ଭୁଶୁଡ଼ିବାରେ ଲାଗିଛି ଆୟୁର୍ବେଦ ଚିକିତ୍ସା ଭିତ୍ତିଭୂମି

ସୁନାବେଡ଼ା/ସେମିଳିଗୁଡ଼ା, ନନ୍ଦପୁର, ୨୨।୩(ସ୍ବ.ପ୍ର./ଡି.ଏନ୍‌.ଏ.): ଦିନ ଥିଲା ଆୟୁର୍ବେଦ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ମିଳୁଥିଲା। ଏବେ ଏଲୋପାଥି ଯୁଗରେ ଆୟୁର୍ବେଦ ଚିକିତ୍ସା ନିଜର ସ୍ଥିତି ହରାଇବାକୁ ବସିଲାଣି। ସରକାର ଆୟୁର୍ବେଦ ଚିକିତ୍ସାଳୟ ଖୋଲିଛନ୍ତି ସତ ମାତ୍ର ଏହାର ଭିତ୍ତିିଭୂମିର ଉନ୍ନତି, ଡାକ୍ତର, କର୍ମଚାରୀ ନିଯୁକ୍ତି ଏବଂ ଔଷଧ ଯୋଗାଣ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଅବିଭକ୍ତ କୋରାପୁଟ ଜିଲାରେ ଥିବା ୬୭ଟି ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିଭୂମି ଭୁଶୁଡ଼ିବାରେ ଲାଗିଛି। ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ହାଟଗୁଡ଼ା ଗ୍ରାମରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଅବସ୍ଥାରୁ ଏହା ବେଶ୍‌ ଅନୁମେୟ।
ଏହି ବ୍ଲକର ୨୩ ପଞ୍ଚାୟତବାସୀଙ୍କ ପାଇଁ ହାଟଗୁଡ଼ାରେ ଗୋଟିଏ ମାତ୍ର ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରହିଛି। ଦୀର୍ଘଦିନ ହେଲା ଡାକ୍ତରଖାନାର କାନ୍ଥ, ଆଜବେଷ୍ଟସ ଛପର ଭାଙ୍ଗିରୁଜି ପଡ଼ିଛି। ଦୈନିକ ଏଠାକୁ ବିଭିନ୍ନ ପ୍ରକାର ରୋଗୀ ଆସୁଥିଲେ ମଧ୍ୟ ଉପଯୁକ୍ତ ଔଷଧ ଅଭାବରୁ ଚିକିତ୍ସା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ଏଠାକାର କାର୍ଯ୍ୟରତ ଡାକ୍ତର ଶିବରାମ ମୁର୍ମୁ। ତାଙ୍କ ନିଯୁକ୍ତି ହାଟଗୁଡ଼ା ଡାକ୍ତରଖାନା ପାଇଁ ହୋଇଥିବା ବେଳେ ଜିଲାରେ ଡାକ୍ତର ଅଭାବରୁ ମୁର୍ମୁଙ୍କୁ ଲମତାପୁଟ ବ୍ଲକ ଦେବଗନ୍ଧନା ଚିକିତ୍ସାଳୟ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡୁଛି। ଏଥିପାଇଁ ସେ ପାଳିକରି ଦୁଇଟି ଚିକିତ୍ସାଳୟରେ ରୋଗୀ ଚିକିତ୍ସା କରୁଛନ୍ତି। ଯେଉଁଦିନ ଯେଉଁ ଚିକିତ୍ସାଳୟରେ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ସେଠାରେ କର୍ମଚାରୀମାନେ ଫୋନ୍‌ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ପାନ୍ଥଲୁଙ୍ଗ ସରପଞ୍ଚ ପୂଜା ଖିଲ କହିଛନ୍ତି। ତୁରନ୍ତ ହାଟଗୁଡ଼ା ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିଭୂମିରେ ସୁଧାର ଆଣିବାକୁ ସରପଞ୍ଚ ଖିଲ ଦାବି କରିଛନ୍ତି।
ଏ ସମ୍ପର୍କରେ ଅବିଭକ୍ତ କୋରାପୁଟ ଜିଲା ପାଇଁ ରାୟଗଡ଼ାରେ ରହିଥିବା ବିଭାଗୀୟ ନିର୍ଦ୍ଦେଶକ କାଶୀ ବିଶ୍ୱନାଥ ସୋରେନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ, ଏହା କେବଳ ନନ୍ଦପୁର ବ୍ଲକର ସମସ୍ୟା ନୁହେଁ, କୋରାପୁଟ ଜିଲାର ୧୪ ବ୍ଲକ ପାଇଁ ଥିବା ୧୮ଟି, ଅବିଭକ୍ତ କୋରାପୁଟ ଜିଲାର ନବରଙ୍ଗପୁରର ୨୨ଟି, ମାଲକାନଗିରିର ୭ଟି ଏବଂ ରାୟଗଡ଼ାର ୨୦ଟି ଏହିପରି ମୋଟ ୬୭ଟି ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଅବସ୍ଥା ଏପରି ବୋଲି ସେ କହିଛନ୍ତି। ସବୁ ଆୟୁର୍ବେଦ ଡାକ୍ତରଖାନା ପୁରୁଣା। ସବୁଠି ଆବଶ୍ୟକ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀ ଅଭାବ ଲାଗିରହିଛି। କୋରାପୁଟ ଜିଲାର ୧୮ ଚିକିତ୍ସାଳୟରେ ୯ ଜଣ ଡାକ୍ତର, ୧୧ ସହାୟକ, ୨ ପିଅନ ପଦବୀ ଖାଲି ପଡ଼ିଛି। ମାଲକାନଗିରି ଜିଲାରେ ୭ଟି ଚିକିତ୍ସାଳୟ ଥିବା ବେଳେ ୨ଡାକ୍ତର, ୩ ସହାୟକ ଓ ୩ ପିଅନ ପଦବୀ ଖାଲି ରହିଛି। ନବରଙ୍ଗପୁର ଜିଲାରେ ୨୨ଟି ଚିକିତ୍ସାଳୟ ଥିବାବେଳେ ୧୦ ଡାକ୍ତର, ୮ ସହାୟକ ଓ ୫ ପିଅନ ପଦବୀ ଖାଲି ପଡ଼ିଛି। ସେହିଭଳି ରାୟଗଡ଼ା ଜିଲାରେ ୨୦ଟି ଆୟୁର୍ବେଦ ଚିକିତ୍ସାଳୟ ଥିବାବେଳେ ୬ ଡାକ୍ତର, ୧୩ ସହାୟକ ଓ ୪ ପିଅନ ପଦବୀ ଖାଲି ରହିଛି। ଅବିଭକ୍ତ କୋରାପୁଟ ଜିଲାରେ କାର୍ଯ୍ୟରତ ୧୫ଜଣ ଡାକ୍ତରଙ୍କୁ ପିଜି ପାଠ୍ୟକ୍ରମ ଆଳରେ ଉପକୂଳ ଅଞ୍ଚଳ ଯଥା ପୁରୀ, ଖୋର୍ଦ୍ଧା, କଟକ ଆଦି ଚିକିତ୍ସାଳୟରେ ରଖାଯାଇଛି। ଡାକ୍ତର ଓ କର୍ମଚାରୀ ନିଯୁକ୍ତି ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୋରେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri