାଣିତ କଲେ। ନା ଥିଲା ଅର୍ଥ, ସମ୍ପତ୍ତି ବା ପ୍ରୋତ୍ସାହନ, କିନ୍ତୁ ସେ ଆଜି ଜଣେ ପରିଚିତ ଶିଳ୍ପପତି। ସରୋଜ କୁମାର ପାତ୍ର, ପରିଚାଳନା ନିର୍ଦ୍ଦେଶକ, ସୌକିନ୍‌ ଇଣ୍ଡଷ୍ଟ୍ରିଜ ପ୍ରା.ଲିଃଙ୍କ ଧରିତ୍ରୀ ସହ ଏକ ଆଳାପ…

ପ୍ର- ବୃତ୍ତିଗତ ପୂର୍ବରୁ ଜୀବନ କିପରି ଥିଲା?
ଉ- ଗଞ୍ଜାମ ସୋରଡ଼ା ଥାନାର ନୂଆଗଡ଼ରେ ମୋର ଜନ୍ମ। ଗ୍ରାମ୍ୟ ପରିବେଶରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ପରେ ଡି. ଫାର୍ମାରେ ନାମ ଲେଖାଇଲି। ଏଥିରେ ସଫଳ ଭାବେ ଉତ୍ତୀର୍ଣ୍ଣ ହେବା ପରେ ମୋ ବାପାଙ୍କ ବ୍ୟବସାୟସ୍ଥଳ ରେଙ୍ଗାଲିଠାରେ ଏକ ଔଷଧ ଦୋକାନ ଆରମ୍ଭ କଲି। ମାତ୍ର ଏମ୍‌ବିଏ ଶିକ୍ଷା ପ୍ରତି ମୋର ଅହେତୁକ ଆଗ୍ରହ ରହିଥିଲା। ଏଥିପାଇଁ ଗ୍ରାଜୁଏଶନର ଆବଶ୍ୟକତା ଥିବାରୁ ପୁନଶ୍ଚ ମୁଁ ରେଙ୍ଗାଲି କଲେଜରେ ଡିଗ୍ରୀରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହେଲି। ପ୍ରତିଯୋଗିତାମୂଳକ ପରୀକ୍ଷା ମ୍ୟାଟ୍‌ରେ ସପ୍ତମ ସ୍ଥାନରେ ରହି ଏମ୍‌ବିଏ ପଢ଼ିବା ପାଇଁ ଦିଲ୍ଲୀ ଗଲି। ସେଠାରେ ଘଟଣାକ୍ରମେ ଆଇଆଇଏମ୍‌ଟି ଅନୁଷ୍ଠାନରେ ଏମ୍‌ବିଏ ପଢ଼ିଲି।
ପ୍ର- ଚାକିରି ଜୀବନରୁ ବାହାରି ଉଦ୍ୟୋଗପତି ହେବାପାଇଁ ମନ ବଳାଇଲେ କିପରି?
ଉ- ଏମ୍‌ବିଏ ପାସ୍‌ ପରେ ମୁଁ ଏକ କମ୍ପାନୀରେ ଚାକିରି ଜୀବନ ଆରମ୍ଭ କଲି। ଏହି ସମୟରେ ମୁଁ ଦିଲ୍ଲୀର ପ୍ରଗତି ମଇଦାନରେ ହେଉଥିବା ପ୍ରାୟ ବ୍ୟବସାୟିକ ପ୍ରଦର୍ଶନୀଗୁଡ଼ିକ ବୁଲିବାକୁ ଯାଇଥାଏ। ୨୦୦୨ ମସିହାର ଶେଷ ଆଡ଼କୁ ମୁଁ ତକିଆ ତିଆରି ବ୍ୟବସାୟ ଆରମ୍ଭକଲି। ପ୍ର- ସୌକିନ୍‌ ବ୍ରାଣ୍ଡ୍‌କୁ କିପରି ସାରା ଓଡ଼ିଶାରେ ପରିଚିତ କରାଇପାରିଲେ?
ଉ- ଉତ୍ପାଦର ଗୁଣବତ୍ତା,ଗ୍ରାହକଙ୍କ ଚାହିଦା ଓ ମୂଲ୍ୟକୁ ସନ୍ତୁଳିତ ରଖିଲେ ଜିନିଷର ଲୋକପ୍ରିୟତା ବଢ଼େ। ମୁଁ ମଧ୍ୟ ଏହି ଧାରାକୁ ଆପଣାଇଥିଲି। ଏହାପରେ କେତେକ ନାମୀ କମ୍ପାନୀ ପାଇଁ ମୁଁ ଓଇଏମ୍‌ ଭାବେ ତକିଆ ତିଆରିକରି ଯୋଗାଇଦେଇଥିଲି। ଧୀରେ ଧୀରେ ମୋର ବ୍ୟବସାୟ ବୃଦ୍ଧି ଘଟିଲା ଏବଂ ଏହାକୁ ଚିହ୍ନିତ କରିବା ପାଇଁ ସୌକିନ୍‌ ନାମ ରଖିଲି। ଏହା ପରେ ଏକ ନାମୀ ଗଦି କମ୍ପାନୀର ବିତରକ ଭାବେ କାର୍ଯ୍ୟ ଆରମ୍ଭକଲି।
ପ୍ର- ସାମ୍ପ୍ରତିକ ବଜାରରେ ଆପଣଙ୍କ ବ୍ରାଣ୍ଡ୍‌ର ଚାହିଦା କିପରି ଅଛି?
ଉ- ପୂର୍ବରୁ ବିଛଣା କହିଲେ ଲୋକମାନେ ଶପ ବା ମସିଣା ଉପରେ କିଛି ଲୁଗା ବା ହାତ ତିଆରି ତୁଳା ଗଦି ବ୍ୟବହାର କରୁଥିଲେ। ମାତ୍ର ଆଜିର ଯୁଗରେ ସେ ଟ୍ରେଣ୍ଡ୍‌ ପରିବର୍ତ୍ତିତ ହୋଇଛି। ସୌକିନ୍‌ ବ୍ରାଣ୍ଡ୍‌ର ଚାହିଦା ଉତ୍ପାଦନକୁ ବଳିଯାଉଛି।
ପ୍ର-ସୌକିନ୍‌ ବ୍ରାଣ୍ଡ୍‌ ଲୋକପ୍ରିୟ ହେବାର ରହସ୍ୟ କ’ଣ?
ଉ- ଗ୍ରାହକ ଚାହିଦା ଓ ବଜାର ଆବଶ୍ୟକତା ପୂରଣ ସହ ଭ୍ୟାଲୁ ଫର୍‌ ମନି ବ୍ରାଣ୍ଡ୍‌ର ସଙ୍କଳ୍ପ ହୋଇଥିବାରୁ ଆମେ ଗୁଣାତ୍ମକ ସହ ଉଚିତ ମୂଲ୍ୟର ଉତ୍ପାଦ ତିଆରି କରିଥାଉ। ବିଶେଷ କରି ଆମର ଅର୍ଥୋ ରେଞ୍ଜଗୁଡ଼ିକ ଅନ୍ୟ ବ୍ରାଣ୍ଡ୍‌ଠାରୁ ଭିନ୍ନ (ୟୁନିକ୍‌) ହୋଇଥିବାବେଳେ ଆମେ ଗ୍ରାହକଙ୍କୁ ଟେଷ୍ଟେଡ୍‌, ଟ୍ରଷ୍ଟେ ଡ୍‌ ଏବଂ ରେଜଲ୍ଟ ଓରିଏଣ୍ଟେଡ୍‌ ଉତ୍ପାଦ ଯୋଗାଇ ଦେବା ସହ ୧୦୦% ରିଅଲ ଅର୍ଥୋ ମ୍ୟାଟ୍ରେସ୍‌ ବଜାରରେ ଉପଲବ୍ଧ କରାଉଛୁ।
ପ୍ର- ଆଗାମୀ ଦିନରେ ବ୍ୟବସାୟ ଅଭିବୃଦ୍ଧିର କ’ଣ ଲକ୍ଷ୍ୟ ରହିଛି?
ଉ- ଆମ ରାଜ୍ୟରେ ଉତ୍ପାଦନ ଶିଳ୍ପକୁ ଉନ୍ନତକରି ଆମ ଦେଶ ଛଡ଼ା ଆନ୍ତର୍ଜାତିକ ସ୍ତରରେ ସୌକିନ୍‌ ବ୍ରାଣ୍ଡ୍‌କୁ ପରିଚିତ କରାଇବା।
ପ୍ର- ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉ- ପ୍ରଥମେ ଉଦ୍ୟୋଗୀ ହେବା ପାଇଁ ଏକ ଧୈର୍ଯ୍ୟଶୀଳ ବ୍ୟକ୍ତି ହେବାର ଆବଶ୍ୟକତା ରହିଛି। ପରେ ସେ ଭାବୁଥିବା ଉଦ୍ୟୋଗ ପ୍ରତି ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ପରିଚାଳନାଗତ ଜ୍ଞାନକୁ ବେଶ୍‌ ସାଉଁଟିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri