Posted inଖେଳ

ପାରସ,ସ୍ମୃତି ସିଙ୍ଗିଲ୍ସ ଚାମ୍ପିୟନ

ବଲାଙ୍ଗୀର,୩୦ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ୩ ଦିନିଆ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷ ସିଙ୍ଗଲ୍ସରେ ଭୁବନେଶ୍ୱରର ପାରସ ମାଥୁର ୧୪-୨୧, ୨୧-୧୪ ଓ ୨୧-୧୪ ସେଟ୍‌ରେ ସମ୍ବଲପୁରର ତହସିବ ଖାନଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ମହିଳା ସିଙ୍ଗଲ୍ସରେ କଟକର ସ୍ମୃତି ସ୍ବାଇଁ ୧୯-୨୧, ୨୧-୧୧ ଓ ୨୧-୧୭ ସେଟରେ ଭୁବନେଶ୍ୱରର ହର୍ଷିତା ରାଉତଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ପୁରୁଷ ଡବଲ୍ସରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକଙ୍କ ଯୋଡ଼ି ୨୧-୧୮, ୨୧-୧୫ ପଏଣ୍ଟରେ ଅମ୍ଲାନ କେଶରୀ ଗଡ଼ନାୟକ ଓ ତନ୍ମୟ କୁମାର ସାହୁଙ୍କୁ ପରାସ୍ତ କରିଥିବା ବେଳେ ମହିଳା ଡବଲ୍ସରେ ବିଶାଖା ଟପ୍ପୋ ଓ ପ୍ରଗତି ପରିଡ଼ାଙ୍କ ଯୋଡ଼ି ୨୨-୨୦ ଓ ୨୧-୧୬ରେ ହର୍ଷିତା ରାଉତ ଓ ସ୍ମୃତି ସ୍ବାଇଁଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି ା ମିକ୍ସଡ ଡବଲ୍ସ ଫାଇନାଲରେ ଅବିନାଶ ମହାନ୍ତି ଓ ଶ୍ରେୟା ବିଶ୍ୱାଳଙ୍କ ଯୋଡ଼ି ୨୧-୬ ଓ ୨୧-୧୯ରେ ଆୟୁଷ ଦାଶ ଓ ପୂର୍ବା ପ୍ରତ୍ୟାଶା ପଣ୍ଡାଙ୍କୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ।
ଉଦଯାପନୀ ସମାରୋହରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ ଅଫିସିଆଲ ଖେଳ ପରିଚାଳନା ପାଇଁ ଯୋଗ ଦେଇଥିଲେ। ଚିଫ୍‌ ରେଫରୀ ବିଜୟ କୁମାର ବାଗ ସମସ୍ତ ଖେଳ ପରିଚାଳନା କରିଥିଲେ। ପ୍ରତିଯୋଗିତା ଆୟୋଜନରେ ଜିଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସୁଶାନ୍ତ ମହାନ୍ତି, ଅଭିଜିତ ମିଶ୍ର, ସରୋଜ ସୁନା, କାସିମ ଇକବାଲ, ସଞ୍ଜୀବ ସାହାଣୀ, ସୁଧୀର ପଣ୍ଡା, ସଂଯୋଜକ ଶୁଭ୍ରାଂଶୁ ପଣ୍ଡା, ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଳ, ଚନ୍ଦନ ମିଶ୍ର ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri