‘ଚାପୁଡ଼ା ମାରିନାହାନ୍ତି ନାନା, କରୁଥିଲେ ଶୁଟିଂ’

ବମ୍ବେ: ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍‌ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି। ଦର୍ଶକଙ୍କ ଲାଗି ଅଭିନେତାଟିଏ ସଫଳ ହୋଇଥାଏ, ହେଲେ ନାନା ଫଟୋ ଉଠାଇବାକୁ କହୁଥିବା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। କଥାଟି ଅନେକଙ୍କୁ ଅଡୁଆ ଲାଗିଥିଲା। ସେଥିଲାଗି ନାନାଙ୍କୁ ଅନେକେ ଟ୍ରୋଲ ମଧ୍ୟ କରୁଥିଲେ। ହେଲେ ଏବେ ସତ ପଦାକୁ ଆସିଛି।

ନିର୍ଦ୍ଦେଶକ ଅନିଲ ଶର୍ମା ନାନାଙ୍କ ଭାଇରାଲ ଭିଡିଓ ପଛର ବାସ୍ତବତା ସମସ୍ତଙ୍କୁ କହିଛନ୍ତି। ଖବର ବିଷୟରେ ଜଣାପଡ଼ିବା ପରେ ସେ ସତ ସମସ୍ତଙ୍କୁ କହିବା ଉଚିତ ମଣିଥିଲେ। ତେବେ ନାନା ବନାରସର ରାସ୍ତାରେ ନିଜର ଆଗାମୀ ଫିଲ୍ମର ଶୁଟିଂ କରୁଥିଲେ। ଏଥିରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାର ଥିଲା। ହେଲେ ଭିଡରେ ଥିବା କେହି ତାର ଭିଡିଓ ଭାଇରାଲ କରିଦେଇଛନ୍ତି। ଫଳରେ ନାନାଙ୍କୁ ନେଇ ଲୋକେ ଏଣୁତେଣୁ କହିବା ଆରମ୍ଭ କରିଛନ୍ତି। ନାନା କାହାକୁ ଚାପୁଡ଼ା ମାରି ନାହାନ୍ତି ବରଂ ତାହା ଏକ ଫିଲ୍ମର ଦୃଶ୍ୟ ବୋଲି ଅନିଲ ସ୍ପଷ୍ଟ କରିଛନ୍ତି।

କହିରଖୁଛୁ, ଭାଇରାଲ ଭିଡିଓରେ ଜଣେ ପ୍ରଶଂସକ ସହମତି ବିନା ତାଙ୍କ ସହ ସେଲଫି ନେବାକୁ ଚାହୁଁଛନ୍ତି। ଏହାକୁ ପସନ୍ଦ ନ କରି ଅଭିନେତା ଯୁବକଜଣଙ୍କୁ ଚାପୁଡ଼ାଟିଏ ମାରୁଛନ୍ତି। ଏହା ପରେ କ୍ରୁ ମେମ୍ବରରୁ ଜଣେ ଆସି ଉକ୍ତ ଯୁବକଙ୍କ ବେକକୁ ଧରି ନେଇଯାଉଥିବା ଦେଖାଯାଉଛି। ଏହି ଭିଡିଓରେ ବ୍ୟବହାରକାରୀ କଟୁ ପ୍ରତିକ୍ରିୟା ଦେଉଛନ୍ତି।

https://twitter.com/tolly_hub/status/1724694031555493987


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri