ନେତାଙ୍କୁ ଏକାଠିକଲା ପଖାଳ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ସୋମବାର ଥିଲା ପଖାଳ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳପ୍ରିୟ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ପଖାଳର ସୁସ୍ବାଦରେ କେବଳ ସାଧାରଣ ଲୋକ ନୁହନ୍ତି ରାଜନେତା, ବିଧାୟକ, ମନ୍ତ୍ରୀ, ଖବରଦାତା, ବ୍ୟବସାୟୀ ମଧ୍ୟ ମସ୍‌ଗୁଲ। ଭଳିକି ଭଳି ଓଡ଼ିଆ ଘରର ବ୍ୟଞ୍ଜନ ସମାହାରରେ ପଖାଳ ଅଧିକ ମନୋଲୋଭା ହୋଇଥିଲା। କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ମୁଖପାତ୍ର ମନୋରଞ୍ଜନ ଦାଶଙ୍କ ଦ୍ୱାରା ଶହୀଦନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ପଖାଳ ଦିବସ ପାଳନ ଥିଲା ଟିକେ ନିଆରା। ଏଠାରେ ବିଭିନ୍ନ ଦଳର କର୍ପୋରେଟର୍‌, ମେୟର, ରାଜନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀ, ଯୋଗଦେଇଥିଲେ। ସୋମବାର ଥିବାରୁ ପଖାଳ କଂସାରେ ଥିଲା ନିରାମିଷର ପରଷା। ସାଗଭଜା, ବଡ଼ିଚୂରା, ଆଳୁଭର୍ତ୍ତା, ବାଇଗଣ ଭର୍ତ୍ତା, ସଜନା ଛୁଇଁ ଭଜା, ଲାଉମଞ୍ଜି ବଡ଼ି, କଖାରୁପତ୍ର ଭଜା ସହିତ ଆହୁରି କେତେ ବ୍ୟଞ୍ଜନ ସାଙ୍ଗକୁ ଦହି ପଖାଳର ମଜା ନେଇଥିଲେ। ଦଳକୁ ଭୁଲି ବିଜେଡି, କଂଗ୍ରେସ, ଭାଜପାର ନେତାମାନେ ଏକାଠି ହୋଇଥିଲେ। ପଖାଳ କଂସା ପାଖରେ ବସି ଖୋଲାଖୋଲି କଥା ହେଉଥିବା ଦେଖିବାକୁ ମିଳିଥିଲା। କେହି କେହି କହୁଥିଲେ ଏଠାରେ ରାଜନୀତି ନାହିଁ, ଆମେ ସବୁ ପଖାଳଖିଆ ଓଡ଼ିଆ। ଯିଏ ପଖାଳ ଚାଖିନି ସେ ଓଡ଼ିଆ ନୁହେଁ। ମନୁଭାଇଙ୍କ ପଖାଳ ସମାବେଶକୁ ମାନିବାକୁ ହେବ। ଏଭଳି ହାଲୁକାଫୁଲ୍‌କା କଥାରେ ବିଭିନ୍ନ ବର୍ଗର ଲୋକମାନେ ପଖାଳର ମଜା ନେଇଥିଲେ। ଆୟୋଜକଙ୍କୁ ପ୍ରଶଂସା କରିବାକୁ କେହି ଭୁଲି ନ ଥିଲେ। ମଧ୍ୟାହ୍ନ ୧୨ଟାରୁ ପଖାଳ ଦିବସ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri