Posted inଜାତୀୟ

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ଭାରତରେ ମଧ୍ୟ ଜୀବନ ଜୀବିକାର ବ୍ୟାପକ ହାନି ଘଟିଛି। ଭୟଙ୍କର ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଟିକା ଉଦ୍ଭାବନ ନୂଆ ଆଶା ସଞ୍ଚାର କରିଥିଲା। ଇତିମଧ୍ୟରେ ଭାରତରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ କୋଭିଡ୍‌ ପରବର୍ତ୍ତୀ ଅନେକ ସ୍ବାସ୍ଥ୍ୟଗତ ଜଟିଳତା ପ୍ରାୟ ସବୁଠି ଦେଖିବାକୁ ମିଳୁଛି। ଏହାର କାରଣ ଖୋଜା ଚାଲିଥିବାବେଳେ ଲୋକେ ନେଇଥିବା ଟିକାଗୁଡ଼ିକର ନାନା ପାର୍ଶ୍ୱପ୍ରତିକ୍ରିୟା ରହିଥିବା ବିଷୟ କେନ୍ଦ୍ର ସରକାରଙ୍କ ୨ ସଂସ୍ଥା ସ୍ବୀକାର କରିଛନ୍ତି।

ଚାଇନା ଓ ଭାରତ ଭଳି ଅନେକ ଦେଶ କୋଭିଡ୍‌ଜନିତ ପ୍ରକୃତ ମୃତ୍ୟୁସଂଖ୍ୟାକୁ ଲୁଚାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏଭଳିସ୍ଥଳେ ସଂକ୍ରମିତଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ ହେବା ଏବଂ ଟିକା ନେବା ପରେ ଦେଖାଦେଉଥିବା ସ୍ବାସ୍ଥ୍ୟଗତ ଜଟିଳତାରୁ ଅନେକଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ତାହାକୁ ହିସାବକୁ ନିଆଯାଉନାହିଁ। କୋଭିଡ୍‌ ସମ୍ପର୍କିତ ମୃତ୍ୟୁର ବାସ୍ତବ ହିସାବ କରା ନ ଯିବା ପଛରେ ଅନେକ କାରଣ ଥାଇପାରେ। କିନ୍ତୁ ଏହି ମହାମାରୀରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ ଶତପ୍ରତିଶତ ଚିକିତ୍ସା କିମ୍ବା ଟିକା ବିକଶିତ ହୋଇ ନ ଥିବା ବର୍ତ୍ତମାନ ବିଶ୍ୱର ସ୍ଥିତିରୁ ସ୍ପଷ୍ଟ ହେଉଛି। ଏହାକୁ ଅଧିକ ଦୃଢ଼ୀଭୂତ କରିଛି କେନ୍ଦ୍ର ସରକାରଙ୍କ ୨ ସଂସ୍ଥାର ସ୍ବୀକାରୋକ୍ତି।
ଭାରତ ସରକାର ଗତ ପ୍ରାୟ ୨ ବର୍ଷ ମଧ୍ୟରେ କେତେକ କୋଭିଡ୍‌ ଟିକାକୁ ଅନୁମତି ଦେଇଛନ୍ତି। ସେଗୁଡ଼ିକ ହେଲା ଆଷ୍ଟ୍ରାଜେନକା ଓ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’, ସିଆଇଆଇର ‘କୋଭୋଭାକ୍ସ’, ସରକାରଙ୍କ ଦ୍ୱାରା ପରିଚାଳିତ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଲିଃର ‘କୋଭାକ୍ସିନ’, ଡ. ରେଡ୍ଡିସ୍‌ ଲ୍ୟାବ୍‌ ଦ୍ୱାରା ରୁଷିଆରୁ ଆମଦାନୀ ହୋଇଥିବା ‘ସ୍ଫୁଟ୍‌ନିକ୍‌ ଭି’, ବାୟୋଲୋଜିକାଲ୍‌ ଇ. ଲିଃର ‘କର୍ବେଭାକ୍ସ’ ଏବଂ ଅହମ୍ମଦାବାଦର କାଡିଲା ହେଲ୍‌ଥକେୟାର ଲିଃ ପକ୍ଷରୁ ବିକଶିତ ‘ଜାୟକୋଭ୍‌-ଡି’।
ପୁଣେର ବ୍ୟବସାୟୀ ପ୍ରଫୁଲ୍ଲ ସର୍ଦା ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ପ୍ରଶ୍ନ କରିଥିଲେ ଯେ, ଭାରତରେ ଲୋକଙ୍କୁ ଦିଆଯାଉଥିବା କୋଭିଡ୍‌ ଟିକାଗୁଡ଼ିକର ପାର୍ଶ୍ୱପ୍ରତିକ୍ରିୟା ରହିଛି କି? ଏନେଇ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଟିକାଗୁଡ଼ିକର ଏକାଧିକ ପାର୍ଶ୍ୱପ୍ରତିକ୍ରିୟା ରହିଥିବା ଉତ୍ତର ଦିଆଯାଇଛି। ଏଥିରୁ କୋଭିଡ୍‌ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବା ସ୍ପଷ୍ଟ ହେଉଛି। ଟିକାଗୁଡ଼ିକ ଦ୍ୱାରା ଉତ୍ପନ୍ନ ହେଉଥିବା ପ୍ରଭାବଗୁଡ଼ିକ ସମ୍ପର୍କରେ ଆଇସିଏମ୍‌ଆର୍‌ ପିଆଇଓ ଡ. ଲେୟାନ୍ନା ସୁସାନ ଜର୍ଜ ଏବଂ ସିଡିଏସ୍‌ସିଓ ପିଆଇଓ ସୁଶାନ୍ତ ସରକାର ଉତ୍ତରରେ ଉଲ୍ଲେଖ କରିଛନ୍ତି। ତଦନୁଯାୟୀ ଟିକା ନିଆଯାଇଥିବା ସ୍ଥାନ କଠିନ ହେବା/ପୀଡ଼ା ହେବା/କୁଣ୍ଡେଇ ହେବା/ଚର୍ମ ଲାଲ ପଡ଼ିବା ସାଙ୍ଗକୁ ବିନା କାରଣରେ ବାନ୍ତି ହେବା, ପ୍ରବଳ ଓ କ୍ରମାଗତ ପେଟ ବ୍ୟଥା, ମୁଣ୍ଡବିନ୍ଧା, ଶ୍ୱାସ ନେବାରେ ଅସୁବିଧା, ଛାତି ଓ ଅଙ୍ଗପ୍ରତ୍ୟଙ୍ଗରେ ଯନ୍ତ୍ରଣା, ପେଣ୍ଡା ଓ ବାହୁରେ ଫୁଲା, ଦୁର୍ବଳ ଲାଗିବା, ଅଙ୍ଗ ପକ୍ଷାଘାତ, ଆଖିରେ ଯନ୍ତ୍ରଣା, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା, ମାନସିକ ସ୍ଥିତିରେ ପରିବର୍ତ୍ତନ, ଅବସାଦ, ଜ୍ୱର, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା, ଆସ୍ଥେନିଆ(ଦୁର୍ବଳତା କିମ୍ବା ବଳହୀନ), ପିଠି ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ନିଦ୍ରାହିନତା ଭଳି ସାଇଡ୍‌ ଇଫେକ୍ଟ ରହିଥିବା ଦର୍ଶାଯାଇଛି।
ପ୍ରଫୁଲ୍ଲ କହିଛନ୍ତି ଯେ, ଆଇସିଏମ୍‌ଆର୍‌ ଏବଂ ସିଡିଏସ୍‌ସିଓର ଉତ୍ତର ଚକିତ କରିଛି। ସରକାର ଟିକାକରଣକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ବୋଲି ଘୋଷଣା କରିଥିଲେ। କିନ୍ତୁ ବସ୍‌, ଟ୍ରେନ୍‌, ବିମାନରେ ଯାତାୟାତ କରିବା, ଆନ୍ତଃରାଜ୍ୟ ଚଳପ୍ରଚଳ, ହୋଟେଲ, ରେଷ୍ଟୁରାଣ୍ଟ, ମଲ୍ଟିପ୍ଲେକ୍ସ, ମଲ୍‌ଗୁଡ଼ିକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇ ପରୋକ୍ଷରେ ଟିକା ନେବାକୁ ବାଧ୍ୟ କରାଯାଇଥିଲା। ଏହା ଭୟଭୀତ ଥିବା ଲୋକଙ୍କୁ ଫସାଇ ଦେବାଭଳି, ଯେଉଁମାନେ କି କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଜାଣି କୋଭିଡ୍‌ ଟିକା ନେଇଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ବର୍ତ୍ତମାନ ଭାରତ ସମେତ ସାରା ବିଶ୍ୱରେ ଟିକାଜନିତ ମୃତ୍ୟୁ ଘଟୁଥିବା ରିପୋର୍ଟ କରାଯାଉଛି। ହେଲେ ଭାରତରେ ଭାକ୍ସିନଗୁଡ଼ିକର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଗଣମାଧ୍ୟମ, ହସ୍ପିଟାଲ, ଟିକାକରଣ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଛି କି ନାହିଁ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜନସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି କି ନାହିଁ ତାହା ଜଣାଇବାକୁ ପ୍ରଫୁଲ୍ଲ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବହୁ ଗରିବ ଦେଶକୁ ଭାରତ ପକ୍ଷରୁ ଅନେକ କୋଟି ଟିକା ଦାନ କରାଯାଇଛି, ଯାହାକୁ ନେଇ ୨୦୨୧ରେ ବିବାଦ ହୋଇଥିଲା। ସେହି ଦେଶଗୁଡ଼ିକର ଲୋକଙ୍କୁ ଟିକାର କୁପ୍ରଭାବ ସମ୍ପର୍କରେ ଅବଗତ କରାଯାଇଛି କି ନାହିଁ ବୋଲି ପ୍ରଫୁଲ୍ଲ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri