Posted inଖେଳ

ବିଜୟଠାରୁ ମାତ୍ର ୪ ଉଇକେଟ୍‌ ଦୂରରେ ଭାରତ

ବିଶାଖାପାଟନମ୍‌,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଠାରୁ ମାତ୍ର ୪ ଉଇକେଟ୍‌ ଦୂରରେ ଅଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଲଞ୍ଚ ପର୍ଯ୍ୟନ୍ତ ଭାରତ ୧୯୪ ରନ୍‌ରେ ୬ ଉଇକେଟ୍‌ ହରାଇଛି। ଇଂଲଣ୍ଡ ଦଳକୁ ବିଜୟ ପାଇଁ ଆହୁରି ୨୦୫ ରନ୍‌ ଆବଶ୍ୟକ। ଏହି ମ୍ୟାଚରେ ଭାରତୀୟ ଦଳ ନିଜର ଦୃ଼ଢତାକୁ ମଜଭୁତ କରିଛି। ତଥାପି ବେନ ଷ୍ଟୋକ୍ସ ଏବଂ ବେନ ଫକ୍ସ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନ ଖେଳ ଆରମ୍ଭ ହେବାମାତ୍ରେ ରେହାନ ଅହମ୍ମଦ ଏବଂ ଜାକ କ୍ରଲି ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ଅହମ୍ମଦ ୨୩ ରନ୍‌ରେ ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲା। ଓଲି ଓପ ମଧ୍ୟ ୨୩ ରନ୍‌ରେ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଏହାପରେ ଜୋର ରୁଟ୍‌ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ନ ପାରି ୧୬ ରନ୍‌ରେ ଆଉଟ୍‌ ହୋଇଥିଲେ। କ୍ରଲି ଚମତ୍କାର ବ୍ୟାଟିଂ କରୁଥିଲେ ସୁଦ୍ଧା ୭୩ ରନ୍‌ରେ ଆଉଟ୍‌ ହୋଇଥିଲେ।
ଇଂଲଣ୍ଡର ପ୍ରଥମ ଇନିଂସ ୨୫୩ ରନରେ ଶେଷ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୫୫ ରନ ସଂଗ୍ରହ କରିଥିଲା। ଏହିପରି ଇଂଲଣ୍ଡ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିଛି। ଏହାର ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri