୧୮ ବର୍ଷ ହେଲା ଅପେକ୍ଷା

ଢେଙ୍କାନାଳ ଅଫିସ, ୨୭।୪: ଜିଲା ସଦର ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍‌ ଚଳାଚଳ ସୁଗମ କରାଇବା ସ୍ବପ୍ନ ଦେଖାଇଛନ୍ତି ସରକାର। ଓଡ଼ିଶାର ୨୨ ଜିଲାରେ ୫୫ଟି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ, ଯେଉଁଠାରେ ବସ୍‌ ରହଣି ସମେତ ଯାତ୍ରୀଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ପରଷାଯାଇଛି ଗୋଲାପୀ ଚିତ୍ର। ହେଲେ ଭିତ୍ତିପ୍ରସ୍ତର ସ୍ଥାପନକୁ ଦୀର୍ଘ ୧୪ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଢେଙ୍କାନାଳରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାମ ଆରମ୍ଭ ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଢେଙ୍କାନାଳ ସହରରେ ଏକ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୦୫ରେ ପୌରସଂସ୍ଥା ପକ୍ଷରୁ ମହିଷାପାଟ ପଡ଼ିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ ଏହା ଆଗେଇ ପାରି ନ ଥିଲା। ଏହାପରେ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଡ୍ରିଟ୍‌) ପକ୍ଷରୁ ପିପିପି ମୋଡ୍‌ରେ ବସ୍‌ ଟର୍ମିନାଲ ଲାଗି ପୁନର୍ବାର ମହିଷାପାଟ ପଡ଼ିଆର ୫ ଏକର ଜାଗା ଚିହ୍ନଟକରି ଟେଣ୍ଡର ହୋଇଥିଲା। ତେବେ ଡ୍ରିଟ୍‌ ଏବଂ ଠିକାସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ମାମଲା ହାଇକୋର୍ଟ ଯାଏ ଯାଇଥିଲା। ଠିକାସଂସ୍ଥା ଓହରିଯିବାରୁ ପ୍ରକଳ୍ପ ଅଧାରେ ଅଟକିଯାଇଥିଲା। ୨୦୧୫ରେ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଥିଲା। ଏଠାରେ ସ୍ଥାୟୀ ଭାବେ ବାର୍ଷିକ ପଲ୍ଲିଶ୍ରୀ ମେଳା କରିବାକୁ ଜିଲା ପ୍ରଶାସନ ଯୋଜନା କରିଥିଲା। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ପଡ଼ିଆରେ ପାଚେରି ନିର୍ମାଣ ପାଇଁ ଉଦ୍ୟମ କରାଯାଉଥିବାବେଳେ ପ୍ରଶାସନ ଏହାକୁ ବନ୍ଦ କରିଦେଇଥିଲା। ଦୀର୍ଘଦିନ ଧରି ଛକାପଞ୍ଝା ପରେ ମହିଷାପାଟ ପଡ଼ିଆର ୫ ଏକର ଜମିରେ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ତଦନୁଯାୟୀ ପଡ଼ିଆର ପଟ୍ଟା ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ହୋଇଥିଲା। ୨୦୨୧ ଡିସେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶିଳାନ୍ୟାସ କରିଥିଲେ। ଉକ୍ତ ବସ୍‌ ଟର୍ମିନାଲ ରାଜ୍ୟରେ ଉଦାହରଣ ସାଜିବ। ଏଠାରେ ବିଶ୍ରାମାଗାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହିନ୍ଦୋଳରେ ମଧ୍ୟ ୧ ଏକର ଜମିରେ ଅନୁରୂପ ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ ହୋଇଥିଲା। କିନ୍ତୁ ଦୀର୍ଘ ୧୪ ମାସ ବିତିବା ପରେ ମଧ୍ୟ ବସ୍‌ ଟର୍ମିନାଲ କାମ ଆରମ୍ଭ ହୋଇ ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କୁହନ୍ତି, ରାଜ୍ୟ ପରିବହନ ନିଗମ ପକ୍ଷରୁ ଏବେ ଢେଙ୍କାନାଳ ସହରରେ ଥିବା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାମ ଚାଲିଛି। ହେଲେ କାର୍ଯ୍ୟର ଅଗ୍ରଗତି ଏବଂ ଏହା କେବେ ସରିବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ବସ୍‌ ଟର୍ମିନାଲ ନିର୍ମାଣ ସମ୍ପର୍କରେ କୌଣସି ତଥ୍ୟ ନ ଥିବା ସେ କହିଛନ୍ତି। ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ମହିଷାପାଟ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିସହ ସହରରେ ଥିବା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri