‘ଗଦର-୨’ରେ ଓଡ଼ିଶାର ବରୁଣ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫଲି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲବିଶୋଇ। ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫଲି ରେକର୍ଡିଷ୍ଟ ଭାବେ କାର୍ଯ୍ୟକରି ଖ୍ୟାତି ଅର୍ଜନ କରିଛନ୍ତି। ସ୍ବର୍ଗତ ଶ୍ରୀବତ୍ସ ମାଲବିଶୋଇଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କଠାରୁ ଦରଜି କାମ ଶିଖି ପରିବାର ପୋଷୁଥିଲେ। ୨୦୦୦ ମସିହାରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଧାରୁ ପାଠ ଛାଡ଼ି ଦେଇଥିଲେ। ନିଜ ପାଖରେ ରଖିଥିବା ୪୦୦ ଟଙ୍କା ଏବଂ ବନ୍ଧୁଙ୍କଠାରୁ ୫୦୦ ଟଙ୍କା କରଜ କରି ନିଜ ସ୍ବପ୍ନକୁ ପୂରଣ କରିବାକୁ ୨୦୦୨ ଜାନୁୟାରୀ ପହିଲାରେ ମୁମ୍ବାଇ ଯାତ୍ରା କରିଥିଲେ। ପ୍ରଥମେ ସେ ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳି ନ ଥିଲା। ସେଠାକାର ଜଣେ ରାତ୍ରି ଜଗୁଆଳି ତାଙ୍କୁ ସେଠାରେ କ୍ୟାଣ୍ଟିନ ବୟ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ। ସେହି କାର୍ଯ୍ୟ କରିବା ମଧ୍ୟରେ ସେ ଫଲି ରେକର୍ଡ କାର୍ଯ୍ୟ ଶିଖି ପରେ ଆରାଧନା ଷ୍ଟୁଡିଓରେ କାର୍ଯ୍ୟ କରିଥିଲେ। ଦୀର୍ଘଦିନ ପରେ ସେ ନିଜେ ଷ୍ଟୁଡିଓ କରି ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ତାଙ୍କ ସହିତ ଫଲି ରେକର୍ଡର ସହକଳାକାର ଭାବେ ଶିବଶମ୍ଭୁ ଦିଗାଳ ରହିଛନ୍ତି। ଶିବଶମ୍ଭୁଙ୍କୁ ୨୦୨୧ରେ ବରୁଣ ମୁମ୍ବାଇ ନେଇଯାଇଥିଲେ। ସେଠାରେ ଏହି କାର୍ଯ୍ୟ ଶିଖିବା ପରେ ଦୁହେଁ ଏବେ ସଫଳତା ହାସଲ କରିଛନ୍ତି। ଫଲି ରେକର୍ଡ ହେଉଛି ଏଭଳି ଏକ କଳା, ଯାହାକି ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲିଚଳଣ, ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ କରିବା ଆଦି ଶବ୍ଦକୁ ଫଲି କଳାକାର ପରଦା ପଛରେ ରହି ଜୀବନ୍ତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri