ସ୍ବଦେଶୀ ବାର୍ତ୍ତା ଦେଉଛି ଖଦି ମହୋତ୍ସବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଖଦୀ ଏକ ବସ୍ତ୍ର ନୁହେଁ, ବିଚାର। ଖଦୀ କହିଲେ ଆମେ ସେହି ପୁରୁଣା କିଛି ବସ୍ତ୍ରକୁ ଭାବିନେଉ। କିନ୍ତୁ ଖଦିରେ ବି ସ୍ବଦେଶୀ ସହ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଲାଣି। ସ୍ବଦେଶୀର ଆଦର ସବୁବେଳେ ରହି ଆସିଛି। ସେ ବସ୍ତ୍ର ହେଉ କି ଘରକରଣା ସାମଗ୍ରୀ, ନିଜ ହାତରେ ତିଆରି ହୋଇଥିବା ଜିନିଷଗୁଡ଼ିକ ସବୁବେଳେ ସୁନ୍ଦର। ଯେଉଁଥିପାଇଁ ଖଦୀର ଲୋକପ୍ରିୟତା ସବୁବେଳେ ରହି ଆସିଛି। ବୁଣାକାରମାନେ ଏହାକୁ ବେଶ୍‌ ଯତ୍ନରେ ତିଆରି କରିଥାନ୍ତି। ଖଦୀକୁ ଆଉ ଟିକେ ଆକର୍ଷିତ ଢଙ୍ଗରେ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ସ୍ବଦେଶୀର ବାର୍ତ୍ତା ଦେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ରାଜ୍ୟସ୍ତରୀୟ ଖଦୀ ମହୋତ୍ସବ ୨୦୨୩। ପ୍ରାୟ ୯୦ଟି ଷ୍ଟଲ୍‌ରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ,ତେଲେଙ୍ଗାନା, କର୍ନାଟକ ସମେତ ବିଭିନ୍ନ ରାଜ୍ୟର ଖଦୀ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି ହେଉଛି। ବସ୍ତ୍ର ସହ ଘର ଉପକରଣ ସମାଗ୍ରୀ, ଫୁଡ୍‌ ଷ୍ଟଲ ଆଦିରେ ଲୋକଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗ୍ରାହକଙ୍କୁ ମନୋରଞ୍ଜନ ଦେବା ସହ ସଂସ୍କୃତି ସହ ଯୋଡ଼ିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଶନିବାର ପଞ୍ଚମ ସାରେ ବ୍ରହ୍ମଗିରିର ନାଗା ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି।
ବସ୍ତ୍ର ବୁଣା ଦେଖିବାକୁ ଭିଡ଼ ଲାଗୁଛି
ମେଶିନ ଯୁଗରେ ତନ୍ତ, ଚରଖା ଦେଖିବାକୁ ଖଦୀ ମହୋତ୍ସବରେ ଲୋକଙ୍କ ଭିଡ଼। ତନ୍ତ ମାଧ୍ୟମରେ କିଭଳି ବସ୍ତ୍ର ବୁଣା ଯାଉଛି, ତାହାକୁ ଜଣେ ବୁଣାକାର ଷ୍ଟଲ୍‌ରେ ବସି ଦେଖାଉଛନ୍ତି। ଲୋକଙ୍କ ଆଖି ସାମ୍ନାରେ ଲୁଗା ଓ ଅନ୍ୟାନ୍ୟ ସମାଗ୍ରୀ ବୁଣାଯାଉଛି। ସେହିପରି ଚରଖାରେ ତୁଳାରୁ ସୂତା ତିଆରି ଦେଖାଉଛନ୍ତି ଗୀତାରାଣୀ ମହାନ୍ତି ଓ ବଚନି ସେଠୀ ନାମକ ୨ ମହିଳା କାରିଗର। ଉକ୍ତ ସୂତାରୁ ଗାମୁଛା, ଲୁଙ୍ଗୀ, ରୁମାଲ, ଜ୍ୟାକେଟ୍‌, ଶାଢ଼ୀ ପ୍ରସ୍ତୁତ କରାଯାଉଛି। ପ୍ରାୟ ୧୦ବର୍ଷ ହେବ ସେମାନେ ଏହି କାମ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri