ରହସ୍ୟମୟ ସ୍ଥାନ

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ଏଭଳି କିଛି ଘଟଣା ଦେଖିବାକୁ ମିଳେ; ଯାହାକି ଏବେବି ରହସ୍ୟମୟ। ବହୁ ଗବେଷଣା ପରେ ମଧ୍ୟ ଉକ୍ତ ସ୍ଥାନ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଜାଣିବା ସେମିତି କେତେକ ସ୍ଥାନ ବିଷୟରେ…

ଯେଉଁଠି ପଥର ଚାଲେ: କାଲିଫର୍ନିଆ ଏବଂ ନେଭାଡା ସୀମାରେଖାକୁ ଲାଗି ରହିଥିବା ଡେଥ୍‌ ଭ୍ୟାଲି ନ୍ୟାଶନାଲ୍‌ ପାର୍କରେ ଚାଲେ ପଥର। ଏକଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ହେଲେ ଆପଣ ଜାଣନ୍ତି କି, ଏହି ପାର୍କରେ ରହିଛି ଏକ ଶୁଖିଲା ହ୍ରଦ। ଏହାକୁ କୁହାଯାଏ ରେସ୍‌ଟ୍ରାକ୍‌ ପ୍ଲାୟା। ଏଠାରେ ଛୋଟ ଛୋଟ ପଥରରୁ ଆରମ୍ଭ କରି ପ୍ରାୟ ୧୦୦ ପାଉଣ୍ଡରୁ ଅଧିକ ଓଜନ ବିଶିଷ୍ଟ ପଥର ହ୍ରଦର ଏକ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଶହ ଶହ ମିଟର ଦୂର ଆପେ ଆପେ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଥିବା ଦେଖିବାକୁ ମିଳେ। ତେବେ କେତେକ ବୈଜ୍ଞାନିକ ସେଠାରେ ଅଧିକ ପବନ ବହିବା ଫଳରେ ଏପରି ହେଉଛି ବୋଲି ଅନୁମାନ କରୁଥିବା ବେଳେ ଏହା ପଛର ପ୍ରକୃତ ତଥ୍ୟ ଏଯାଏଁ ଜଣାପଡ଼ିନାହିଁ। ଯଦିଓ ପଥର ଘୁଞ୍ଚୁଥିବା ବେଳେ କେହି ଏହାକୁ ଦେଖିନାହାନ୍ତି, ହେଲେ ଘୁଞ୍ଚତ୍ବା ଦ୍ୱାରା ମାଟିରେ ହେଉଥିବା ଦାଗରୁ ଏହା ଜଣାଯାଏ।
ଗୁମ୍ଫାରେ ଜଳେ ନିଆଁ: ଆମେରିକାର ନ୍ୟୁୟର୍କ ସହରରେ ରହିଛି ଚେଷ୍ଟନଟ୍‌ ରିଜ୍‌ ପାର୍କ। ଏଠାରେ ରହିଛି ଏକ ଛୋଟ ଝରଣା। ଯାହା ତଳକୁ ଏକ ଗୁମ୍ଫା ରହିଛି, ଯେଉଁଠାରେ ଅହ ରହ ନିଆଁ ଜଳୁଥିବାର ଦେଖିବାକୁ ମିଳେ, ଯାହାର ନାମ ରହିଛି ଏଟର୍ନାଲ୍‌ ଫ୍ଲେମ୍‌ ଫଲ୍ସ। ସେଠାରେ ପ୍ରାକୃତିକ ଉପାୟରେ ମିଥେନ୍‌ ଗ୍ୟାସ୍‌ ପ୍ରସ୍ତୁତ ହେଉଥିବାରୁ ନିଆଁ ଜଳୁଥିବା ଅନେକ ବୈଜ୍ଞାନିକ ମତ ଦେଉଥିଲେ ବି ଏହାର ପ୍ରକୃତ କାରଣ ଏବେବି ରହସ୍ୟମୟ।
ସମୁଦ୍ର କୂଳରେ ଗଦା ଗଦା ଅଣ୍ଡା: ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଡିକ ମଧ୍ୟରେ ରହିଛି ଡ୍ରାଗନ୍‌ ଏଗ୍‌ ବିଚ୍‌। ଏହାର ନାମ ଏପରି ହେବାର କାରଣ ଏହି ବେଳାଭୂମୀରେ ଥିବା ବହୁ ସଂଖ୍ୟାରେ ଗୋଲାକାର ପଥର ଯାହାକି ଡ୍ରାଗନ ଭଳି କୌଣସି ବଡ ଜୀବ ଅଣ୍ଡାର ଭ୍ରମ ସୃଷ୍ଟି କରେ। ତା’ଛଡା ଏହି ପଥରଗୁଡିକରେ ଥିବା ବହୁସଂଖ୍ୟାରେ ଫାଟ ଅଣ୍ଡାରୁ ଛୁଆ ଫୁଟି ବାହାରିବା ଭଳି ଦେଖାଯାଇଥାଏ। ତେବେ ଏହି ପଥର ୬୦ ମିଲିୟନ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ। ଏହି ବେଳାଭୂମୀର ନିଆରା ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବାରୁ ଏଠାରେ ନା କେବଳ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମେ ବରଂ ଅନେକ ଚଳଚ୍ଚିତ୍ର ମଧ୍ୟ ଦୃଶ୍ୟାୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri