ସୁରକ୍ଷା ପରିଷଦ ବ୍ୟବସ୍ଥା ଉପରେ ଭାରତର ପ୍ରଶ୍ନ: ଏହା ଦ୍ୱାରା ଆସିବନି ଶାନ୍ତି…

ଜେନେଭା,୪।୫ : ମିଳିତ ଜାତିସଂଘ ବୈଠକରେ ଭାରତ ପୁଣି ଥରେ ସୁରକ୍ଷା ପରିଷଦର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏଥିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର ପାଞ୍ଚଜଣ ସଦସ୍ୟଙ୍କୁ ଅନ୍ୟ ଦେଶ ସହ ସମାନ କରାଯିବା ଉଚିତ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ବିଷୟ ଉପରେ ଆଲୋଚନା କରାଯାଉ ବୋଲି ସେ କହିଛନ୍ତି। ଏହି ଆଲୋଚନା ସମୟରେ ରୁଚିରା କାମ୍ବୋଜ କହିଛନ୍ତି, ଯଦି ପରିଷଦ ଭବିଷ୍ୟତରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛି, ତେବେ ପ୍ରଥମେ ଆମକୁ ଇତିହାସରୁ ଶିଖିବାକୁ ପଡ଼ିବ।

ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର ବର୍ତ୍ତମାନର ବ୍ୟବସ୍ଥାରେ ସମଗ୍ର ଆଫ୍ରିକୀୟ ମହାଦ୍ୱୀପ, ଲାଟିନ ଆମେରିକା, ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଭାରତର କୌଣସି ପ୍ରତିନିଧିତ୍ୱ ନାହିଁ। ଏଭଳି ପରିସ୍ଥିତିରେ ସୁରକ୍ଷା ପରିଷଦର ପାଞ୍ଚଜଣ ସଦସ୍ୟଙ୍କୁ ଅନ୍ୟମାନଙ୍କ ସହ ସମାନ କରି ଏଥିରେ ଅଧିକ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ।

ସୁରକ୍ଷା ପରିଷଦର ବର୍ତ୍ତମାନର ବ୍ୟବସ୍ଥା ଅସମାନତାକୁ ଦୂର କରୁଛି ନା ଏହାକୁ ପ୍ରୋତ୍ସାହିତ କରୁଛି? ଦୀର୍ଘ ଦଶନ୍ଧି ଧରି ଏହାର ଉନ୍ନତି ବିଷୟରେ ଆଲୋଚନା ହୋଇଆସୁଛି, କିନ୍ତୁ ସୁରକ୍ଷା ପରିଷଦର ବିଶ୍ୱାସନୀୟତା ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ନ ପାଇବା ପର୍ଯ୍ୟନ୍ତ ଆମେ ବିଶ୍ୱାସ ଏବଂ ଶାନ୍ତି ଆଣି ପାରିବୁ ନାହିଁ। ପରିଷଦ ସଦସ୍ୟମାନଙ୍କୁ ଅଧିକ ଉତ୍ତରଦାୟୀ କରିବାର ଆବଶ୍ୟକତା ରହିଛି ବୋଲି କାମ୍ବୋଜ କହିଛନ୍ତି। ଏହି ଅନୁଷ୍ଠାନ ଅଧିକ ଖୋଲା ରହିବା ଉଚିତ, ବିବିଧତାକୁ ଅନ୍ତର୍ଭୁକ୍ତ କରି ଏବଂ ଏଥିରେ ବିଶେଷ ଭାବରେ ଦକ୍ଷିଣକୁ ପ୍ରତିନିଧିତ୍ୱ କରିବା ଆବଶ୍ୟକ।

ବିକାଶଶୀଳ ଦେଶଗୁଡ଼ିକୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ଏବଂ ଏଥିରେ ସୱରହୀନ ଲୋକଙ୍କୁ ସ୍ବର ଦେବାର ଶକ୍ତି ରହିବ, କେବଳ ସେତେବେଳେ ଏହା ବିଶ୍ୱାସକୁ ଆଗେଇ ନେବାକୁ ସକ୍ଷମ ହେବ। ସୁରକ୍ଷା ପରିଷଦ ମଧ୍ୟ ଆଞ୍ଚଳିକ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଆହ୍ବାନଗୁଡିକର ସମାଧାନ ପାଇଁ ଏସବୁ ସଂଗଠନଗୁଡ଼ିକ ସହିତ କାର୍ଯ୍ୟ କରିବା ଉଚିିତ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri