କଂଗ୍ରେସରୁ ବାପ ନା ପୁଅ

ହାଟଡିହୀ,୧୨l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ଠାରୁ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି। ୨୦୦୪ରେ କଂଗ୍ରେସର ଜୟଦେବ ଯେନା ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ୨୦୨୪ ନିର୍ବାଚନ ଥିବାରୁ ଜୟଦେବ କଂଗ୍ରେସର ଘର ସଜାଡ଼ିବାରେ ଲାଗିଛନ୍ତି। ଆନନ୍ଦପୁର ଏବଂ ହାଟଡିହୀ ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା, ସମିତି ଆରମ୍ଭ କଲେଣି। ସେ କର୍ମୀମାନଙ୍କୁ ଏକଜୁଟ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଭର୍ସନା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବିରୋଧୀଙ୍କ ଆଗରେ ନିଜ ଥାଟ ଦେଖାଇବା ପାଇଁ ୫୦୦ ଟଙ୍କା ଭଡ଼ା ଦେଇ ଲୋକଙ୍କୁ ସଭାସ୍ଥଳକୁ ବୁହାଇ ଆଣୁଥିବା ଆଲୋଚନା ହେଉଛି। ୨୦୧୯ ନିର୍ବାଚନ ପରେ ନିର୍ବାଚନମଣ୍ଡଳୀରେ ଦେଖାଦେଇ ନ ଥିବା ଜୟଦେବ ଓ ତାଙ୍କ ସମର୍ଥକମାନେ ଏବେ ସକ୍ରିୟ ହେବା ବିଷୟକୁ କାହାରିକୁ ବୁଝାଇବା ଦରକାର ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।
ଏଥର ଜୟଦେବ ନା ତାଙ୍କ ପୁଅ ମନୋଜ କିଏ ପ୍ରାର୍ଥୀ ହେଉଛନ୍ତି, ତାହାକୁ ଦଳୀୟ କର୍ମୀ ଅନାଇ ରହିଛନ୍ତି। କାରଣ କଂଗ୍ରେସ ତରଫରୁ ଆୟୋଜିତ ସଭାସମିତିରେ ଲାଗୁଥିବା ବ୍ୟାନରର ଗୋଟିଏ ପଟେ ଜୟଦେବଙ୍କ ଫଟୋ ଥିବା ବେଳେ ଅନ୍ୟ ପଟେ ତାଙ୍କ ପୁଅଙ୍କ ଫଟୋ ଦେଖିବାକୁ ମିଳୁଛି l ଏପରି ସ୍ଥଳେ ଜୟଦେବ ନିଜ ପାଇଁ ନା ତାଙ୍କ ପୁଅ ପାଇଁ ଏଥର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ତାହା ବୁଝାପଡୁନି l ଜୟଦେବ ରାଜନୀତିରୁ ସନ୍ନ୍ୟାସ ନେଇ ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ସୁଯୋଗ ଦେବେ ବୋଲି କେହି କେହି କହୁଥିବା ବେଳେ ଆସନ୍ତା ନିର୍ବାଚନର ସ୍ଥିତିକୁ ଲକ୍ଷ୍ୟରେ ରଖି ଜୟଦେବ ଆବଶ୍ୟକ ପଡ଼ିଲେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଉ କେହି କହୁଛନ୍ତିନ୍‌। କିନ୍ତୁ ଜୟଦେବ ଏବଂ ତାଙ୍କ ପୁଅଙ୍କୁ ଛାଡି ଦେଲେ କଂଗ୍ରେସରେ ଅନ୍ୟ କୌଣସି ଆଶାୟୀ ପ୍ରାର୍ଥୀ ଥିବା ନେଇ ଅଦ୍ୟାବଧି ଜଣାପଡ଼ିନି l
ଗତ ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ଲଗାତର ଭାବେ ବିଜେଡିଠାରୁ ପରାଜିତ ହେଉଛି l ୨୦୦୯ ରେ କଂଗ୍ରେସ ୪୮,୯୬୦ ଖଣ୍ଡ, ୨୦୧୪ରେ ୬୦,୨୯୬ ଖଣ୍ଡ ଏବଂ ୨୦୧୯ରେ ୪୫,୬୫୭ ଖଣ୍ଡ ଭୋଟ ପାଇଥିଲା l ଶେଷ ଦୁଇଟି ନିର୍ବାଚନକୁ ଦେଖିଲେ କଂଗ୍ରେସର ଭୋଟ କମୁଥିବା ଲକ୍ଷ୍ୟ କରାଯାଉଛି l ପୁଣି ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତେବେ କଂଗ୍ରେସ କିଭଳି ସ୍ଥିତିରେ ରହିବ ତାହା ବଡ଼ କଥା। କର୍ମୀ ଏବଂ ଭୋଟରମାନେ ମଧ୍ୟ ଏ ନେଇ ଭିତିରି ଆଲୋଚନା ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତିି। ଏଭଳି ସ୍ଥଳେ କଂଗ୍ରେସ ଭୋଟର ‘ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୁନେଇଁରେ ମାଇଁ ମାଇଁ’ ଭଳି ନିର୍ବାଚନ ସମୟରେ ଜୟଦେବଙ୍କୁ ଦେଖି ନାନା ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri