ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା। ଏ ନେଇ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜାଗରର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ପବିତ୍ର ମହାଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାଦେବଙ୍କ ଅପାର କରୁଣା ସଭିଙ୍କ ଜୀବନକୁ ସୁଖ ଶାନ୍ତିରେ ଭରିଦେଉ।


