ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍‌ କରିଛନ୍ତି ଡାକ୍ତର

କେନ୍ଦୁଝର,୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗଁାରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ ପଢ଼ିବା ପାଇଁ କରିଥିବା କଷ୍ଟକୁ ହୃଦବୋଧ କରି ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କୁ ଏହା ଉପହାର ସ୍ବରୂପ ଦେଇଛନ୍ତି। ଯେଉଁଠାରେ ଗରିବ ପିଲା ମାଗଣାରେ ପାଠ୍ୟ ପୁସ୍ତକ ସହ ଧନ୍ଧାମୂଳକ ଶିକ୍ଷା ଗ୍ରହଣ କରିବାର ସୁବିଧା ଉପଲବ୍ଧ ରହିଛି। ଏଭଳି ମାଗଣାରେ ପାଠ ପଢ଼ାଇବା ବ୍ୟବସ୍ଥା କରି ଦେଶରେ ନୂତନ ଉଦାହରଣ ପାଲଟିଛନ୍ତି ହାଟଡ଼ିହି ବ୍ଲକ୍‌ ବେରୁଣପଦି ଗ୍ରାମର ଡାକ୍ତର ପ୍ରଦୀପ ସେଠୀ। ସେ କେଶ ପ୍ରତ୍ୟାରୋପଣ ବିଶେଷଜ୍ଞ ଭାବେ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ହରିୟାଣାରେ ଅବସ୍ଥାପିତ ଅଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ପ୍ରଦୀପ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ବହୁ ସଂଘର୍ଷ କରିଆସିଛନ୍ତି। ମୂଲ ମଜୁରି ଲାଗି ସ୍କୁଲ ଓ କଲେଜ ପାଠ ପଢ଼ିଥିଲେ। ନୂଆଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଡାକ୍ତରୀ ପାଠ ସାରିଥିଲେ। ଚିକିତ୍ସା କ୍ଷେତ୍ରରେ ୧୫ ବର୍ଷ ପରେ ସେ ନିଜ ଗଁାକୁ ଫେରି ସ୍ଥାନୀୟ ଗରିବ ପିଲାଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଚିନ୍ତା କରିଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ୪ରେ ହାଟଡ଼ିହି ବ୍ଲକ୍‌ ବେରୁଣପଦିି ନିଜସ୍ବ ଜନ୍ମ ମାଟିରେ ଉତ୍କଳ ଗୌରବ ଅନ୍ତର୍ଜାତୀୟ ବିଦ୍ୟାଳୟ ନାମରେ ବିଶ୍ୱସ୍ତରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏଥିରେ ଗ୍ରାମବାସୀ ତାଙ୍କୁ ସହଯୋଗ କରି ଶ୍ରମ ଦାନ ସହ ଜମି ଦାନ କରିଥିବା ମଧ୍ୟ ଜଣାପଡ଼ିଛି। ବିଦ୍ୟାଳୟ ଏବେ ଗରିବ ପିଲାମାନଙ୍କ ପାଇଁ ଦଶ ଏକର ପରିମିତ ଜମିରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ପରିସୀମା ୨୦ ଏକରକୁ ବୃଦ୍ଧି କରାଯାଇ ୨୫୦୦ ପିଲାଙ୍କୁ ଆବାସିକ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡା. ପ୍ରଦୀପ କହିଛନ୍ତି। ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ନିଯୁକ୍ତି ଆଦି ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ପିଲାମାନେ କୃଷି, ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ ଓ ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ଅଧ୍ୟୟନ କରିବେ। ଏଥି ପାଇଁ ବିଶେଷ ପ୍ରତିଭାବାନ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାଠ ସହିତ ଆଧ୍ୟାତ୍ମିକ ବିଦ୍ୟା ପ୍ରଦାନ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପାଇଁ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ରବି ଶାସ୍ତ୍ରୀ, ସଙ୍ଗୀତ ଓ କଳା ପାଇଁ ସୋନୁ ନିଗମ, ଯୁବିନ ନଉଟିୟାଲ ଓ ବ୍ୟବସାୟ ପାଇଁ ରାଜୀବ ବଜାଜଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଛି।
ଡା. ପ୍ରଦୀପ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଗୁରୁ ଶ୍ରୀ ପରମେଶ୍ବର ଯୋଗାନନ୍ଦଙ୍କ ଭକ୍ତ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଜୀବନ ସାର୍ଥକ ହେବ ଯେତେବେଳେ ନିଜ ସମ୍ବଳର ସଦୁପଯୋଗ କରି ଅବହେଳିତ ଲୋକଙ୍କ ପାଇଁ କିଛି କରିବେ। ଏହା ହିଁ ଗୁରୁଙ୍କ ନୀତିବାଣୀ ଅଛି। ଯାହାକୁ ସେ ପାଳନ କରୁଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri