ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ

ଓଟାଓ୍ବା,୮।୩: କାନାଡାର ରାଜଧାନୀ ଓଟାଓ୍ବାରେ ଛୁରାମାଡ଼ରେ ୬ଜଣଙ୍କର ମତ୍ୟୁ ହୋଇଛି। ତାଙ୍କର ୬ଜଣ ରୁମମେଟଙ୍କୁ ଛୁରାମାଡ଼ ଅଭିଯୋଗରେ ଓଟାଓ୍ବା ପୋଲିସ ଜଣେ ୧୯ବର୍ଷୀୟ ଶ୍ରୀଲଙ୍କା ଛାତ୍ରଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ଚାରି ପିଲା ମଧ୍ୟ ଅଛନ୍ତି।

ଓଟାଓ୍ବା ପୋଲିସ ମୁଖ୍ୟ ଏରିକ ଷ୍ଟବ୍ସ କହିଛନ୍ତି ଯେ ଫାବ୍ରିକୋ ଡି-ଜୋୟସା ନାମକ ଅଭିଯୁକ୍ତ ତୀକ୍ଷ୍ଣ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମ ଶ୍ରେଣୀରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ୬ଟି ମାମଲା ଦାୟର କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ମୃତ ବ୍ୟକ୍ତିମାନେ ଶ୍ରୀଲଙ୍କା ନାଗରିକ ଯେଉଁମାନେ ନିକଟରେ କାନାଡା ଆସିଥିଲେ। ଏଥିମଧ୍ୟରେ ୩୫ବର୍ଷର ମା, ସାତ ବର୍ଷର ପୁଅ, ଚାରି ବର୍ଷର ଝିଅ, ଦୁଇ ବର୍ଷର ଝିଅ ଏବଂ ଅଢେଇ ମାସର ଶିଶୁ କନ୍ୟା ଅନ୍ତର୍ଭୁକ୍ତ। ଏଥିସହ ପରିବାରର ଜଣେ ପରିଚିତ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ପରେ ପିଲାମାନଙ୍କର ବାପା ଘରୁ ବାହାରକୁ ଆସି ୯୧୧କୁ ଫୋନ କରିଥିଲେ। ସ୍ବାମୀ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କହିଛନ୍ତି ଯେ ନିରୀହ ଲୋକଙ୍କ ଉପରେ ଏହା ଏକ ଜଘନ୍ୟ କାର୍ଯ୍ୟ। ଓଟାଓ୍ବାରେ ଥିବା ଶ୍ରୀଲଙ୍କା ହାଇ କମିଶନ କହିଛନ୍ତି ପୀଡିତଙ୍କ ପରିବାର ଶ୍ରୀଲଙ୍କାରୁ ଆସିଛନ୍ତି। ବାପା ବଞ୍ଚିଥିଲେ ମଧ୍ୟ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ମୃତ୍ୟୁ ହୋଇଛି। କଲମ୍ବୋରେ ପୀଡିତଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ଥିବା ହାଇ କମିଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri