୨୦୨୩ରେ ହ୍ରାସ ପାଇଛି ଦୁର୍ଘଟଣା

ଢେଙ୍କାନାଳ,୧୯ା୧(ରତନ ନାୟାର): ଢେଙ୍କାନାଳ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଥିଲେ, ୨୦୨୨ ତୁଳନାରେ ୨୦୨୩ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲାରେ ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣାଜନିତ ମୃତ୍ୟୁହାର କମିଛି। କିନ୍ତୁ ଆହତଙ୍କ ସଂଖ୍ୟା ବଢ଼ିଛି। ଏଥିସହ ୫୫ନଂ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟିଛି। ୨୦୨୧ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୩୬୭ ଦୁର୍ଘଟଣାରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୩୬୮ ଜଣ ଆହତ ହୋଇଥିଲେ। ୨୦୨୨ରେ ୪୬୧ ଦୁର୍ଘଟଣାରେ ୨୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ୩୩୮ ଜଣ ଆହତ ହୋଇଥିଲେ। ୨୦୨୩ ଜାନୁଆରୀରୁ ଡିସେମ୍ବର ସୁଦ୍ଧା ୪୦୫ଟି ଦୁର୍ଘଟଣା ଘଟି ୧୮୫ ଜଣଙ୍କ ମୃତ୍ୟୁ ହୋଇଛି। ୪୦୩ ଜଣ ଆହତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଜିଲାର ଢେଙ୍କାନାଳରୁ ସପ୍ତଶଯ୍ୟା ଦେଇ ଶଙ୍କରପୁର ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ସୋଲାର ବ୍ଲିଙ୍କିସ୍‌ ତଥା ରେଡଲାଇଟ୍‌ ଜନଗହଳି ସ୍ଥାନମାନଙ୍କରେ ଲଗାଯାଇଛି। ଏଥିସହିତ ଉକ୍ତ ସ୍ଥାନଗୁଡ଼ିକରେ ଟ୍ରକ୍‌, କାର୍‌ ଓ ମୋଟର ବାଇକ୍‌ର ବେଗ କମାଇବା ସମ୍ପର୍କିତ ସାଇନେଜ ଲଗାଯାଇଥିବା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ସୂଚନା ଦେଇଥିଲେ। ସହରସ୍ଥିତ ରାମେଶ୍ୱରପୁର ଓଭରବ୍ରିଜ୍‌ ଶେଷରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ଜିଲାପାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କହିଥିଲେ। ସେହିପରି କଟକରୁ ଅନୁଗୋଳ ମଧ୍ୟରେ ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି ଏବଂ ସୁରକ୍ଷା ସୂଚନା ଫଳକ ଲଗାଯାଇଥିବା ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଅର୍ପିତ ମାଲବ ସୂଚନା ଦେଇଥିଲେ। ସେହିପରି ଢେଙ୍କାନାଳ କଲେଜ ବାଇପାସ ଓ କୋରିଆଁ ବାଇପାସ ସହର ମଧ୍ୟକୁ ଆସିଥିବା ରାସ୍ତାରେ ଯାନବାହନ ବେଗ ହ୍ରାସ କରିବା ସହିତ ସୂଚନା ଫଳକ ଲଗାଇବା ପାଇଁ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ। ସହରସ୍ଥିତ ବ୍ରଜନାଥ ବଡଜେନା ହାଇସ୍କୁଲ ଛକଠାରେ ମଧ୍ୟ ସଡ଼କ ସୁରକ୍ଷା ସମ୍ପର୍କିତ ସୂଚନା ଫଳକ ଲଗାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ସଡ଼କ ସୁରକ୍ଷା କମିଟ ସଭ୍ୟ ବିରଞ୍ଚି ନାରାୟଣ ପାଣି, ପ୍ରଦ୍ୟୁମ୍ନ ରଥ, ରୁଦ୍ର ନାରାୟଣ ତ୍ରିପାଠୀ, ପ୍ରଭାକର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜସ୍ବ ମତ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri