ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି। ଘଟଣା ଜଣାପଡିବା ପରେ କିଓସ୍କ ବ୍ୟାଙ୍କକୁ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି ା ହିତାଧିକାରୀମାନେ ଘଟଣା ସଂକ୍ରାନ୍ତରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ା ଫୁଲବାଣୀ ସହର ଅମଲାପଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜନସେବା କେନ୍ଦ୍ରରେ କିଓସ୍କ ବ୍ୟାଙ୍କିଙ୍ଗ ଚାଲିଥିଲା। ଏହାର ସ୍ବତ୍ତ୍ୱାଧିକାର ରମାକାନ୍ତ ଦିଗାଲଙ୍କ ନାମରେ ରହିଛି ା ଏହି କିଓସ୍କ ବ୍ୟାଙ୍କରେ ପାଖାପାଖି ୬ ମାସ ଧରି ଏଭଳି ଠକେଇ ଚାଲିଛି। କିଛି ଦିନ ପୂର୍ବରୁ ନରେନ୍ଦ୍ର ବେହେରା ନାମକ ଜଣେ ଗ୍ରାହକ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ୟାଙ୍କକୁ ଯାଇ ବିଭିନ୍ନ ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ୧୨ହଜାର ୫୦୦ ଟଙ୍କା ଜମା କରିଥିଲେ। ନରେନ୍ଦ୍ରଙ୍କ ଜମା ଖାତା ଅପଡେଟ ପାଇଁ କିଓସ୍କ ବ୍ୟାଙ୍କ କର୍ମଚାରୀ ରଖି ଦେଇଥିଲେ। ବହୁବାର ଖାତା ପାଇଁ ନରେନ୍ଦ୍ର ଦୌଡିବା ପରେ କିଓସ୍କ ବ୍ୟାଙ୍କ କର୍ମଚାରୀ ଖାତା ଅପଡେଟ ହୋଇ ପାରୁ ନାହିଁ କହି ଫେରାଇ ଦେଇଥିଲେ। ଖାତା ବ୍ୟାଙ୍କରେ ଅପଡେଟ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବା ପରେ ସେ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିପରି ଅମେରେଶ କହଁର, ସ୍ନିଗ୍ଧାରାଣୀ ଦିଗାଲ, ମମତା ବେହାରା, ଜୟନ୍ତି ସେଠି, ରୁନି ମଲିକ, ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ବେହେରା, ଗଣେଷ ଦେହୁରୀ, ସୁନିତା କହଁରଙ୍କ ଆଦି ହିତାଧିକାରୀଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଉଠାଣ ହୋଇଛି। ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କିଓସ୍କ ରମାକାନ୍ତ ଦିଗାଲଙ୍କ ନାମରେ ଥିବା ବେଳେ ତାଙ୍କ ସ୍ତ୍ରୀ ସରସ୍ବତୀ ଏହାକୁ ଚଳାଉଥିଲେ। ଠକାମୀ ନେଇ ସୂଚନା ମିଳିବା ପରେ ଏହି କିଓସ୍କ ବ୍ୟାଙ୍କର ଆଇଡି ବ୍ଲକ କରାଯିବା ସହ କିଓସ୍କ ସାମନାରେ ନୋଟିସ ମରାଯାଇଛି ବୋଲି ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ା ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରିଙ୍କୁ ପଚାରିବାରୁ ସରସ୍ବତୀ ଟଙ୍କା ସହ ନିଖୋଜ ହୋଇ ଯାଇଥିବା ନେଇ ସ୍ବାମୀ ରମାକାନ୍ତ ଗତ ୨୪ ତାରିଖରେ ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି ା
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି
କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...
ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ
ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ…
ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ
ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…
ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...
ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ
କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...
Archives


