Odisha Elections 2024

ଜେଏସ୍‌ପିକୁ ପ୍ରଥମ ସ୍ବତନ୍ତ୍ର ବିଆଇଏସ୍‌ ଲାଇସେନ୍ସ

ଭୁବନେଶ୍ୱର,୨୧।୩: ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର’ (ଜେଏସ୍‌ପି)କୁ ନିକଟରେ ସ୍ବତନ୍ତ୍ର ବିଆଇଏସ୍‌ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଛତିଶଗଡ଼ ରାଇଗଡସ୍ଥିତ ରେଳ ମିଲ୍‌ ଏବଂ ସ୍ପେଶାଲ ପ୍ରୋଫାଇଲ୍‌ ମିଲ୍‌ରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍‌ ନିର୍ମାଣ ପାଇଁ ଉକ୍ତ ପ୍ରମାଣପତ୍ର ଦିଆଯାଇଛି। ଏପରିକି ବିଆଇଏସ୍‌ ୧୫୧୦୩ ଗ୍ରେଡ ଅନୁଯାୟୀ ନିର୍ମିତ ହଟ୍‌ ରୋଲ୍‌ ଷ୍ଟ୍ରକଚରାଲ୍‌ ଷ୍ଟିଲ୍‌ ଉଚ୍ଚ ତାପମାତ୍ରା କିମ୍ବା ଅଗ୍ନିପ୍ରବଣ ଅଞ୍ଚଳ ପାଇଁ ବ୍ୟବହୃତ ହୋଇପାରିବ। ଫଳରେ ଏହା ସର୍ବାଧିକ ୩ ଘଣ୍ଟା ପର୍ଯ୍ୟନ୍ତ ୬୦୦ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିପାରିବ। ସେହିଭଳି ଇସ୍ପାତ ଷ୍ଟ୍ରକ୍‌ଚର ଡିଜାଇନରେ ଅଗ୍ନି ସୁରକ୍ଷା ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଅଗ୍ନି ପ୍ରତିରୋଧକ ଇସ୍ପାତର ଉପଲବ୍ଧତା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍‌, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍‌ ଷ୍ଟ୍ରକଚର ଏବଂ ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟ ତଥା ଡାକ୍ତରଖାନା, ବାଣିଜି୍ୟକ ଏବଂ ଆବାସିକ ଅଟ୍ଟାଳିକାର ଡିଜାଇନ ତଥା ନିର୍ମାଣରେ ସହାୟକ ହେବ। ଏ ସମ୍ପର୍କରେ ଜେଏସପିର ଏମଡି ବିମଳେନ୍ଦ୍ର ଝା କହିଛନ୍ତି, ଅଗ୍ନି ପ୍ରତିରୋଧକ ଷ୍ଟିଲ ଉତ୍ପାଦନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦିଆଯାଇଥିବା ଲାଇସେନ୍ସ ଭାରତର ଭିତ୍ତିଭୂମି ତଥା ଏହାର ସୁରକ୍ଷା ମାନକୁ ଦୃଢ଼ କରିବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ ନୂଆଦିଲ୍ଲୀର ବାଣିଜ୍ୟ ଭବନଠାରେ ଆୟୋଜିତ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ବିଏସ୍‌ ସାର୍ଟିଫିକେଟ୍‌ ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଉକ୍ତ ଲାଇସେନ୍ସ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

ଏବେ ଶ୍ରୀଲଙ୍କାରେ ବି ଚାଲିବ UPI

ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍‌ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ...

ଟାଟା ଷ୍ଟିଲ୍‌କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ...

ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ...

୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ...

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri