Posted inଜାତୀୟ

ଭାଜପା-ଓଓ୍ବାଇସି ରାମ-ଶ୍ୟାମ ଯୋଡି: ସଞ୍ଜୟ ରାଉତ…

ମୁମ୍ବାଇ,୨୬।୨ : ମୁମ୍ବାଇ ଶିବସେନା ଉଦ୍ଧବ (ବାଲାସାହେବ) ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଭାଜପା ଏବଂ ଆସାଦୁଦ୍ଦିନ ଓୱାଇସି ହେଉଛନ୍ତି ରାମ-ଶ୍ୟାମ ଯୋଡ଼ି। ଶିବସେନା ଏକାକି ନିର୍ବାଚନ ଲଢ଼ିବ।

ରାଉତ ଓୱାଇସିଙ୍କୁ ଭାଜପାର ସହଯୋଗୀ ଦଳ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଯେଉଁଠାରେ ଭାଜପାକୁ ଜିତିବାକୁ ଆବଶ୍ୟକ ପଡୁଛି ସେଠାରେ ଓୱାଇସି ପହଞ୍ଚୁଛନ୍ତି।

ତେଣୁ ଲୋକମାନେ କହୁଛନ୍ତି ଯେ ଓୱାଇସିଙ୍କ ଦଳ ହେଉଛି ଭାଜପାର ଏକ ଟିମ। ଓୱାଇସି ଭୋଟ କାଟିବା ଯନ୍ତ୍ର ଭାବେ କାର୍ଯ୍ୟ କରୁଛନ୍ତି।

ପୂର୍ବରୁ ଓୱାଇସି ଉଦ୍ଧବ ଠାକରେ ଏବଂ ଏକନାଥ ଶିନ୍ଦେଙ୍କୁ ରାମ ଏବଂ ଶ୍ୟାମଙ୍କ ଯୋଡି ବୋଲି କହିଥିଲେ। ଏହାର ଜବାବରେ ସଞ୍ଜୟ ଏଭଳି ଜବାବ ଦେଇଛନ୍ତି।

ବୀର ସାବରକର ମହାରାଷ୍ଟ୍ରର କିମ୍ବଦନ୍ତୀ ଥିଲେ। ସେ ମହାରାଷ୍ଟ୍ରର ସାହସୀ ପୁତ୍ର। କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ଦେବା ଉଚିତ। ସାବରକରଙ୍କ ପୁଣ୍ୟ ତିଥିରେ ସଞ୍ଜୟ ଏହା କହିଛନ୍ତି।

ସାବରକର ୨୮ ମେ ୧୮୮୩ରେ ଭାଗୁରରେ ଜନ୍ମଗ୍ରହଣ କରିଥିଲେ। ୨୬ ଫେବୃୟାରୀ ୧୯୬୬ରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା।

ତାଙ୍କ ପୁଣ୍ୟତିଥି ଅବସରରେ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ ନାଶିକର ଭାଗୁର ଠାରେ ବୀର ସାବରକର ଗାର୍ଡେନ ଥିମ ପାର୍କ ଏବଂ ସଂଗ୍ରହାଳୟର ବିକାଶ କରିବାକୁ ନିଷ୍ପତ୍ତି ନେଇଛି। ସରକାର ସାବରକରଙ୍କ ବାର୍ଷିକୀ ଅବସରରେ ଏହା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri