ଟିକସ ଆଦାୟ ଚିନ୍ତା, ଶେଷବେଳକୁ ତତ୍ପରତା

ଭୁବନେଶ୍ୱର, ୪।୩ (ବ୍ୟୁରୋ): ବାହାଘର ବେଳେ ବାଇଗଣ ରୁଆ ଭଳି ଶେଷ ବେଳକୁ ବିଏମ୍‌ସିର ଚେତା ପଶିଛି। କେମିତି ଧାର୍ଯ୍ୟ ଟିକସ ଆଦାୟ ହେବ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ବର୍ଷତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା ଦେଖିବାକୁ ମିଳୁ ନ ଥିଲା। ଏବେ ହାତରେ ଆଉ ୨୦/୨୫ଦିନ ଥିବାବେଳେ ଅଧିକ ତତ୍ପର ହୋଇପଡିଛି ବିଏମ୍‌ସି। ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସି ୨୭୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ତେବେ ଧାର୍ଯ୍ୟ ଲକ୍ଷ୍ୟଠାରୁ କୋଷ ଦୂରରେ ଥିବାବେଳେ ଆର୍ଥିକ ବର୍ଷର ଶେଷ ବେଳକୁ କ୍ୟୁ-ଆର୍‌ କୋଡ ଧରି ଘରକୁ ଘର ବୁଲି ରାଜସ୍ବ ଆଦାୟ ବଢାଇବାକୁ ବିଏମ୍‌ସି ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରତ୍ୟେକ ୱାର୍ଡ ଅଫିସର ନିଜ ନିଜ ଜୋନ କାର୍ଯ୍ୟାଳୟରୁ କ୍ୟୁ-ଆର୍‌ କୋଡ୍‌ ନେବାକୁ ଜୋନାଲ ଡେପୁଟି କମିଶନର (ଜେଡିସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ଏହି କ୍ୟୁ-ଆର୍‌ କୋଡ୍‌ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ। ୱାର୍ଡ ଅଫିସରମାନେ ଘରକୁ ଘର ବୁଲି ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାଜସ୍ବ ଆଦାୟ କରିବେ। ଏଥିସହ ନିଜ ନିଜ ୱାର୍ଡରେ ପହଞ୍ଚତ୍ ସେଲଫି ପଠାଇବେ। ଯଦି କେହି ନିର୍ଦ୍ଧାରିତ ସମୟ ମଧ୍ୟରେ ନ ପହଞ୍ଚତ୍ବେ, ତେବେ ସେଦିନ ତାଙ୍କ ଉପସ୍ଥାନ ପଡିବ ନାହିଁ ବୋଲି ବିଏମ୍‌ସି ରୋକଠୋକ ଶୁଣାଇ ଦେଇଛି। ଅପରପକ୍ଷେ କ୍ୟୁଆର୍‌ କୋଡ୍‌ ଧରି ଘରଘର ବୁଲିବାକୁ କେତେଜଣ ଓ୍ବାର୍ଡ ଅଫିସର ନାପସନ୍ଦ କରିଛନ୍ତି। ଏପରିକି କେମିତି କ୍ୟୁ-ଆର୍‌ କୋଡ୍‌ ସାହାଯ୍ୟରେ ଟିକସ ଆଦାୟ କରିବେ ସେ ନେଇ ସେମାନଙ୍କୁ ଜଣା ନ ଥିବା କେତେଜଣ ଅଭିଯୋଗ କରିଛନ୍ତି। ତେଣୁ ହାତରେ ଅଳ୍ପ ସମୟ ଥିବାବେଳେ ବିଏମ୍‌ସି ଟିକସ ଆଦାୟ କରିବ ନା, ଓ୍ବାର୍ଡ ଅଫିସରଙ୍କୁ କ୍ୟୁ-ଆର୍‌ କୋଡ୍‌ ପରିଚାଳନା ପାଇଁ ତାଲିମ୍‌ ଦେବ ସେ ନେଇ ଚିନ୍ତାରେ ପଡିଛି।

ଆଜିଠାରୁ ବିଏମ୍‌ସିର ଟିକସ ଆଦାୟ କ୍ୟାମ୍ପ
ଶନିବାରଠାରୁ ଜୋନ୍‌ ସ୍ତରରେ ଟିକସ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ କ୍ୟାମ୍ପର ଆୟୋଜନ କରାଯାଉଛି। ଟିକସଦାତାମାନେ ନିଜ ଓ୍ବାର୍ଡରେ ହୋଇଥିବା ଶିବିରକୁ ଯାଇ ସିଧା ସଳଖ ଟିକସ ପଇଠ କରିପାରିବେ। ଦକ୍ଷିଣ-ପୂର୍ବ ଜୋନ୍‌ରେ ଶନିବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପ ହେବ। ସେହିପରି ମୋଟ୍‌ ୧୩ଟି ସ୍ଥାନରେ ଭିନ୍ନଭିନ୍ନ ଦିନ କ୍ୟାମ୍ପ ଆୟୋଜିତ ହେବ। ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟିକସଦାତା ଆସି ଟିକସ ପଇଠ କରିପାରିବେ। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ମୋଟ୍‌ ୩ଟି ସ୍ଥାନରେ କ୍ୟାମ୍ପ ଆୟୋଜନ କରାଯିବ। ରେଣ୍ଟାଲସ୍ଥିତ ଡେ କେୟାର ସେଣ୍ଟରରେ ମାର୍ଚ୍ଚ ୯ରୁ ୧୧, ୟୁନିଟ-୮ କମ୍ୟୁନିଟି ସେଣ୍ଟରରେ ୧୩ରୁ ୧୫ ତାରିଖ ଏବଂ ଆଇଗିଣିଆସ୍ଥିତ ଡେ କେୟାର ସେଣ୍ଟରରେ ୧୬ରୁ ୧୮ ତାରିଖ ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କ୍ୟାମ୍ପ ପଡିବ। ସେହିପରି ଉତ୍ତର ଜୋନ୍‌ରେ ଶନିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଏବଂ ଓ୍ବାର୍ଡ ଅଫିସ୍‌ରେ କ୍ୟାମ୍ପ ଆୟୋଜନ କରାଯିବ। ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ଟିକସ ପଇଠ ହେବ। ଟିକସ ଆଦାୟ ପାଇଁ ଓ୍ବାର୍ଡ ଅଫିସର ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ଅନ୍ୟ କର୍ମଚାରୀମାନେ ରହିବେ। ଅପରପକ୍ଷେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୬୭ଟି ଓ୍ବାର୍ଡ ରହିଥିବାବେଳେ ୬୩ଟି ଓ୍ବାର୍ଡ ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଏଥିରୁ ଓ୍ବାର୍ଡ ନଂ ୧୭, ୧୮ ,୧୯ ଏବଂ ୨୧ ନମ୍ବର ଓ୍ବାର୍ଡକୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri