ପ୍ରଦୂଷଣ ବଳୟରେ ନୂଆ ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର,୧୯ା୧(ଅଶୋକ କୁମାର ସାହୁ): ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ବ୍ୟବସାୟିକ ସ୍ଥଳ ହୋଇଥିବାରୁ ଏଠାକୁ ପର୍ଯ୍ୟାପ୍ତ ରେଳ ଓ ବସ ସୁବିଧା ରହିଛି। ସହରକୁ ପ୍ରତ୍ୟେହ ଲକ୍ଷାଧିକ ଲୋକଙ୍କ ଯାତାୟାତ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଷ୍ଟାଡିୟମ ନିକଟ ଏକ ସଂକୀର୍ଣ୍ଣ ଜାଗାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଗୋଇଲୁଣ୍ଡି ନିକଟକୁ ସ୍ଥାନାନ୍ତର କରାଯାଇ ନୂଆ ବସଷ୍ଟାଣ୍ଡର ରୂପ ଦିଆଯାଇଛି। ହେଲେ ସେହି ରୂପ ମଳିନ ପଡିଯାଇଛି। ଦୂଷିତ ପରିବେଶରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଦାୟିତ୍ୱରେ ଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ର ଅପରାଗତା ପଦାକୁ ଆସିଛି।
କୋର୍ଟପେଟା ଛକରୁ ଗେଟବଜାର ଅଭିମୁଖେ ଗଲାବେଳେ ଭାବାନଗର ନିକଟରେ ରହିଛି ନୂଆ ବସଷ୍ଟାଣ୍ଡ। ବିଭିନ୍ନ ସ୍ଥାନରୁ ଦୈନିକ ଘରୋଇ ଓ ଓଏସ୍‌ଆରଟିସିର ପ୍ରାୟ ୩୦୦ ଗାଡି ଯା’ଆସ କରୁଥିବାବେଳେ ସ୍ଥାନ ପର୍ଯ୍ୟାପ୍ତ ହେଉନାହିଁ। ବସଷ୍ଟାଣ୍ଡ ବାହାରେ ଯାତ୍ରୀଙ୍କ ସୁବିଧା ପାଇଁ ୨୦୦୨ରେ ବିଇଡିଏ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ କରାଯାଇଛି। ବସଷ୍ଟାଣ୍ଡ ଭିତରେ ଅନେକ ଦୋକାନ ବଜାର, ଘରୋଇ ବସ ଓ ଓଏସଆରଟିସି ବସ ପାଇଁ ଟିକେଟ କାଉଣ୍ଟର ରହିଛି। ଶୌଚାଳୟ, ଆହାର କେନ୍ଦ୍ର ରହିଛି। ଦୁଇଟି ବିଶ୍ରାମ ଗୃହ ବି ରହିଛି। ସେଥିରୁ ବସଷ୍ଟାଣ୍ଡ ମଝିରେ ଥିବା ବିଶ୍ରାମ ଗୃହରେ ଲାଗିଥିବା ଫ୍ୟାନଗୁଡ଼ିିକ ଚାଲୁନି। ଲାଇଟ ଜଳୁନି। ଘରୋଇ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ପ୍ରକଳ୍ପ ଲାଗିଥିଲେ ବି ପାଣି ଆସୁନି। ଆଉ ଗୋଟିଏ ବିଶ୍ରାମଗୃହ ରହିଛି କମର୍ସିଆଲ କମ୍ପ୍ଲେକ୍ସ ପଛରେ। ତାହା ନିଶାଡିଙ୍କ ଆଡ୍ଡାସ୍ଥଳ ପାଲଟିଛି। ରାତିରେ ଉକ୍ତ ସ୍ଥାନ ଅନ୍ଧାର ହୋଇଯାଉଥିବାରୁ ସେଠାରେ ଲୋକେ ମଳତ୍ୟାଗ କରିବାକୁ ପଛାଉନାହାନ୍ତି। ସର୍ବସାଧାରଣ ପରିସ୍ରାଗାରରେ ତାଲା ପଡିଥିବା ଓ ଦେୟଯୁକ୍ତ ଶୌଚାଳୟରେ ଜଣପିଛା ୨୦ ଟଙ୍କା ନିଆଯାଉଥିବାରୁ ବସଷ୍ଟାଣ୍ଡ ଭିତର ଓ ଚାରିପଟେ ଥିବା ଡ୍ରେନକଡ ପରିସ୍ରାଗାର ପାଲଟିଛି। ସେଠାରୁ ବାହାରୁଥିବା ଦୁର୍ଗନ୍ଧ ଅଞ୍ଚଳକୁ ଦୂଷିତ କରୁଛି। ବସ ପ୍ରସ୍ଥାନ ଦ୍ୱାର ନିକଟରେ ଏକ ଆହାର କେନ୍ଦ୍ର ରହିଛି। ଉକ୍ତ କେନ୍ଦ୍ର ସମ୍ମୁଖରେ ଆବର୍ଜନା ପାଣି ଜମି ରହୁଥିବାରୁ ଦୁର୍ଗନ୍ଧ ବାହାରୁଛି। କିନ୍ତୁ ଯାତ୍ରୀମାନେ ସାମୟିକ ଆସୁଥିବାରୁ ସେହି ଦୁର୍ଗନ୍ଧ ପରିବେଶରେ ଉକ୍ତ ଆହାର କେନ୍ଦ୍ରରେ ଖାଇ ଚାଲିଯାଉଥିବା କହିଛନ୍ତି। ଶୃଙ୍ଖଳା ରକ୍ଷା ପାଇଁ ଏକ ପୋଲିସ ଫାଣ୍ଡି ଥିଲେ ବି ବସ ନିୟନ୍ତ୍ରଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଶ୍ରାମସ୍ଥଳରେ ଥିବା ପୋଲିସ ସହାୟତା କେନ୍ଦ୍ର ମୁକୁଳା ପଡିଛି।
ସେହିପରି ବାହାରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବିଇଏମସିର ଏକ ଡଷ୍ଟବିନ ପଏଣ୍ଟ ରହିଛି। ତା’ ନିକଟରେ ଆବର୍ଜନା ଗଦେଇ ହେଉଛି। ସେଠାରୁ ବାହାରୁଥିବା ଦୁର୍ଗନ୍ଧ ପରିବେଶକୁ ଦୂଷିତ କରୁଛି। କମ୍ପ୍ଲେକ୍ସ ସମ୍ମୁଖରେ ବିରାଟ ଡ୍ରେନ ଥିବାବେଳେ ପ୍ରାୟ ସ୍ଥାନରେ ଢାଙ୍କୁଣି ପଡିନଥିବାରୁ ସେଥିରୁ ବି ଦୁର୍ଗନ୍ଧ ବାହାରୁଛି। ତେଣୁ ବାହାର ଓ ଭିତରର ଦୁର୍ଗନ୍ଧମୟ ପରିବେଶ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି। ଏ ନେଇ ଯାତ୍ରୀଙ୍କ ମେଳରେ ଥିବା ଆରବି କୋଚର ଲଗେଜ ମ୍ୟାନେଜର ଦଣ୍ଡାପାଣି ଦଳାଇଙ୍କୁ ପଚାରିବାରୁ ସେ କହିଲେ ଯେ, ନୂଆ ବସଷ୍ଟାଣ୍ଡକୁ ଏବେ ସିଟି ବସଷ୍ଟାଣ୍ଡର ମୋହର ଲାଗିଛି। ସମସ୍ୟାରେ ବୁଡି ରହିଛି ଏହି ବସଷ୍ଟାଣ୍ଡ। ବିଇଡିଏ ଚାହିଁଲେ ଯାତ୍ରୀ ସୁବିଧା ପାଇବେ। ଯାତ୍ରୀମାନେ ମଧ୍ୟ ତାଙ୍କ କଥାରେ ଏକମତ ହୋଇଥିଲେ। ଏ ସଂକ୍ରାନ୍ତରେ ବିଇଡିଏର ସେକ୍ରେଟାରି ସମ୍ବିତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଲେ ଯେ, ପର୍ଯ୍ୟାୟକ୍ରମେ ବିକାଶ କରାଯାଉଛି। ଲୋକଙ୍କ ସଚେତନତାର ଅଭାବ ଯୋଗୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ତଥାପି ଏହାକୁ ଆଖି ଆଗରେ ରଖାଯାଇ ପଦକ୍ଷେ ନିଆଯାଉଛି। ସର୍ବସାଧାରଣ ଶୌଚାଳୟରେ ତାଲା ପଡିଥିବା କଥା ପଚାରିବାରୁ ଏହାର କାରଣ ସମ୍ପର୍କରେ ପଚାରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri