Posted inଜାତୀୟ

ଲାକ୍ଷାଗୃହ ମାମଲା: ହିନ୍ଦୁଙ୍କ ସପକ୍ଷରେ କୋର୍ଟଙ୍କ ରାୟ…

ବାଗପତ,୬।୨ : ବାଗପତର ଲାକ୍ଷାଗୃହ ମାମଲାରେ ହିନ୍ଦୁଙ୍କ ସପକ୍ଷରେ କୋର୍ଟଙ୍କ ରାୟ ଆସିଛି। ମୁସଲିମ ପକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରି ୫୦୦୦ ବର୍ଷ ପୁରୁଣା ସଭ୍ୟତା ଥିବା ମହାଭାରତ ସମୟର ଲକ୍ଷାଗୃହ ମାମଲାରେ ହିନ୍ଦୁମାନଙ୍କ ସପକ୍ଷରେ କୋର୍ଟ ଏହି ରାୟ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଲାକ୍ଷାଗୃହ ଲୋକଲୋଚନକୁ ଆସିଛି। ଗୌରବ ଏବଂ ପାଣ୍ଡବଙ୍କ ଇତିହାସ ପୁଣି ଜୀବନ୍ତ ହୋଇଛି। କୋର୍ଟର ଏହି ରାୟ ୫୩ ବର୍ଷ, ୮ ମାସ ଏବଂ ୮୭୫ ତାରିଖ ପରେ ଆସିଛି।

ବାସ୍ତବରେ, ୧୯୭୦ ମସିହାରେ ମୁକିମ ଖାନ ମିରଟ କୋର୍ଟରେ ଏକ ମକଦ୍ଦମା ଦାୟର କରିଥିଲେ ଯେଉଁଥିରେ ଲାକ୍ଷାଗୃହକୁୁ ବଦରୁଦ୍ଦିନଙ୍କ ଦରଘା ଏବଂ କବରସ୍ତାନ ବୋଲି କହିଥିଲେ । ଏହାର ପ୍ରତିବାଦୀ କୃଷ୍ଣଦତ୍ତଙ୍କୁ ଥିଲେ। ପରେ, ୧୯୯୭ ରେ, ଏହି ମାମଲା ବାଗପତକୁ ସ୍ଥାନାନ୍ତରିତ ହୋଇଥିଲା।

 

ଆହୁରି ପଢ଼ନ୍ତୁ: Places Of Worship Act: ପୂଜା ସ୍ଥଳ ଅଧିନିୟମକୁ ରଦ୍ଦ କରିବାକୁ ଦାବି କଲେ ଭାଜପା ଏମପି…

 

ଦୀର୍ଘ ବର୍ଷ ବିତିବା ସହ ଶେଷରେ ସମସ୍ତ ଯୁକ୍ତି ଶୁଣିବା ପରେ ସିଭିଲ ଜଜ ଜୁନିଅର୍‌ ଡିଭିଜନ ମୁସଲମାନ ପକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଏସଆଇ ରିପୋର୍ଟ ଏବଂ ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି।

ଏହା ମହାଭାରତ ସମୟର ଲାକ୍ଷାଗୃହ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ମୁସଲିମ ପକ୍ଷର ଦାବି ସମାପ୍ତ ହେବା ପରେ ଏଠାରେ ଥିବା ଗୁରୁ ଗୁରୁକୁଳ ଧାରାରେ ତୀରନ୍ଦାଜୀ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅର୍ଜୁନ, ଅଶ୍ୱତଥାମା ଏବଂ କର୍ଣ୍ଣଙ୍କ ଭଳି ଯୋଦ୍ଧାମାନଙ୍କୁ ଏଠାରେ ପ୍ରସ୍ତୁତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ।

 

 

 

 

https://twitter.com/shashank_ssj/status/1754777717688447111?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1754825206080876865%7Ctwgr%5E8aeb011a6f3c0858671a4e1aa8045104e6034f58%7Ctwcon%5Es2_&ref_url=https%3A%2F%2Fhindi.news24online.com%2Fstate%2Fup-uk%2Flakshagriha-baghpat-case-decision-came-in-favor-of-hindus-read-mahabharata-tunnel-story-in-hindi%2F571601%2F

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri