Posted inଜାତୀୟ

କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ: ଜୟରାମ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ। କଂଗ୍ରେସକୁ ଛାଡ଼ି ଯେକୌଣସି ମେଣ୍ଟ ବିଫଳ ହେବ। ୨୦୨୪ ସାଧାରଣ ନିର୍ବାଚନ ସମେତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ମେଣ୍ଟ ଗଠନ ନେଇ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କଂଗ୍ରେସର ୩ ଦିିନିଆ ମହାସମ୍ମିଳନୀରେ ଆଲୋଚନା କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଉଭୟ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ଏବଂ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ବିଚାର ବିମର୍ଶ କରାଯିବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି।

ଛତିଶଗଡ଼ର ରାୟପୁରରେ ୨୪ ତାରିଖରୁ କଂଗ୍ରେସର ୮୫ତମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପାଖାପାଖି ୧୫,୦୦୦ ପ୍ରତିନିଧି ଯୋଗଦେବେ। ସମ୍ମିଳନୀରେ ‘ହାଥ୍‌ ସେ ହାଥ୍‌ ଯୋଡ଼ୋ’ ଲାଗି ଆହ୍ବାନ ଦିଆଯିବ ବୋଲି ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ଏକ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ଦଳର ଶୀର୍ଷ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ପାଇଁ ଭୋଟ ହେବ କି ନାହିଁ ସେ ନେଇ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯିବ। ସିଡବ୍ଲ୍ୟୁସି କାର୍ଯ୍ୟକର୍ତ୍ତା ନିର୍ବାଚନ ଲାଗି ସଂଗଠନର ଗୋଟିଏ ଗୋଷ୍ଠୀ ଦାବି କରିଆସୁଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଏକାଠି କରି ମେଣ୍ଟ ଗଠନ କରିବାକୁ ପଡ଼ିବ ଏକଥା କଂଗ୍ରେସ ଜାଣେ। ଏଥିପାଇଁ ଦଳ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବିଭିନ୍ନ ଦଳର ନେତାମାନଙ୍କ ସହ ସମ୍ପର୍କ ରକ୍ଷା କରାଯାଇଛି। ୨୦୨୪ ନିର୍ବାଚନରେ ଭାଜପା ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବୁ ବୋଲି ବେଣୁଗୋପାଳ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏନେଇ ଦଳର ମହାସମ୍ମିଳନୀରେ ନିଷ୍ପତ୍ତି ନିଆଯିବ। ୨୦୨୪ରେ ଭାଜପାକୁ ପରାସ୍ତ କରିବା ମୁଖ୍ୟ କାମ ବୋଲି ବେଣୁଗୋପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri