ଉଠାଦୋକାନୀ-ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ହାତାହାତି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରୁ ଉଠାଦୋକାନ ଉଚ୍ଛେଦକୁ ନେଇ ଗୁରୁବାର ଉଠାଦୋକାନୀ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ (ଉଚ୍ଛେଦକାରୀଦଳ) ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ବିରୋଧ ଓ ପରେ ପାଟିତୁଣ୍ଡ ଏବଂ ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉଠାଦୋକାନୀ ରମେଶ ନାୟକ ଏବଂ ତାଙ୍କ ପୁଅ ମନୋରଞ୍ଜନ ନାୟକ ଉଚ୍ଛେଦ କରିବାକୁ ଆସିଥିବା ସ୍କ୍ବାଡ୍‌ ଉପରକୁ ପ୍ରଥମେ ହାତ ଉଠାଇଥିଲେ। ପରେ ଏକ ବାଡ଼ିରେ ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ ହେମନ୍ତ ସାହୁଙ୍କୁ ବାଡ଼େଇଥିଲେ। ତାଙ୍କୁ ଅଟକାଇବାକୁ ଯାଇ ହେମନ୍ତ ମଧ୍ୟ ସମ୍ପୃକ୍ତ ଦୋକାନୀଙ୍କୁ ପିଟିଥିଲେ। ପରିସ୍ଥିତି ବିଗିଡ଼ିବାରୁ ଉଚ୍ଛେଦକାରୀ ଟିମ୍‌କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ପରେ ଏନେଇ ହେମନ୍ତ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ ମାଉସୀମା ଛକ ନିକଟରେ ଥିବା ଉଠାଦୋକାନ ହଟାଇବାକୁ ଟିମ୍‌ ସହିତ ହେମନ୍ତ ଯାଇଥିଲେ। ଉଚ୍ଛେଦକୁ ବିରୋଧ କରି ସମ୍ପୃକ୍ତ ବାପପୁଅ ଲୁହାରଡ୍‌ରେ ହେମନ୍ତଙ୍କୁ ବାଡେଇବା ସହିତ ତାଙ୍କ ଉପରକୁ ତତଲା ତେଲ ଫୋପାଡ଼ିିବାକୁ ଉଦ୍ୟମ କରିଥିଲେ। ଏନେଇ ହେମନ୍ତଙ୍କ ଏତଲା କ୍ରମେ ସମ୍ପୃକ୍ତ ବାପ ପୁଅଙ୍କ ବିରୋଧରେ ୮ଟି ଦଫାରେ ଏକ କେସ୍‌ ରୁଜୁ ହୋଇଛି। ପରେ ସନ୍ଧ୍ୟାରେ ରମେଶ ଓ ମନୋରଞ୍ଜନଙ୍କୁ ଥାନାକୁ ଡକାଯାଇଥିଲା। ପୁନର୍ବାର ଏପରି ନ କରିବା ସହିତ ତାଗିଦ୍‌ କରି ଛଡ଼ାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ଶୁକ୍ରବାର ଉଠାଦୋକାନୀ ମହାସଂଘ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି।
ମାଉସୀ ମା’ ଛକ ଭଳି ଏକ ବ୍ୟସ୍ତବହୁଳ ସ୍ଥାନରେ ଏଭଳି ଗଣ୍ଡଗୋଳ ପରସ୍ଥିତି ଯୋଗୁ କିଛି ସମୟ ରାସ୍ତା ଜାମ୍‌ ହୋଇଯାଇଥିଲା। ଫଳରେ ଲୋକେ ଯିବା ଆସିବା କରିବାରେ ସମସ୍ୟା ଭୋଗିଥିଲେ। ଶେଷରେ ସ୍କ୍ବାଡ୍‌ ଫେରିଯିବା ପରେ ସ୍ଥିତି ସୁଧୁରିଥିଲା। ତେବେ ପୂର୍ବରୁ ମଧ୍ୟ ଉଚ୍ଛେଦକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗତ ୧୩ ତାରିଖରେ ମଧ୍ୟ ସମାନ ଢଙ୍ଗରେ ଏଭଳି ବିରୋଧ କରାଯାଇଥିଲା। ରାଜମହଲରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାର ତଳ ପାର୍ଶ୍ୱରେ ଥିବା ଫଳଦୋକାନୀ ଏବଂ ଅନ୍ୟ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚତ୍ଥିଲା। ସେଠାରେ ଦୋକାନ ଦେଇଥିବା ୬୦ରୁ ୭୦ ଦୋକାନୀ ଏହାକୁ ବିରୋଧ କରିବା ପରେ ଟିମ୍‌ ଖାଲି ହାତରେ ଫେରିଥିଲା। ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍‌ ମାଧ୍ୟମରେ ଥଇଥାନ କରାଯିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସହରରେ ହଜାର ହଜାର ଉଠାଦୋକାନୀ ଥିବାବେଳେ ମାତ୍ର ହାତଗଣତି ଭେଣ୍ଡିଂ ଜୋନ୍‌ କରିଦେଇ ବିଏମ୍‌ସି ବାହାବା ନେଉଥିବାବଳେ ଅନେକଙ୍କୁ ଉଚ୍ଛେଦ କରାଯାଉଛି। ଫଳରେ ବାରମ୍ବାର ଏହାକୁ ନେଇ ଉଠାଦୋକାନୀ ଏବଂ ସ୍କ୍ବାଡ୍‌ ମଧ୍ୟରେ ଗଣ୍ଡଗୋଳ ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ସହିତ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri