Posted inଫୁରସତ

ସବୁଠୁ ସଂକୀର୍ଣ୍ଣ ନଦୀ

ନଦୀ ତ ସମସ୍ତେ ଦେଖିଥିବେ। ଏହା ବହୁତ ଲମ୍ବା ହେବା ସହ ଓସାର ଏତେ ହୋଇଥାଏ ଯେ, ଏକୂଳରୁ ସେ କୂଳକୁ ଯିବା ପାଇଁ ଡଙ୍ଗାର ଆବଶ୍ୟକତା ପଡେ। କିନ୍ତୁ ଜାଣନ୍ତିକି ଏମିତି ବି ଏକ ନଦୀ ଅଛି, ଯାହାକୁ ପାର୍‌ ହେବା ପାଇଁ ଡଙ୍ଗାର ଆବଶ୍ୟକତା ପଡେ ନାହିଁ। ବରଂ ଗୋଟିଏ ପାଦ ଡେଇଁ ନଦୀ ପାର୍‌ ହେଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। କାରଣ ଇଏ ହେଉଛି ପୃଥିବୀର ସବୁଠାରୁ କମ୍‌ ଓସାରର ତଥା ସବୁଠୁ ସଂକୀର୍ଣ୍ଣ ନଦୀ। ଏହାକୁ ସ୍କେଲ ପକେଇ ମାପି ମଧ୍ୟ ହେବ। ଚାଇନାରେ ଥିବା ଉକ୍ତ ସଂକୀର୍ଣ୍ଣ ନଦୀର ନାମ ହେଉଛି ‘ହୁଆଲାଇ’, ଯାହାର ଲମ୍ବ ୧୭ କି.ମି.ରୁ ଉର୍ଦ୍ଧ୍ୱ, ଗଭୀରତା ୫୦ ସେ.ମି. କିନ୍ତୁ ଓସାର ହାରାହାରି ୧୫ ସେ.ମି.। ଯେଉଁଠି ନଦୀଟି ସବୁଠାରୁ ସଂକୀର୍ଣ୍ଣ ସେଠି ତା’ର ଓସାର ମାତ୍ର ୪ ସେ.ମି.। ଚାଇନାର ବିଶେଷଜ୍ଞଙ୍କ ମତରେ ଉକ୍ତ ନଦୀ ୧୦,୦୦୦ ବର୍ଷ ହେବ ପ୍ରବାହିତ ହେଉଛି। ଅନେକେ ଏହାର ଓସାରକୁ ନେଇ କୁହନ୍ତି ଏହା ନଦୀ ହୋଇ ନ ପାରେ। ତେବେ ଏହା ବର୍ଷ ବର୍ଷ ଧରି ନ ସୁଖି ଅବିରତ ପ୍ରବାହିତ ହେଉଛି। ଅର୍ଥାତ୍‌ ଏହା ଏକ ସ୍ଥାୟୀ ଜଳସ୍ରୋତ। ତେଣୁ ହୁଆଲାଇ ଏକ ନଦୀ ବୋଲି ବିଶେଷଜ୍ଞ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri