Posted inଜାତୀୟ

ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ ମଧ୍ୟ କରି ସାରିଛନ୍ତି। ହେଲେ ପୁଣି ବ୍ୟାଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ। କହିରଖୁଛୁ କି, ଏସବିଆଇ ପକ୍ଷରୁ ନିର୍ବାଚନୀ ବଣ୍ଡରେ ୟୁନିକ କୋଡ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। କୋର୍ଟ ଏଥିପାଇଁ ବ୍ୟାଙ୍କକୁ ଆହୁରି ସୋମବାର ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ସମୟ ଦେଇଛନ୍ତି।

ଏସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ(ADR) ଦ୍ୱାରା ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡକୁ ନେଇ ଯାଚିକା ଦାଖଲ କରାଯାଇଛି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପକ୍ଷ ନେଇଛନ୍ତି। ଏଡିଆର ନିଜର ମୂଳ ଯାଚିକାରେ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କରିବାକୁ ଦାବି ରଖିଥିଲା। ପରେ ଏସିବିଆଇ ଦ୍ୱାରା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରାଯାଇଛି ହେଲେ ଏଥିରେ ଥିବା ୟୁନିକ କୋଡର ନମ୍ବର ଦିଆଯାଇ ନାହିଁ। ଏଥିସହ ଏସବିଆଇ ୨୦୧୯ରୁ ୨୦୨୪ ଯାଏଁ ଥିବା ତଥ୍ୟ ପବ୍ଲିକ କରିଛି। କିନ୍ତୁ ପୂର୍ବ ତଥ୍ୟ ଦେଇନାହିଁ। କହିରଖୁଛୁ କି, ୨୦୧୯ ପୂର୍ବ ନିର୍ବାଚନୀ ବଣ୍ଡରେ ଅଧିକ ବଣ୍ଡ କିଣାଯାଇଛି। ୟୁନିକ କୋଡ ଦ୍ୱାରା କେଉଁ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଦ୍ୱାରା କେବେ ଓ କାହାକୁ ବଣ୍ଡ କିଣାଯାଇଛି ଓ କେଉଁ ପାର୍ଟିକୁ ଦିଆଯାଇଛି ଏସବୁର ତଥ୍ୟ ମିଳିପାରିବ।

ସୂଚନାଥାଉ କି, ନିର୍ବାଚନୀ ବଣ୍ଡର ଦସ୍ତାବିଜରେ ଏକ ସିକ୍ରେଟ ନମ୍ବର ରହିଥାଏ। ଏହାକୁ କେବଳ ଅଲଟ୍ରା ଭାଓଲେଟ ଲାଇଟ୍‌ରେ ଦେଖିହେବ। ଏହି କୋଡକୁ ନିର୍ବାଚନୀ ବଣ୍ଡର ସୁରକ୍ଷା ପାଇଁ ଲଗାଯାଇଛି। ଯାହାଦ୍ୱାରା ଏହାକୁ କିଏ କିଣିଛନ୍ତି କିମ୍ବା କାହାକୁ ଦିଆଯାଇଛି ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏସବିଆଇ ଇଲୋକ୍ଟରଲ ବଣ୍ଡ ଉପରେ ଛପା ଯାଇଥିବା ୟୁନିକ ଆଲଫାନ୍ୟୁମେରିକ କୋଡ୍‌ର ବିବରଣୀ ସାର୍ବଜନୀନ କରିନାହିଁ। ଏସବିଆଇ ଅନୁସାରେ, ଗୋଟିଏ ଗୋଟିଏ କରି ସବୁ ନିର୍ବାଚନୀ ବଣ୍ଡର ତଥ୍ୟ ବାହାର କରିବାକୁ ବହୁତ ସମୟ ଲାଗିଯାଉଛି।

ତେବେ ଏହାକୁ ନେଇ ଏସିବିଆଇ ଉପରେ କଠୋର ହୋଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ଆମ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ଥିଲା। ଆମେ ନିର୍ବାଚନୀ ବଣ୍ଡର ସମ୍ପର୍ଣ୍ଣ ତଥ୍ୟ ମାଗିଥିଲୁ। ବ୍ୟାଙ୍କ ତରଫରୁ ୟୁନିକ କୋଡର ବିବରଣୀ ଦିଆଯାଇ ନାହିଁ। ୧୮ ମାର୍ଚ୍ଚ ସୁଦ୍ଧା ଏହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri