ଗାଁକୁ ରାସ୍ତା ନାହିଁ, ଲୋକଙ୍କୁ ଆବାସ ମିଳିନି

କେନ୍ଦୁଝର,୨୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମାଲଦା ପଞ୍ଚାୟତ ଅନ୍ତର୍ଗତ ବଣଜଙ୍ଗଲ ପାହାଡ଼ ପର୍ବତଘେରା ଜମିରିଡ଼ିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍କୁଲ, ପର୍ଯ୍ୟଟନସ୍ଥଳ, ସହରଠାରୁ ଗାଁର ଉନ୍ନତୀକରଣ କରୁଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଗ୍ରାମର ଅନେକେ ଭତ୍ତା, ଆବାସ ଘରରୁ ମଧ୍ୟ ବଞ୍ଚତ୍ତ ରହିଛନ୍ତି। ବ୍ଲକ୍‌ର ଶେଷ ସୀମାରେ ଗ୍ରାମ ରହିଥିବାରୁ ବିକାଶର ଆଲୋକ ପହଞ୍ଚତ୍ ପାରୁନାହିଁ। ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଛିି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
କେନ୍ଦୁଝର ଜିଲା ମୁଖ୍ୟାଳୟରୁ ପ୍ରାୟ ୪୦ କି.ମି. ଓ ପଞ୍ଚାୟତଠାରୁ ୧୮ କି.ମି. ବ୍ୟବଧାନରେ ଉକ୍ତ ଗ୍ରାମ ଅବସ୍ଥିତ। ଗ୍ରାମରେ ୫୩ ଭୂୟାଁ ଓ ୬୦ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରିଆସୁଛନ୍ତି। ଗ୍ରାମକୁ ଗମନାଗମନର ସୁବିଧା ନାହିଁ। ଏଣୁ ପିଡିଏସ୍‌ ଚାଉଳ, ଭତ୍ତା ଓ ବିଭିନ୍ନ କାମରେ ପଞ୍ଚାୟତକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବହୁ ଆଦିବାସୀଙ୍କ ବୟସ ୬୦ରୁ ଊଦ୍ଧର୍‌ବ ହୋଇଥିଲେ ହେଁ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ସେହିପରି ଅନେକ ଆବାସ ଯୋଜନାରେ ଘର ଖଣ୍ଡେ ପାଇ ନ ଥିବାରୁ ଭଙ୍ଗା ଦଦରା ଘରେ ବର୍ଷା, ଶୀତ କାକରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଜଙ୍ଗଲରୁ ସଂଗୃହୀତ କାଠି, ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବିକି ଚଳନ୍ତି। ଅନେକ ଓଳିଏ ଖାଇ ଓଳିଏ ଉପବାସରେ ଜୀବନ ଅତିବାହିତ କରୁଥିବା ଗ୍ରାମର ଶିବ ଦେହୁରୀ, ମୁକୁନ୍ଦ ମୁଣ୍ଡା, ଚୈତନ୍ୟ ନାୟକ ପ୍ରମୁଖ କହିଛନ୍ତି। ଏଣୁ ତୁରନ୍ତ ପିଡିଏସ୍‌ ସାମଗ୍ରୀ ନିମନ୍ତେ ଏହି ଗ୍ରାମରେ ବ୍ୟବସ୍ଥା କରିବା ସହିତ ଭତ୍ତା, ଚାଉଳ ଓ ମୋ କୁଡ଼ିଆ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ସାମିଲ କରି ଉକ୍ତ ଗ୍ରାମର ଗରିବ ପରିବାରକୁ ସହାୟତା କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଜିଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି। ଏ ନେଇ ଉକ୍ତ ଗ୍ରାମର ସମସ୍ୟା ଅନୁଧ୍ୟାନ କରି ସାମାଜିକ କର୍ମୀ ରଞ୍ଜନ ବେହେରା, ଜୟକୃଷ୍ଣ ନାୟକ ଜିଲା ପ୍ରଶାସନଙ୍କୁ ସହାୟତା ଦେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri