Posted inଜାତୀୟ

‘ବିଜୟୀ ହେବେ କୁସ୍ତିଯୋଦ୍ଧା’

ନୂଆଦିଲ୍ଲୀ,୨୭ା୪ : କେନ୍ଦ୍ରର ମୁଣ୍ଡବ୍ୟଥା ସାଜିଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହ ସାମିଲ ହୋଇଛନ୍ତି। ଭାଜପା ଏମ୍‌ପି ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଆଗତ ଯୌନ ଉତ୍ପୀଡ଼ନ ମାମଲାରେ ମହିଳା କୁସ୍ତିଯୋଦ୍ଧାମାନେ ବିଜୟୀ ହେବେ ବୋଲି ସେ କହିଛନ୍ତି। ଏଥିସହ ସେମାନଙ୍କ ପ୍ରତି ନିଜ ସମର୍ଥନ ଜଣାଇଛନ୍ତି। ବିକ୍ଷୋଭ ବେଳେ ସତ୍ୟପାଲ କହିଛନ୍ତି, କୁସ୍ତିଯୋଦ୍ଧାମାନେ ଆଣିଥିବା ଅଭିଯୋଗର ତଦନ୍ତ ହେବା ଆବଶ୍ୟକ। ଏହି ଲଢ଼େଇ କେବଳ କୁସ୍ତିଯୋଦ୍ଧାଙ୍କର ନୁହେଁ, ବରଂ ଦେଶର ସମସ୍ତ ମହିଳାଙ୍କ ସଂଗ୍ରାମ। ସେମାନଙ୍କ ପଛରେ ସାରା ଦେଶ ଛିଡ଼ା ହୋଇଛି। ରେସ୍‌ଲିଂ ଜଗତରେ ଦୁର୍ନୀତିର ମୂଳୋତ୍ପାଟନ କଲେ ସେମାନଙ୍କୁ ଇତିହାସ ମନେରଖିବ। ଜଣେ ଝିଅ ମେଡାଲ ଜିତିଲେ ଚା’ ପାଇଁ ଡାକି ତାଙ୍କ ସହ ଅତି ନିଲ୍ଲଜ ଭାବେ ଫଟୋ ଉଠାଇଥାଉ। ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ତେଣୁ ଏହି ବିକ୍ଷୋଭରେ ଅଧିକରୁ ଅଧିକ ଲୋକ ସାମିଲ ହେବା ଉଚିତ ବୋଲି ସତ୍ୟପାଲ କହିଛନ୍ତି। ଅନ୍ୟପକ୍ଷେ ଏହି ମାମଲାରେ କାହିଁକି ଏଫ୍‌ଆଇଆର୍‌ କରାଯାଉନାହିଁ ବୋଲି ସୁପ୍ରିମକୋର୍ଟ ଜବାବ ମାଗିଥିବାବେଳେ ଏହାର ତଦନ୍ତ ଆବଶ୍ୟକ ରହିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଅଦାଲତଙ୍କୁ ବୁଧବାର ଅବଗତ କରାଯାଇଛି।
ସତ୍ୟପାଲ ‘ଦି ଓ୍ବେର୍‌’କୁ ଦେଇଥିବା ସାକ୍ଷାତ୍‌କାରରେ ପୁଲ୍‌ଓ୍ବାମା ଆକ୍ରମଣ ପାଇଁ କେନ୍ଦ୍ରକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚୁପ୍‌ ରହିବା ପାଇଁ ତାଗିଦ୍‌ କରିଥିବା କହିଥିଲେ। ସତ୍ୟପାଲଙ୍କ ମନ୍ତବ୍ୟ ଭାଇରାଲ ହୋଇଥିବାବେଳେ ତାଙ୍କର ନୂଆ ଅଭିଯୋଗ ମୋଦିଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ସତ୍ୟପାଲଙ୍କ ମତରେ ବର୍ତ୍ତମାନ ଦେଶ ଅତି ବିପଜ୍ଜନକ ବ୍ୟକ୍ତିମାନଙ୍କ ହାତରେ ରହିଛି। ଏହାର ନେତୃତ୍ୱ ଜଣେ ଭୁଲ୍‌ ବ୍ୟକ୍ତି ନେଉଛନ୍ତି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ଭାଜପା ପାଇଁ ଶେଷ ସୁଯୋଗ ହେବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri