Posted inଜାତୀୟ

ସିଡବ୍ଲ୍ୟୁସି ରିପୋର୍ଟକୁ ଅଣଦେଖା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୭ା୧୦: ସିକିମ୍‌ରେ ବାଦଲଫଟା ବର୍ଷା ସାଙ୍ଗକୁ ହିମ ହ୍ରଦ ମାଡ଼ିଆସିବାରୁ ଅଚାନକ ବନ୍ୟା ଆସି ୭ ଯବାନଙ୍କ ସମେତ ଅନୂ୍ୟନ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଫସିରହିଥିବାରୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟାର ୩ ଦିନ ପରେ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଛି। ତିସ୍ତା ନଦୀରୁ ପାଣି କମିବା ପରେ ୨୨ ମୃତଦେହ ମିଳିଲାଣି। ଲାଚେନ ଏବଂ ଲାଚୁଙ୍ଗରେ ପ୍ରାୟ ୩,୦୦୦ ଲୋକ ଅଟକି ରହିଛନ୍ତି। ସେଠାକୁ ମୋଟରସାଇକେଲରେ ଯାଇଥିବା ୩,୧୫୦ ଜଣ ବନ୍ୟା ଯୋଗୁ ଫସିରହିଛନ୍ତି। ସ୍ଥଳସେନା ଓ ବାୟୁସେନା ହେଲିକପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସିକିମ୍‌ ମୁଖ୍ୟ ସଚିବ ବିଜୟ ଭୂଷଣ ପାଠକ କହିଛନ୍ତି। ଆଉ ଏକ ଗ୍ଲେସିୟର ହ୍ରଦ ଭୁଶୁଡ଼ିବା ଆଶଙ୍କା ଥିବାରୁ ପର୍ଯ୍ୟଟକମାନେ ବର୍ତ୍ତମାନ ପାଇଁ ସିକିମ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ସରକାର ସମୟରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଚୁଙ୍ଗ୍‌ଥାଙ୍ଗ ଡ୍ୟାମ୍‌ ଭାଙ୍ଗିଲା ବୋଲି ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ କହିଛନ୍ତି।
ଗ୍ଲେସିୟର ହ୍ରଦ ଉଛୁଳି ସିକିମ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବା ସମ୍ଭାବନା ସମ୍ପର୍କରେ ଅତୀତରେ ଅନେକ ଗବେଷଣା କରାଯାଇଥିଲା। ୨୦୧୫ରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା କରାଯାଇଥିବା ଅଧ୍ୟୟନରେ ତିସ୍ତା ନଦୀ ଉପରେ ନିର୍ମିତ ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରତି ବିପଦ ଥିବା ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବେ ସତର୍କ କରିଦିଆଯାଇଥିଲା। ବନ୍ଧ ଭାଙ୍ଗି ଲୋନାକ ହ୍ରଦର ଗଚ୍ଛିତ ଜଳ ମାଡ଼ିଆସିବାରୁ ଗତ ୪ ତାରିଖରେ ତିସ୍ତା ନଦୀ ଅବବାହିକାରେ ହଠାତ୍‌ ଜଳସ୍ତର ଅତ୍ୟଧିକ ବଢ଼ିଯାଇଥିଲା। ଫଳରେ ଅଚାନକ ବନ୍ୟାରେ ମାଙ୍ଗନ, ଗାଙ୍ଗଟକ୍‌, ପକ୍ୟୋଙ୍ଗ ଏବଂ ନାମଚି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ୭ ଯବାନଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୩ ନିଖୋଜ ଅଛନ୍ତି। ହିମ ହ୍ରଦ ମାଡ଼ିଆସିବାରୁ ତିସ୍ତା ନଦୀରେ ୧,୨୦୦ ମେଗାଓ୍ବାଟ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଅଙ୍ଗ ଚୁଙ୍ଗଥାଙ୍ଗ୍‌ ଡ୍ୟାମ୍‌ ଭାଙ୍ଗିଯାଇଥିଲା। ସିଡବ୍ଲ୍ୟୁସି ରିପୋର୍ଟରେ ହିମ ହ୍ରଦ ବନ୍ୟା ତିସ୍ତା ଅବବାହିକା ଏବଂ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବିପଦ ବୋଲି କୁହାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଥିଲେ। ଉକ୍ତ ହ୍ରଦ ସେକେଣ୍ଡ ପ୍ରତି ୬,୨୧୦ ଘନମିଟର ଜଳ ଛାଡ଼ିବ, ଯାହା ଦୁଇ ଘଣ୍ଟା ମଧ୍ୟରେ ଚୁଙ୍ଗ୍‌ଥାଙ୍ଗ ଓ ତିସ୍ତା-୩ ପ୍ରୋଜେକ୍ଟରେ ପହଞ୍ଚତ୍ପାରିବ ବୋଲି ରିପୋର୍ଟରେ କୁହାଯାଇଥିଲା। ଏହା ହେଲେ ତିସ୍ତା ନଦୀ ଜଳସ୍ତର ୪.୪୫ ମିଟର ବଢ଼ିଯିବା ସମ୍ଭାବନା ଥିବା ରିପୋର୍ଟରେ ସତର୍କ କରିଦିଆଯାଇଥିଲା। ରିପୋର୍ଟ ଆଧାରରେ ଜଳବିଦ୍ୟୁତ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ ହ୍ରଦ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏହା ଯେପରି ନ ଭାଙ୍ଗିବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାର ଥିଲା। ଅଚାନକ ବନ୍ୟାଜନିତ ସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିଓରକୁ ବିକଶିତ କରିବା ଲାଗି ରିପୋର୍ଟରେ ସୁପାରିସ କରାଯାଇଥିଲା। ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କର୍ତ୍ତୃପକ୍ଷ ଆଗୁଆ ବ୍ୟବସ୍ଥା କରିବାରେ ବିଫଳ ହେଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଜୟଶଙ୍କରଙ୍କ ବଡ଼ ବୟାନ: କହିଲେ ଆମ ପଡ଼ୋଶୀମାନେ ଭଲ ନୁହନ୍ତି, ଭାରତ କାହାକୁ ତା’ର…

ନୂଆଦିଲ୍ଲୀ,୨ା୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଆଇଆଇଟି ମାଡ୍ରାସର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ଗିଗ୍ ୱର୍କର୍ସଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ

ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri