ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ,୭ା୨ (କାର୍ତ୍ତିକ ସାହୁ) ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରକଳ୍ପ ଚୟନ ଓ ସେଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କର ସହଭାଗିତା ରହିବା ଉଚିତ ବୋଲି ମତ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ତୃଣମୂଳ ସ୍ତରର ଉନ୍ନତି ପାଇଁ ଆରମ୍ଭ କରିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ରୁଜୁ ୪୧ଟି ମାମଲାର ଏକତ୍ର ଶୁଣାଣି ହୋଇଛି। ହାଇକୋର୍ଟର ବିଚାରପତି ବି. ପି. ରାଉତରାୟଙ୍କ ଅଦାଲତ ମାମଲାର ବିଚାର କରି ବୁଧବାର ରାୟ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗ୍ରାମ୍ୟସ୍ତରରେ ଜନସାଧାରଣଙ୍କ ଉନ୍ନତି ଓ ବିକାଶ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ଉପରୋକ୍ତ ଯୋଜନାଟି ସାମ୍ବିଧାନିକ ନିୟମ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କରାଯାଇଛି। ଅଦାଲତ ଯୋଜନାକୁ ଭଲ ଭାବେ ବିବେଚନା କରିବା ପରେ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଚୟନ, ଅନୁମୋଦନ, ଅର୍ଥ ପ୍ରଦାନ ଓ କାର୍ଯ୍ୟକାରିତା ଉପରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଅପରପକ୍ଷରେ ଆବେଦନକାରୀମାନେ ନିର୍ବାଚିତ ପ୍ରତିନିଧି ହୋଇଥିବା କାରଣରୁ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ସେମାନଙ୍କୁ ସ୍ଥାନୀୟ ଉନ୍ନତି ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ କରିବା ଦିଗରେ ବିବେଚନା କରିପାରିବେ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରି ସମସ୍ତ ମାମଲାର ଅନ୍ତ ଘଟାଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଲୋକ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଥିବା ନେଇ କେତେକ ସରପଞ୍ଚ ଓ ଓ୍ବାର୍ଡମେମ୍ବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୧ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ତୃଣମୂଳ ସ୍ତରରେ ବିକାଶରେ ଲୋକ ପ୍ରତିନିଧିଙ୍କୁ କରାଯିବା ପଞ୍ଚାୟତିରାଜ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ମାତ୍ର ସେମାନଙ୍କୁ ଉପେକ୍ଷା କରି ଗତ ବର୍ଷ ଜୁଲାଇ ୧୧ରେ ରାଜ୍ୟ ସରକାର ଏକ ବିଧେୟକ ଆଣି ଆମ ଓଡ଼ିଶା ନବୀନ ଓଡ଼ିଶା ନାମକ ଯୋଜନାକୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଅନୁଦାନରେ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ ସହ ଉନ୍ନତିକରଣ କରାଯିବ। ତନ୍ମଧ୍ୟରୁ ୧୦ ଲକ୍ଷ ଟଙ୍କା ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ ନିର୍ମାଣ କରିବା ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ମାତ୍ର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତିସଭ୍ୟ ପ୍ରମୁଖଙ୍କୁ ଏହି ଯୋଜନାରେ ଉପେକ୍ଷା କରାଯାଇଛି। ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପ ଚୟନ କରିବେ ଓ ତାଙ୍କ ଦ୍ୱାରା ସ୍ଥିରିକୃତ ଠିକାଦାର ଏହି କାର୍ଯ୍ୟ କରିବେ ବୋଲି ଉଲ୍ଲେଖ ରହିଛି। ଏହାକୁ ବିରୋଧ କରି ନିର୍ବାଚିତ ଲୋକ ପ୍ରତିନିଧିମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri