ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ ରାଜା ଦାନ ଦେଇଥିଲେ ୨୨୦ ଏକରରୁ ଅଧିକ ଭୂସମ୍ପତ୍ତି। ହେଲେ ଭୋଗ ଦଖଲ କରୁଛନ୍ତି ବେଆଇନ ଜବରଦଖଲକାରୀ। ଅପରପକ୍ଷରେ ମା’ ରାମଚଣ୍ଡୀଙ୍କ କୃପା ଓ ମନସ୍କାମନା ଲାଭ କରି ଅନେକ ଶ୍ରଦ୍ଧାଳୁ କେତେକ ମୌଜାରେ ଜମି ଦାନ କରିଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ହେଲେ ମା’ଙ୍କ ମେଳଣପଡ଼ିଆ ଓ ବିଜେସ୍ଥଳକୁ ମଧ୍ୟ କେତେକ ଲୋକ ଜବରଦଖଲ କରିଛନ୍ତି। ମା’ଙ୍କ ମେଳଣପଡିଆ ଓ ବିଜେସ୍ଥଳ ପାଇଁ ୭୦ ଏକର ଜମି ରହିଛି। ଅପରପକ୍ଷରେ ଏହି ବ୍ଲକର ଭୋପାଳ, ଗୋଜାବନ୍ଧ, ପେଟ୍‌ଛେଲା ଓ ବାରଡାଙ୍ଗ ମୌଜାରେ ୧୦୦ ଏକରରୁ ଅଧିକ ଭୂ-ସମ୍ପତ୍ତିକୁ କେତେକ ଜବରଦଖଲକାରୀଙ୍କ ବନ୍ଦୋବସ୍ତରେ ନିଜ ନାମରେ ରେକର୍ଡଭୁକ୍ତ କରିଛନ୍ତି। ଏମାନେ ମା’ଙ୍କୁ ବର୍ଷକରେ ଥରେ ଜମିର ପାଉଣା ଦେବାର ନାଁ ଧରୁନାହାନ୍ତି।।

ଯେଉଁମାନେ ମା’ଙ୍କ ଜମି ଜବରଦଖଲ କରି ନେଉଛନ୍ତି, ସେମାନେ ପ୍ରଭାବଶାଳୀ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ୧୯୭୨ରେ ପ୍ରଥମ ଥର ଏଣ୍ଡାଓମେଣ୍ଟ ହାତକୁ ନେଇ ପରିଚାଳନା କମିଟି ପକ୍ଷରୁ ମନ୍ଦିର ରକ୍ଷଣାବେକ୍ଷଣ କରିଆସୁଛନ୍ତି। ସରକାରଙ୍କ ଆଇନ ଅନୁସାରେ ମା’ଙ୍କ ଭୂ-ସମ୍ପତ୍ତି ଯେଉଁମାନେ ଭୋଗ ଦଖଲ କରୁଛନ୍ତି, ସେମାନେ ମା’ଙ୍କ ପରିଚାଳନା କମିଟି ସଦସ୍ୟ ହୁଅନ୍ତୁ କିମ୍ବା ଯେ କୌଣସି ସେବାୟତ ସଦସ୍ୟାସଦସ୍ୟ ହୁଅନ୍ତୁ, ସେମାନେ ନିଜ ନାମରେ ପଟ୍ଟା କରିପାରିବେ ନାହିଁ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଧର୍ମାନୁଷ୍ଠାନ ସମ୍ପତ୍ତି ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେହିପରି ବିଭିନ୍ନ ମୌଜାରେ ଥିବା ଦେବଦେବୀଙ୍କ ଭୂ-ସମ୍ପତ୍ତି ଉଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାର ଆବଶ୍ୟକତା ରହିଛି ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ବିରଞ୍ଚି ନାରାୟଣ ଦାସ କହିଛନ୍ତି।

Maa 🙏🏻...... 💗🥺🌺 ............... #dariya_Rani #maa_dariya_ramchandi

ଅପରପକ୍ଷରେ ମା’ଙ୍କ ପୀଠରେ ବାର ପୂନେଇଁ ତେର ପର୍ବ ପାଳିତ ହେଉଛି। କିଛି ବର୍ଷ ହେବ ମା’ଙ୍କ ବ୍ୟାଙ୍କ ଜମାଖାତାରେ ୫୦ ଲକ୍ଷ ଟଙ୍କା ରହିଛି। ହେଲେ ସ୍ଥାୟୀ ପରିଚାଳନା କମିଟି ଗଠନ ହୋଇ ନ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି ବୋଲି କୁହାଯାଉଛି। ସରକାର ବଦଳିଛି, ହେଲେ ବଦଳିନି ମା’ଙ୍କ ପରିଚାଳନା କମିଟି ଗଠନ। ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଣ୍ଡାଓମେଣ୍ଟ ସୋଲ ଟ୍ରଷ୍ଟ ଭାବରେ ଅବସ୍ଥାପିତ କରାଯାଇ ପରିଚାଳନା ଦାୟିତ୍ୱ ନିର୍ବାହ କରାଯାଇଛି। ଅପରପକ୍ଷରେ ମା’ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ରାଜସ୍ଥାନ ଖଣ୍ଡେଲାଇଟ ଲାଲପଥର ଓ ମୟୂରଭଞ୍ଜ ଖିଚିଂ କଳା ମୁଗୁନି ପଥରରେ ନିର୍ମିତ ହେବାର ପ୍ରସ୍ତାବ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?