କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ ରେ। ସୂଚନା ପ୍ରକାରେ ଢେପାନାଯୁ ଗାଁର ରବୀନ୍ଦ୍ର କମାର (୨୪) ଶୁକ୍ରବାର ସକାଳ ସମୟରେ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ।
ବୁଡରିଙ୍ଗ ଗାଁରୁ ଟ୍ରାକ୍ଟରରେ ଇଟା ଭରି କରି ନେଉଥିବା ବେଳେ ରାସ୍ତାରେ ହଟାତ୍‌ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ଫଳରେ ଟ୍ରାକ୍ଟରର ପଛଚକ ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ସଙ୍ଗେ ସଙ୍ଗେ ସାଥିରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଅଟୋ ଦ୍ୱାରା ଶ୍ରମିକମାନେ ରବୀନ୍ଦ୍ରଙ୍କୁ ଢ଼େପାନାଜୁ ଗାଁକୁ ଆଣିଥିଲେ। ରବୀନ୍ଦ୍ର ଘର ର ଏକ ମାତ୍ର ରୋଜଗାରିଆ ପୁଅ ହୋଈ ଥିବାରୁ କୁଲି ମୁଲ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଘରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ବୁଢା ବାପା ମା ଏବେ ଚିନ୍ତାରେ। ସରକାରଙ୍କ ତରଫରୁ ଯଦି କୌଣସି ସରକାରୀ ସହାୟତା ମିଳିବ ତା ହେଲେ ଉପକୃତ ହୋଈ ପାରିବେ ବୋଲି ଆଶା ରଖିଛନ୍ତି ବାପା। ଅନ୍ୟପଟେ ମୋହନା ପୋଲିସ ଗାଁରେ ପହଞ୍ଚି ଟ୍ରାକ୍ଟର ଓ ମୃତଦେହକୁ ଜବତ କରି ବ୍ୟବ୍ବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆକୁ ୪-୧ରେ ହରାଇଲା ଭାରତ, ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କଲେ ଓଡ଼ିଆ ଝିଅ ପୂଜା

ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୧…

ଖେଳିବା ଥିଲା ସହଜ, ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହେବ, ଧୋନିଙ୍କ ମେଣ୍ଟର ହେବା ଉପରେ ସେହୱାଗ କହିଲେ…

ନୂଆଦିଲ୍ଲୀ,୧୯।୧୧: ମହେନ୍ଦ୍ର ସିଂହ ଧୋନି IPL 2027 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (ପରାମର୍ଶଦାତା) ହୋଇଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ଫ୍ରାଞ୍ଚାଇଜ ଘୋଷଣା…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ, ୧୯ା୧୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ଫୋନକୁ…

ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗୁଡାରି ବ୍ଲକରେ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୫୯ ଜଣ ସ୍ଥାନାନ୍ତରିତ; ମା’ ଗୃହରେ ୩ ପ୍ରସୂତିଙ୍କ ସଫଳ ପ୍ରସବ

ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର…

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ସୂଚନା: ରାଜ୍ୟରେ ୨ ଲକ୍ଷ ୯୮ ହଜାର ଲୋକ ସ୍ଥାନାନ୍ତରିତ, ଗଞ୍ଜାମରୁ ସର୍ବାଧିକ …

ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇ…

Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?