ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ

ଜଗତ୍‌ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍‌ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଦଳର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ କଡ୍ଡା ଟକ୍କର ଦେଉଥିବା ନେଇ ଆଲୋଚନା ହେଉଛି। ଏହାର ଦୃଷ୍ଟାନ୍ତ ଅମରେନ୍ଦ୍ର ଏକାଧିକ ସମାବେଶରେ ପ୍ରତିପାଦିତ କରିଛନ୍ତି। ଗତ ୧୦ ତାରିଖରେ ଜଗତ୍‌ସିଂହପୁର ସହରରେ ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମାବେଶ କରି ସେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଭଳି ସ୍ଥିତିରେ ଜଗତ୍‌ସିଂହପୁର ବିଜେଡି ଏକପ୍ରକାର ଦୁଇ ଫାଳ ହୋଇ ଯାଇଥିବା ଲକ୍ଷ୍ୟ କରାଯାଉଥିବା ବେଳେ କଂଗ୍ରେସ ଓ ଭାଜପା ଉଭୟ ନେତାଙ୍କ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସମ୍ଭାବ୍ୟ ସ୍ଥିତିକୁ ନେଇ ଅନୁମାନ ଲଗାଇଛନ୍ତି। ବିଜେଡିରୁ କିଏ ପ୍ରାର୍ଥୀ ହେଲେ ସେମାନଙ୍କ ଦଳକୁ ଲାଭ କିମ୍ବା କ୍ଷତି ହେବ, ତା’ ଉପରେ ଅଙ୍କକଷା ଆରମ୍ଭ କରିଦେଇଛି।
ଜଗତ୍‌ସିଂହପୁର କଂଗ୍ରେସ ଜିଲା ସଭାପତି ନଟବର ବାରିକ ପ୍ରତିକ୍ରିୟାରେ କହିଛନ୍ତି, ଅମରେନ୍ଦ୍ର ପ୍ରାର୍ଥୀ ହେଲେ କେତେକାଂଶରେ କଂଗ୍ରେସ କ୍ଷତିରେ ପଡ଼ିପାରେ। କାରଣ ସେ ଜଗତ୍‌ସିଂହପୁର ମାଟିର ପୁଅ। ନିର୍ବାଚନମଣ୍ଡଳୀର ଭୋଟର ବିଶେଷକରି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଶକ୍ତି ବୃଦ୍ଧି କରୁଥିବାରୁ ତାହା କଂଗ୍ରେସ ପ୍ରତି ଆହ୍ବାନ ସୃଷ୍ଟି କରିପାରେ। କିନ୍ତୁ କଂଗ୍ରେସର ସେଭଳି ପ୍ରାର୍ଥୀ ହେଲେ କିଛି ପ୍ରଭାବ ପଡ଼ିବ ନାହିଁ। ପ୍ରଶାନ୍ତଙ୍କ ଉପରେ କହିଥିଲେ, ସେ ଜଣେ ବରିଷ୍ଠ ନେତା। ୩ ଥର ବିଧାୟକ ହେଲେଣି। କିନ୍ତୁ ବିକାଶ ନୁହେଁ, ମୁଖ୍ୟମନ୍ତ୍ରୀ ଓ ଶଙ୍ଖ ଚିହ୍ନଙ୍କୁ ସେ ସମ୍ବଳ କରିଛନ୍ତି। ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ବିଜେଡିରୁ କିଏ ଟିକେଟ ପାଇବେ ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶାନ୍ତ ପ୍ରାର୍ଥୀ ହେଲେ କଂଗ୍ରେସ ଉପରେ ବିଶେଷ କିଛି ଫରକ ପଡ଼ିବ ନାହିଁ। କିନ୍ତୁ ଯଦି ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ତାଙ୍କୁ ପୁଣି ଥରେ କଂଗ୍ରେସ ପ୍ରାର୍ଥୀ କରେ, ତେବେ ବିଜେଡିର ଯିଏ ପ୍ରାର୍ଥୀ ହେଲେ ବି କିଛି ଫରକ ପଡ଼ିବ ନାହିଁ। ଏବେ ଯାହାସବୁ ଦେଖିବାକୁ ମିଳୁଛି ସମସ୍ତ ଆଗଧାଡ଼ିଆ ନେତା ଛକାପଞ୍ଝାରେ ଅଛନ୍ତି। ଭାଜପା-ବିଜେଡି ଭାଇଭାଇ ପରି କାମ କରୁଛନ୍ତି। ନିର୍ବାଚନ ସମୟରେ ଅନେକେ ଦଳବଦଳ କରିଥାନ୍ତି। ତେଣୁ ଆଗକୁ ରାଜନୈତିକ ଚିତ୍ରପଟ କ’ଣ ରହିବ ତାହା ସମୟ କହିବ ବୋଲି ବାରିକ କହିଛନ୍ତି।
ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ମଧ୍ୟ ଅନୁରୂପ ମତ ରଖିଛନ୍ତି। ସେ କହିଛନ୍ତି, ବିଜେଡିର ଦୁଇ ନେତା ଟିକେଟ୍‌ ପାଇଁ ଲବି ଜାରି ରଖିଛନ୍ତି। ଅମରେନ୍ଦ୍ର ମାଟିର ପୁଅ ଓ ଯୁବଗୋଷ୍ଠୀଙ୍କୁ ସମ୍ବଳ କରିଛନ୍ତି। ଗତ ନିର୍ବାଚନରେ ସେ ବିଜେଡି ଟିକେଟ୍‌ ପାଇଁ ଦାବିଦାର ଥିଲେ। କିନ୍ତୁ ପାଇ ନ ଥିଲେ। ସେବେଠାରୁ ସେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପ୍ରଶାନ୍ତ ବାଲିକୁଦା-ଏରସମା ବିଧାନସଭା ଆସନରୁ ଆସି ପ୍ରଥମ ଥର ଜଗତ୍‌ସିଂହପୁରରେ ଲଢ଼େଇ କରି ବିଧାୟକ ହୋଇଛନ୍ତି। ଦଳ ଜିଲା ସଭାପତି ସହିତ ସରକାରୀ ମୁଖ୍ୟ ସଚେତକ ପଦବୀ ଅଳଙ୍କୃତ କରିଛନ୍ତି। କ୍ଷମତା ବଳରେ ବିଶେଷ ଲାଭବାନ ହେଉଛନ୍ତି। ଦଳୀୟ କର୍ମୀଙ୍କୁ ରୋଜଗାର ଦେଇଛନ୍ତି। କିନ୍ତୁ ଲୋକଙ୍କୁ ଲାଭ ମିଳୁନାହିଁ। ନିର୍ବାଚନମଣ୍ଡଳୀରେ ଆଞ୍ଚଳିକ ଓ ବାହାର ନେତା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି। ପ୍ରଶାନ୍ତ ଟିକେଟ୍‌ ପାଇଲେ ଭାଜପା ବିଶେଷ ଲାଭବାନ ହେବ। ମୋଟାମୋଟି କହିବାକୁ ଗଲେ ବିଜେଡିରୁ ଯିଏ ପ୍ରାର୍ଥୀ ହେଲେ ଭାଜପାର କ୍ଷତି ହେବନାହିଁ ବୋଲି ମହାପାତ୍ର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ନିର୍ବାଚନ ପରେ କଂଗ୍ରେସ ନେତା ଚିରଞ୍ଜୀବ ବିଜେଡିରେ ମିଶିବେ ବୋଲି ମଝିରେ ମଝିରେ ଚର୍ଚ୍ଚା ଚାଲିଛି। ଏବେ ବି ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଏଭଳି ସ୍ଥିତିରେ ବିଜେଡି କେଉଁ ନେତାଙ୍କୁ ଦଳୀୟ ଟିକେଟ ଦେଉଛି ତା’ ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri