Posted inଖେଳ

କ୍ରିକେଟ ଇତିହାସରେ ପ୍ରଥମ: ଆଇସିସି ଟୁର୍ନାମେଣ୍ଟରେ ରହିବେ କେବଳ ମହିଳା ଅଧିକାରୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୭।୧: ଆସନ୍ତା ମାସ (ଫେବୃୟାରୀ)ରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ୍‌ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ମ୍ୟାଚ ରେଫରି ଏବଂ ଅମ୍ପାୟାରଙ୍କ ନାମ ଘୋଷଣା କରିଛି। ବିଶେଷ କଥା ହେଉଛି ଏହି ୧୩ ସଦସ୍ୟ ବିଶିଷ୍ଟ ତାଲିକାରେ କେବଳ ମହିଳା ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ତିନିଜଣ ଭାରତରୁ ଅଛନ୍ତି। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ନାମେଣ୍ଟରେ କେବଳ ମହିଳା ଅଧିକାରୀ ଅମ୍ପାୟାର କିମ୍ବା ମ୍ୟାଚ ରେଫରି ଭୂମିକାରେ ରହିବେ।

ଆଇସିସି ଜେନେରାଲ ମ୍ୟାନେଜର (କ୍ରିକେଟ) ୱାସିମ ଖାନ କହିଛନ୍ତି, ‘ନିକଟ ଅତୀତରେ ମହିଳା କ୍ରିକେଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଏକ ଅଂଶ ଭାବରେ ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ ଯେ ଅଧିକ ମହିଳା ଉଚ୍ଚ ସ୍ତରରେ ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତୁ। ଏହି ଘୋଷଣା ଆମର ଉଦ୍ଦେଶ୍ୟ ଏବଂ ଆମର ଯାତ୍ରା ଆରମ୍ଭର କେବଳ ପ୍ରତିଫଳନ, ଯେଉଁଠାରେ ପୁରୁଷ ଏବଂ ମହିଳାଙ୍କୁ ଖେଳରେ ସମାନ ସୁଯୋଗ ମିଳୁଛି। ଆମର ମହିଳା ମ୍ୟାଚ ଅଧିକାରୀମାନଙ୍କୁ ସମର୍ଥନ କରିବା ଏବଂ ବିଶ୍ୱ ସ୍ତରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ।’

ମହିଳା ଟି -୨୦ ବିଶ୍ୱକପ ୨୦୨୩ ର ମ୍ୟାଚ୍‌ ଅଧିକାରୀ:

ମ୍ୟାଚ ରେଫରି: ଶାଣ୍ଡ୍ରେ ଫ୍ରିଜ (ଦକ୍ଷିଣ ଆଫ୍ରିକା), ଜିଏସ ଲକ୍ଷ୍ମୀ (ଭାରତ), ମିଚେଲ ପେରେରା (ଶ୍ରୀଲଙ୍କା)

ଅମ୍ପାୟାର: ସୁ ରେଡଫର୍ନ (ଇଂଲଣ୍ଡ), ଏଲୋଏସ ଶେରିଡାନ (ଅଷ୍ଟ୍ରେଲିଆ), କ୍ଲେର୍‌ ପୋଲୋସାକ (ଅଷ୍ଟ୍ରେଲିଆ), ଜ୍ୟାକଲିନ ୱିଲିୟମ୍ସ(ୱେଷ୍ଟଇଣ୍ଡିଜ), କିମ କଟନ୍‌(ନ୍ୟୁଜିଲ୍ୟାଣ୍ଡ), ଲୌରେନ ଆଗେନବାଗ (ଦକ୍ଷିଣ ଆଫ୍ରିକା), ଆନ୍ନା ହାରିସ (ଇଂଲଣ୍ଡ), ବୃନ୍ଦା ରାଠୀ(ଭାରତ), ଏନ୍‌. ଜନନୀ (ଭାରତ), ନିମାଲି ପେରେରା (ଶ୍ରୀଲଙ୍କା)


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri