Odisha Elections 2024

ଲାଗିରହିଛି ସସପେନ୍ସ: ଭୁବନେଶ୍ୱରରେ ମେଣ୍ଟ ଘୋଷଣା କରିପାରନ୍ତି ନବୀନ-ଅମିତ ଶାହା!

ଭୁବନେଶ୍ୱର,୧୦।୩: ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି। ଏସବୁ ଭିତରେ ଚର୍ଚ୍ଚା ହେଉଛି ଆସନ୍ତା ମଙ୍ଗଳବାର ସୁଦ୍ଧା ବିଧିବଦ୍ଧ ଭାବେ ମେଣ୍ଟ ଘୋଷଣା ହେବ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିପାରନ୍ତି। ନବୀନ ଓ ଶାହା ଏକାଠି ବିଜେଡି-ଭାଜପା ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି ଆଲୋଚନା ହେଉଛି।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ରାଜନୀତିରେ ଗୁଜବ ଓ ମିଛ କଥା ସବୁଠାରୁ ଖରାପ ଜିନିଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ମେଣ୍ଟକୁ ନେଇ ସସପେନ୍ସ ଆହୁରି ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର, ୧୯।୫: ବିଜେଡି ଛାଡ଼ିଲେ ସମୀର ଦାଶ।

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri