ଓଡ଼ଗାଁ ଶିଳ୍ପୀଙ୍କ ଦିଲ୍ଲୀରେ ଚାହିଦା 

ନୟାଗଡ଼ ଅଫିସ/ଓଡ଼ଗଁା,୩।୩(ସ୍ବ.ପ୍ର.): ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ସମେତ ମନ୍ଦିର ନିର୍ମାଣ ପାଇଁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ମନ୍ଦିର ଶିଳ୍ପୀଙ୍କ ଚାହିଦା ବଢ଼ୁଛି । ଓଡ଼ଗାଁ ମନ୍ଦିର ଶିଳ୍ପୀଙ୍କ ହାତରେ ଦିଲ୍ଲୀରେ ୨୦ ବର୍ଷ ମଧ୍ୟରେ ୧୨ରୁ ଊର୍ଦ୍ଧ୍ୱ ମନ୍ଦିର ନିର୍ମାଣ ହେଇଛି । ଏଥିରୁ ପ୍ରାୟ ୧୦ଟି ମନ୍ଦିର ପ୍ରତିଷ୍ଠା ହୋଇ ସାରିଲାଣି । ଅନ୍ୟ ମନ୍ଦିରଗୁଡିକ ନିର୍ମାଣ ଚାଲିଛି । ଗ୍ରୀନପାର୍କ ଓ ତ୍ୟାଗରାଜନଗରରେ ୨ଟି ଜଗନ୍ନାଥ ମନ୍ଦିର ବହୁ ବର୍ଷ ତଳେ ନିର୍ମାଣ ହୋଇଥିଲା। ପରେ ଗାଜିଆବାଦ, ନୋଇଡା, ଗୁରୁଗ୍ରାମ, ଭିୱାଡି, ଫରିଦାବାଦ, ଝିଲିମିଲି, ବାହାଦୂରଗଡ, ସୋହନା(ହରିୟାଣା) ସହିତ ହରିଦ୍ୱାରାରେ ଜଗନ୍ନାଥ ମହାପ୍ରଭୁଙ୍କ ୧୨ରୁ ଊର୍ଦ୍ଧ୍ୱ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଓଡ଼ଗାଁର ମନ୍ଦିର ଶିଳ୍ପୀ କୃଷ୍ଣଚନ୍ଦ୍ର ବରାଡ, ରାମଚନ୍ଦ୍ର ବିଶୋଇ, ରଞ୍ଜନ ନାୟକ, ସନାତନ ସୁବୁଦ୍ଧି, ଦିଲ୍ଲୀପ ପ୍ରଧାନ, ପ୍ରକାଶ ପ୍ରଧାନ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଶତାଧିକ ଶିଳ୍ପୀ ମନ୍ଦିର ନିର୍ମାଣ କାମରେ ଲାଗି ପଡିଛନ୍ତି । ଗୋଟିଏ ମନ୍ଦିରରେ ଅତିକମରେ ୭ରୁ ୮ଜଣ ଶିଳ୍ପୀ କାମ କରୁଛନ୍ତି । ପୁରୀ ଶ୍ରୀଜୀଉଙ୍କ ମନ୍ଦିର ସଦୃଶ ମନ୍ଦିରଗୁଡିକ ନିର୍ମାଣ ହେଉଛି। ମନ୍ଦିରରେ ପାର୍ଶ୍ୱଦେବତାଙ୍କ ସମେତ ଶ୍ରୀଜୀଉଙ୍କ ମୁଖ୍ୟମନ୍ଦିର, ଜଗମୋହନ, ନାଟ୍ୟମଣ୍ଡପ, ୨୨ ପାହାଚ ଦେଖିବାକୁ ମିଳୁଛି । ଯାହାକି ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ସହିତ ଉତ୍କଳୀୟ ପରମ୍ପରାର ଝଲକକୁ ମନେ ପକାଉଛି । ଏନେଇ ଦିଲ୍ଲୀରେ ମନ୍ଦିର କାରୁକାର୍ଯ୍ୟ କାମ କରୁଥିବା ମୁଖ୍ୟ ଶିଳ୍ପୀ ଓଡ଼ଗାଁର କୃଷ୍ଣଚନ୍ଦ୍ର ବରାଡ କୁହନ୍ତି, ଦିଲ୍ଲୀରେ ମନ୍ଦିର ନିର୍ମାଣ ଯୋଗୁ ଶତାଧିକ ମନ୍ଦିର ଶିଳ୍ପୀ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଗୋଟିଏ ମନ୍ଦିର ନିର୍ମାଣରେ ୩୦ ଲକ୍ଷରୁ ଆରମ୍ଭ କରି ୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ବଦାନ୍ୟ ବ୍ୟକ୍ତିଙ୍କ ବିନିଯୋଗ ଅନୁସାରେ ମନ୍ଦିର ପ୍ରତିଷ୍ଠା ନିର୍ଭର କରୁଛି। ୧୨ ବର୍ଷର ନିର୍ମାଣ ପରେ ସେଣ୍ଟର ୨୪ ରୋହିଣୀସ୍ଥିତି ଶ୍ରୀଜଗନାଥ ମନ୍ଦିର ଗତ ୨୪ ତାରିଖରେ ପ୍ରତିଷ୍ଠା ହୋଇଛି। ଗତ ୨୦ ତାରିଖରୁ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥ ରୋହିଣୀ ସେବା ସଂଘ ଆନୁକୂଲ୍ୟରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସଭାପତି ରାକେଶ କୁମାର ଗୁପ୍ତା, ସମ୍ପାଦକ ପବନ ଜୈନଙ୍କ ସମେତ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗଞ୍ଜାମ ଜିଲାର ଅଶୋକ କୁମାର ପାଢୀଙ୍କ ନେତୃତ୍ୱରେ ବେଦଜ୍ଞ ପଣ୍ଡିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri