ଉଭୟ ପକ୍ଷର ୯ ଧରାପଡ଼ିଲେ

ପୁରୀ, ୨୧ା୯(ଅଜିତ୍‌ ମହାନ୍ତି): ଗଶେଣ ପୂଜାକୁ ନେଇ ମଙ୍ଗଳବାର ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟିଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ଉଭୟ ପକ୍ଷର ୯ ଅଭିଯୁକ୍ତ ଧରାପଡ଼ିଛନ୍ତି ା ସେମାନଙ୍କ ମଧ୍ୟରେ ୩ଜଣ ନାବାଳକ ଅଛନ୍ତି ା ଅନ୍ୟ ୬ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଅନ୍ତର୍ଗତ ବାରବାଟୀ ଜାଗା ନୂଆସାହିର ସୁଦାମ ଦାସ (୨୪), ଦିନେଶ କୁମାର ସାହୁ (୧୯), ସୋନୁ କହଁର (୨୩), କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ତଳନୂଆ ସାହି ବୋଡିଙ୍ଗ ଛକର ସୌରଭ ଖୁଣ୍ଟିଆ (୧୮), ପୁରୀ ବସଷ୍ଟାଣ୍ଡ ନିକଟ ରଘୁପତି ନଗରର ରାଜେନ୍ଦ୍ର ପ୍ରସାଦ ସ୍ବାଇଁ (୧୯) ଏବଂ ଟାଉନଥାନା ଅନ୍ତର୍ଗତ ବାଲିସାହି ସିଦ୍ଧବକୁଳ ମଠ ଲେନ୍‌ର ଶ୍ରୀନିବାସ ଦାଶ (୧୮)। ଏମାନଙ୍କଠାରୁ ପୋଲିସ ଗୋଟିଏ ଛୁରି ଜବତ କରିଛି। ଏ ନେଇ ଏକ କେସ୍‌ (ନଂ. ୩୩୭/୨୩) ରୁଜୁ ହୋଇଛି। ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଛାତ୍ର ବାସୁଦେବ ଷଡ଼ଙ୍ଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର କଲେଜର ୭ଜଣ ଛାତ୍ର କଲେଜ ମୁଖ୍ୟଫାଟକ ଅପରପାର୍ଶ୍ୱରେ ଥିବା ଏକ ବରଗଛ ନିକଟରେ ବସିଥିଲେ। ଏହି ସମୟରେ ତିନିଜଣ ଯୁବକ ସମୁଦ୍ରକୂଳ ପାଶର୍‌ବରୁ ସେହି ରାସ୍ତାରେ ବାଇକ ଯୋଗେ ଯାଉଥିବାବେଳେ ଛାତ୍ରମାନଙ୍କ ମଧ୍ୟରୁ କେହି ଜଣେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତକ୍ତ ହୋଇଥିଲା। ପରିସ୍ଥିତି ଉତ୍ତେଜନା ହେବାରୁ ଉଭୟ ଗୋଷ୍ଠୀର ସଦସ୍ୟମାନେ ନିକଟରେ ଥିବା କ୍ୟାବିନରୁ ବାଉଁଶ ଏବଂ କାଠବାଡ଼ି ଆଣି ପରସ୍ପରକୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଜଣେ ଯୁବକ ବାସୁଦେବ ଷଡ଼ଙ୍ଗୀଙ୍କୁ ଭଙ୍ଗା କଇଁଚିରେ ଆକ୍ରମଣ କରିଥିଲେ। ବାସୁଦେବଙ୍କ ପେଟରେ ଆଘାତ ଲାଗିଥିଲା। ପୋଲିସ ପାଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚତ୍ ଆହତ ବାସୁଦେବଙ୍କୁ ଉଦ୍ଧାର କରିଥିଲେ। ପିସିଆର ଭ୍ୟାନରେ ଥିବା ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କୁ କାବୁ କରିବା ସହ କଇଁଚିରେ ଆକ୍ରମଣ କରିଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିକଟସ୍ଥ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ପାଖରୁ ଧରିଥିଲା। ଖବରପାଇ ସିଟି ଡିଏସ୍‌ପି ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ସଦରମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତିି କରିଥିଲେ। ତେବେ ପୋଲିସ ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଅଟକ ରଖିବା ସହ ୩ଟି ମୋଟର ସାଇକେଲ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri