Posted inଖେଳ

ଆହତ ହୋଇଛନ୍ତି କି ବିରାଟ ? ନାକ ସହିତ କପାଳରେ କ୍ଷତ…

ନୂଆଦିଲ୍ଲୀ,୨୭।୧୧ : ବିରାଟ କୋହଲି ଭାରତର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ଖେଳାଳିଙ୍କ ପାଇଁ ଆଜି କୋହଲିଙ୍କ କ୍ରିକେଟ ସ୍ଥିତିରେ ପହଞ୍ଚିବାର ସ୍ବପ୍ନ ଦେଖିବା ମଧ୍ୟ କଷ୍ଟକର ହୋଇଛି। ଆଇସିସି ବିଶ୍ୱକପ ୨୦୨୩ ରେ କୋହଲିଙ୍କ ବ୍ୟାଟିଂ ମଧ୍ୟ ଭଲଥିଲା। କୋହଲି ଏହି ବିଶ୍ୱକପରେ ନିଜ ବ୍ୟାଟିଂରେ ଅନେକ ବଡ଼ ରେକର୍ଡ କରିଛନ୍ତି, ଯାହା ଭାଙ୍ଗିବା ସହଜ ହେବ ନାହିଁ। ସମ୍ପ୍ରତି କୋହଲିଙ୍କ ଏକ ପୋଷ୍ଟ ପ୍ରଶଂସକଙ୍କୁ ଚକିତ କରିଛି। ଏହି ପୋଷ୍ଟରେ ଏହା ଦେଖିବାକୁ ମିଳୁଛି କୋହଲିଙ୍କ ନାକରେ ଆଘାତ ଲାଗିଛି ଏବଂ ତାଙ୍କ କପାଳରେ ମଧ୍ୟ କ୍ଷତ ଅଛି ।

ବିରାଟ କୋହଲିଙ୍କୁ ଭାରତର ସବୁଠାରୁ ଭଲ କ୍ରିକେଟର ଭାବେ ବିବେଚନା କରାଯାଏ। ଆହତ କାରଣରୁ କୋହଲି କ୍ରିକେଟ ଠାରୁ ଦୂରରେ ଥିବାର କ୍ୱଚିତ ଦେଖାଯାଏ। କୋହଲି ତାଙ୍କ ଫିଟନେସ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାନ୍ତି।
କିନ୍ତୁ ଏବେ ତାଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଶଂସକମାନେ ଏବେ ଚିନ୍ତିତ ଅଛନ୍ତି କି ସେମାନଙ୍କ ପ୍ରିୟ ଖେଳାଳି ବିରାଟ କୋହଲି ଆହତ ହୋଇଛନ୍ତି କି? ୨୭ ନଭେମ୍ବରରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି କୋହଲିଙ୍କ ନାକରେ ଏକ ବ୍ୟାଣ୍ଡେଜ ଅଛି। କୋହଲିଙ୍କ କପାଳରେ କ୍ଷତ ଅଛି, କୋହଲିଙ୍କ ଗାଲରେ ମଧ୍ୟ କ୍ଷତ ଅଛି।
କୋହଲି ପ୍ରକୃତରେ ଆହତ ନାହାନ୍ତି। କୋହଲି ସମ୍ପୂର୍ଣ୍ଣ ଫିଟ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଥିବା ଫଟୋ ହେଉଛି ସ୍ନାପ। କୋହଲି ଫଟୋରେ ଏକ ଫିଲ୍ଟର ବ୍ୟବହାର କରିଛନ୍ତି। ସ୍ନାପ ରେ ଏକ ବିକଳ୍ପ ଅଛି, ଯେଉଁଥିରେ ଯଦି ଆପଣ ଏକ ଫଟୋ ନିଅନ୍ତି, ତେବେ ଆପଣଙ୍କ ନାକରେ ବ୍ୟାଣ୍ଡେଜ ଏବଂ କ୍ଷତ ଦୃଶ୍ୟମାନ ହେବ। କୋହଲି ସମାନ ଫିଲ୍ଟର ବ୍ୟବହାର କରି ଏହି ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତେଣୁ ପ୍ରଶଂସକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ଫଟୋରେ ଧ୍ୟାନ ଦେବା କଥା ହେଉଛି କୋହଲି ଖୁସି ଅଛନ୍ତି ଏବଂ ବିଜୟ ସଙ୍କେତ ମଧ୍ୟ ଦେଖାଉଛନ୍ତି। ଏହା ସ୍ପଷ୍ଟ େଏହି ଫଟୋ କେବଳ ଏକ ଫିଲ୍ଟର ଏବଂ ଅନ୍ୟ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ...

ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦ: ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼/ଅତାବିରା,୧୧।୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ ମାସ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନବିକ୍ରି ଅବ୍ୟବସ୍ଥା...

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ

ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି,...

ସିରିଆ ଉପରେ ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଆଇଏସ୍‌ ଆତଙ୍କବାଦୀ ଶିବିର

ଫ୍ଲୋରିଡା,୧୧।୧: ଆମେରିକା ପୁଣି ଥରେ ସିରିଆରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ...

ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ

ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ...

ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ

ଖଡ଼ିଆଳ,୧୧ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖଡିଆଳର ସ୍ବର୍ଗତ ରାଜା ଡ. ଜିତାମିତ୍ର ପ୍ରସାଦ...

ଏଇ ଭାରତରେ

ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ...

ଇରାନର ନିର୍ବାସିତ ଯୁବରାଜ

ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri