Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ

ଲାଉସାନ୍ନେ,୬ା୩: ପ୍ୟାରିସ୍‌ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଟୋକିଓ ୨୦୨୦ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ କଷ୍ଟସାଧ୍ୟ ପୁଲ୍‌ ବି’ରେ ସ୍ଥାନ ପାଇଛି। ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଏହି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ପୁଲ୍‌ ଏ’ରେ ନେଦରଲାଣ୍ଡ୍ସ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍‌ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି। ବୁଧବାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍‌ ବାକ୍‌ ଓ ଏଫ୍‌ଆଇଏଚ୍‌ ସଭାପତି ତାୟାବ ଇକ୍ରାମଙ୍କ ଉପସ୍ଥିତିରେ ଏହି ଡ୍ର ଘୋଷଣା କରାଯାଇଥିଲା।

ଜୁଲାଇ ୨୭ ତାରିଖରେ ଭାରତୀୟ ହକି ଦଳ ଏହାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଓ ଅଗଷ୍ଟ ୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ । ପ୍ରତି ଗ୍ରୁପ୍‌ର ୪ଟି ଶ୍ରେଷ୍ଠ ଦଳ ପ୍ଲେ ଅଫ୍‌ ଖେଳିବେ।

ଅଗଷ୍ଟ ୪ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ୬ ତାରିଖରେ ସେମିଫାଇନାଲ ଖେଳାଯିବ। ଅଗଷ୍ଟ ୮ ତାରିଖରେ ଉଭୟ ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ଭାବରେ ବେଲ୍‌ଜିୟମ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିବ। ସମାନ ୨୭ ତାରିଖରେ ମହିଳା ହକି ଆରମ୍ଭ ହେବାକୁ ଥିବା ବେଳେ ଏହାର ଫାଇନାଲ ଅଗଷ୍ଟ ୯ ତାରିଖରେ ଖେଳାଯିବ।

ପୁ୍‌ଲ୍‌ ଏ: ନେଦରଲାଣ୍ଡ୍ସ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍‌ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକା।
ପୁଲ୍‌ ବି: ଭାରତ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri