Posted inଖେଳ

ହରାରେରେ ଟାଇଟଲ ଜିତିଲେ ଦେବାଶିଷ

ଭୁବନେଶ୍ୱର, ୧୯।୮(ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଜିମ୍ବାଓ୍ବେର ହରାରେଠାରେ ଅନୁଷ୍ଠିତ ଆଇଟିଏଫ୍‌ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ଡବଲ୍ସ ଇଭେଣ୍ଟରେ ଟାଇଟଲ ବିଜୟୀ ହୋଇଛନ୍ତି। ଗତ ୧୩ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଥିଲା। ଆମେରିକାର ହାନୁ ପଟେଲ ଦେବାଶିଷଙ୍କ ପାର୍ଟନର ଥିଲେ। ଫାଇନାଲରେ ଦେବାଶିଷ ଓ ହାନୁ ଯୋଡ଼ି ଘାନାର ରାଫାଲ ନିଲ୍‌ ଅନ୍‌କ୍ରା ଓ ବୁରୁନ୍ଦିର ଆଲାନ ଗାଟୋଟୋଙ୍କୁ ୬-୨, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରତିଯୋଗିତାରୁ ଦେବାଶିଷ ୩୫ ଆଇଟିଏଫ୍‌ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେ ୩୮୧ରୁ ୩୦୦ ର଼୍ୟାଙ୍କ୍‌ ଆଡ଼କୁ ଅଗ୍ରସର ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମର ଜୁନିୟର ବିଭାଗରେ ଭାଗନେବା ତାଙ୍କର ଲକ୍ଷ୍ୟ। ଦେବାଶିଷ ସମ୍ପ୍ରତି କିଟ୍‌ରେ ଦ୍ୱାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନ କରୁଛନ୍ତି। ଅହମଦାବାଦସ୍ଥିତ ଆଲଟୋଭେଲ ଆଲେକଜାଣ୍ଡର ଓ୍ବାସ୍କେ ଟେନିସ ଏକାଡେମୀରେ ସମ୍ପ୍ରତି କୋଚ୍‌ ଶ୍ରୀମଲ ଭଟ୍ଟଙ୍କଠାରୁ ଟ୍ରେନିଂ ନେଉଥିବା ଦେବାଶିଷ ନିଜର ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ନିଜ ସ୍କୁଲ୍‌ କିଟ୍‌କୁ ଶ୍ରେୟ ଦେଇଛନ୍ତି। ସରକାର ଓ କିଟ୍‌ର ସହଯୋଗ ଯୋଗୁ ସେ ଆଜି ଏଠାରେ ପହଞ୍ଚତ୍ ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଜାତୀୟ ସର୍କିଟରେ ସେ ଏଆଇଟିଏ ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ୮ମ ସିଡ୍‌ର ମାନ୍ୟତା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଅନ୍ତି କୋହଲି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୧୨।୧: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କୁ ୭୧ତମ ଥର...

ଭାରତ ପହଞ୍ଚିଲେ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ସୋମବାର ତାଙ୍କର ପ୍ରଥମ ସରକାରୀ ଗସ୍ତ ପାଇଁ ଭାରତ ଆସିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ, ଯେଉଁଠାରେ...

ବାଟବଣା ବସୁଧା ଯୋଜନା, ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୧୨।୧(ପ୍ରଦୀପ କୁମାର ସାହୁ):ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି। ଯୋଜନାଗୁଡିକ...

ଏସ୍‌ଆଇଆର୍‌ ବେଳେ ଗଲାଣି ୭୭ ଜୀବନ: ମମତା

ନୂଆଦିଲ୍ଲୀ,୧୨ା୧: ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହି ଅଭିଯାନ ବେଳେ ୭୭ ଜଣଙ୍କ...

ମହାନଦୀ ଜଳକୁ ଅଟକାଉଛି ଛତିଶଗଡ଼: ବ୍ୟାରେଜ ସହିତ ତିଆରି କରିଛି ବାଲିବନ୍ଧ

ଝାରସୁଗୁଡ଼ା,୧୨ା୧(ଆଶିଷ ରଞ୍ଜନ ଦାଶ):ଛତିଶଗଡ଼ ସରକାରଙ୍କର ମନ ମାନୁନାହିଁ। ଶିଳ୍ପସଂସ୍ଥା ସ୍ବାର୍ଥରେ ମହାନଦୀ ଭିତରେ ବ୍ୟାରେଜ ସହିତ ବାଲିବନ୍ଧ ତିଆରି କରିଛି। ମହାନଦୀ ଉପରେ ନିର୍ମାଣ ହୋଇଥିବା...

ସେ ଯେବେ କ୍ଷମା ଆଚରଇ

ବାପା ଚାଲିଯିବା ପରେ ଏବେ ଅନୁଭବ କରିପାରୁଛି ଯେ ଅନେକ କଷ୍ଟ ଯନ୍ତ୍ରଣାକୁ ସହି ସେ ଆମଙ୍କୁ କ୍ଷମା କରିଚାଲିଥିଲେ। ଅନେକ ଥର କ୍ଷମା କରିବାର...

ବିଶ୍ୱଶାନ୍ତିରେ ପ୍ରଶ୍ନବାଚୀ

ଏକ ସ୍ବାଧୀନ ତଥା ସାର୍ବଭୌମ ଦେଶ ଭେନେଜୁଏଲା ଉପରେ ଆମେରିକାର ରାତିଅଧିଆ ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅପହରଣ...

ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର ସମ୍ମୁଖୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri