ଶୋଷ ମେଣ୍ଟାଉଛି ଚୁଆପାଣି

ଯୋଡ଼ା,୨୩ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ରହିଛି। ଏଠାରେ ଥିବା ଖଣିରୁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଏହା ସହ ଜିଲା ଖଣିଜ ପାଣ୍ଠିରେ ଅଜସ୍ର ଟଙ୍କା ରହିଛି। ତଥାପି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟା ସୁଧୁରିପାରୁନାହିଁ। ଏଠାକାର ଲୋକେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି। ଯୋଡ଼ା ବ୍ଲକ୍‌ କାଳିମାଟି ପଞ୍ଚାୟତରେ ୫ ମାସ ହେବ ପାନୀୟ ଜଳ ପ୍ରକଳ୍ପ ପାଇପ ଫାଟିଯିବାରୁ ସ୍ଥାନୀୟ ବାସିନ୍ଦା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛି। ବାରମ୍ବାର ଅଭିଯୋଗ ପରେ ବି ମରାମତି ହେଉ ନ ଥିବାରୁ ସେମାନେ ପାହାଡ଼ି ଝରଣା ଓ ଚୁଆପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପଞ୍ଚାୟତର ପ୍ରାୟ ୧୫ ଖଣି ପ୍ରଭାବିତ ଗ୍ରାମକୁ ଜଳ ଯୋଗାଣ ପାଇଁ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବେଲଦାଠାରେ ଏକ ପ୍ରକଳ୍ପ କରାଯାଇଛି। ରାସ୍ତା କାମ ସମୟରେ ପ୍ରକଳ୍ପ ପାଇପ ଫାଟିଯିବାରୁ ପ୍ରାୟ ୫ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜଳ ଯୋଗାଣ ବନ୍ଦ ରହିଛି। କେବଳ ବାମେବାରି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରୁଛି। ବାମେବାରିରୁ କାଳିମାଟି, ଖଜୁରଡିହି, ପୁରୁଣାଡିହି, ବସନ୍ତପୁର ପ୍ରଭୃତି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଗ୍ରାମର ପ୍ରାୟ ୧୫ ଶହରୁ ଊଦ୍ଧର୍‌ବ ଲୋକ ପାନୀୟ ଜଳରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଳ ଯୋଗାଣ ବିଭାଗକୁ ଜଣାଇଲେ ସୁଦ୍ଧା କୌଣସି ଫଳ ମିଳି ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟହୋଇ ପାହାଡ଼ରୁ ବହି ଆସୁଥିବା ଝରଣା ପାଶର୍‌ବରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଦୂଷିତ ଜଳ ପିଇ ଶୋଷ ମେଣ୍ଟାଉଛନ୍ତି। ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଦୂଷିତ ଜଳ ବ୍ୟବହାର ଦ୍ୱାରା ହଇଜା, ଆମାଶୟ, ଡାଏରିଆ ରୋଗ ଭଳି ଅନେକ ମାରାତ୍ମକ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମେଗା ପ୍ରୋଜେକ୍ଟର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ନାଏକ କହିଛନ୍ତି, ପିଡବ୍ଲ୍ୟୁଡି ବିଭାଗର ରାସ୍ତା କାର୍ଯ୍ୟ ବେଳେ ଏହି ମେଗା ପ୍ରୋଜେକ୍ଟର ୬ଟି ପାଇପ ଫାଟି ଯାଇଛି; ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ। ଏହାକୁ ରିକଭରି ପାଇଁ ପ୍ରକଳ୍ପ ପକ୍ଷରୁ ଗତ ଅଗଷ୍ଟରେ ଚିଠି କରାଯାଇଛି। ଗତ ବୁଧବାର ଏ ସମ୍ପର୍କରେ ଏକ ବୈଠକ ମଧ୍ୟ ହୋଇଥିଲା। ଆଗାମୀ ୧୦ ଦିନ ମଧ୍ୟରେ କୌଣସିମତେ ପାଇପ ଲାଇନ ସଂଯୋଗ କରାଯିବାର ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପଞ୍ଚାୟତର ଚତୁଃପାର୍ଶ୍ୱରେ ବହୁ ଖଣି ଓ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ରହିଥିଲେ ହେଁ ସେମାନେ ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ଜଳ ଯୋଗାଇବାକୁ ଅଞ୍ଚଳବାସୀ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri