‘ଏମରଜେନ୍ସି’ର ରିଲିଜ ଡେଟ ଘୋଷଣା କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ ପାଇଁ କିଛି ସମୟ ପାଇଁ ଚର୍ଚ୍ଚାରେ ଥିଲେ। ଏବେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ମୁଭିର ରିଲିଜ ଡେଟ ଘୋଷଣା କରିଛନ୍ତି। ‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।

କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। ଫିଲ୍ମର ପୋଷ୍ଟର ଶେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ଭାରତର ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଜୁନ ୧୪, ୨୦୨୪ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହି ଇତିହାସର ସାକ୍ଷୀ ହୁଅନ୍ତୁ କାରଣ ସବୁଠାରୁ ଆକ୍ରମଣାତ୍ମକ ପ୍ରଧାନମନ୍ତ୍ରୀ ପ୍ରେକ୍ଷାଳୟରେ ଗର୍ଜିିବାକୁ ପ୍ରସ୍ତୁତ।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ କଙ୍ଗନା ରାନାୱତ କହିଛନ୍ତି ଯେ ଏମରଜେନ୍ସି ହେଉଛି ମୋର ସବୁଠୁ ବଡ ପ୍ରକଳ୍ପ ଏବଂ ମାଣିକର୍ଣ୍ଣିକା ପରେ ଏହା ମୋର ଦ୍ୱିତୀୟ ନିର୍ଦ୍ଦେଶନା। ଆମର ବଡ ବଜେଟ ଏବଂ ପିରିୟଡ ଡ୍ରାମା ପାଇଁ ଭାରତୀୟ ତଥା ଆନ୍ତର୍ଜାତୀୟ ପ୍ରତିଭା ଏକାଠି ହୋଇଛନ୍ତି। ଏହାପୂର୍ବରୁ ଏହି ମୁଭି ଗତ ବର୍ଷ ନଭେମ୍ବର ୨୪ ରେ ରିଲିଜ ହେବାର ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
କଙ୍ଗନା ରାନାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମନ, ଶ୍ରେୟସ ତଲପଡେ ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ଏବଂ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବ। କଙ୍ଗନା ରାନାୱତ କେବଳ ‘ଏମରଜେନ୍ସି’ ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିନାହାଁନ୍ତି ବରଂ ସେ ନିଜେ ମଧ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ ଫିଲ୍ମ ‘ତେଜସ’ରେ ନଜର ଆସିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri