‘ଟୟୋଟା ଇନୋଭା ହାଇକ୍ରସ୍‌’ର ବଜାର ପ୍ରବେଶ

ଭୁବନେଶ୍ୱର, ୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇନୋଭା ହାଇକ୍ରସ୍‌’ ଗାଡ଼ିକୁ ଟୟୋଟାର ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗଙ୍କ ଉପସ୍ଥିତିରେ ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ଥିବା ଟୟୋଟା ଶୋ’ରୁମ୍‌ରେ ବିଧିବଦ୍ଧ ଭାବେ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଗର୍ଗ କହିଲେ, ପଞ୍ଚମ ପିଢ଼ିର ଏହି ହାଇବ୍ରିଡ୍‌ ଇଞ୍ଜିନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଗାଡ଼ି ଯାତାୟାତରେ ସମ୍ପୂର୍ଣ୍ଣ ନିରାପଦ ।

ଉଲ୍ଲେଖଯୋଗ୍ୟ, ଉକ୍ତ ଯାନଟି ୨ଟି ଭିନ୍ନ ଜ୍ଞାନକୌଶଳରେ ଗ୍ରାହକଙ୍କୁ ସୁହାଇଲା ଭଳି ନିର୍ମାଣ କରାଯାଇଛି। ଗୋଟିଏ ପେଟ୍ରୋଲଜନିତ ଇଞ୍ଜିନ୍‌ ହୋଇଥିବା ବେଳେ ଅନ୍ୟଟି ହାଇବ୍ରିଡ୍‌ ଯୁକ୍ତ ଇଞ୍ଜିନ୍‌। ପେଟ୍ରୋଲ ଇଞ୍ଜିନଯୁକ୍ତ ଗାଡ଼ି ଏକ୍ସ ଶୋ’ରୁମ୍‌ ମୂଲ୍ୟ ପ୍ରାୟ ୧୮ ଲକ୍ଷ ୩୦ ହଜାର ଟଙ୍କା ହୋଇଥିବା ବେଳେ ହାଇବ୍ରିଡ୍‌ ଇଞ୍ଜିନଯୁକ୍ତ ଗାଡ଼ିର ମୂଲ୍ୟ ୨୮ ଲକ୍ଷ ୯୭ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏପରିକି ହାଇବ୍ରିଡ୍‌ ଇଞ୍ଜିନ୍‌ ଗାଡ଼ିରେ ୧ ଲିଟର ତେଲ ପ୍ରତି ୨୪ କି.ମି. ରାସ୍ତା ଅତିକ୍ରମ ହୋଇପାରିବ। ଏହା ବିଶ୍ୱର ପଞ୍ଚମ ପିଢ଼ି ଜ୍ଞାନକୌଶଳରେ ପ୍ରଥମ ଅତ୍ୟାଧୁନିକ ଗାଡ଼ି ହୋଇଥିବାରୁ ଗ୍ରାହକମାନଙ୍କର ଅଧିକ ପସନ୍ଦ ରହିଛି। ଟୟୋଟା ନ୍ୟୁ ଗ୍ଲୋବାଲ ଆର୍କିଟେକ୍‌ଚର(ଟିଏନ୍‌ଜିଏ) ଦ୍ୱାରା ଏହାର ବଡି ନିର୍ମାଣ ହୋଇଥିବାରୁ ଏଥିରେ ଯାତାୟାତ ସମ୍ପୂର୍ଣ୍ଣ ନିରାପଦ। ତେବେ ଗାଡିର ଡିଜାଇନ, ଏହାର ଭିତରେ ଜାଗାର ଅଭାବ ନ ଥିବାରୁ ସିଟ୍‌ ଗୁଡ଼ିକ ଚଉଡ଼ା ରହିଛି। ତେଣୁ ୬ ସିଟ୍‌ ବିଶିଷ୍ଟ ଉକ୍ତ ଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀମାନେ ଆରାମ ଅନୁଭବ କରିବେ।

ବିଶେଷକରି ଟୟୋଟା ସେଫ୍ଟିସେନ୍ସ(ଏଡିଏଏସ୍‌)ର ୬ଟି ଫିଚର ଯୋଗୁ ଗାଡ଼ି ଚଳାଇଲା ବେଳେ ଚାଳକଙ୍କୁ କୌଣସି ଅସୁବିଧା ହୁଏ ନାହିଁ। ଗାଡ଼ିର ଡାଇନାମିକ୍‌ ରାଡାର କ୍ରୁଜ୍‌ କଣ୍ଟ୍ରୋଲ ସୁଇଚ୍‌ ଅନ୍‌ କଲେ ସାମ୍ନାରେ ଯାଉଥିବା ଗାଡ଼ି ହଠାତ୍‌ ବ୍ରେକ୍‌ ମାରିଲେ ମଧ୍ୟ ଇନୋଭା ହାଇକ୍ରସ୍‌ ଗାଡିଟି ଅଟୋମେଟିକ୍‌ ସ୍ଥିର ହୋଇଯାଏ। ସେହିପରି ଗାଡ଼ି ଚାଳକ ଯଦି କୌଣସି କାରଣବଶତଃ ଯାଉଥିବା ଲେନ୍‌ରୁ ଦିଗହରା ହୋଇପଡ଼ନ୍ତି, ତେବେ ସେଥିରେ ଲାଗିଥିବା ଲେନ୍‌ଟ୍ରେସ୍‌ ଚାଳକକୁ ଜାଗ୍ରତ କରାଇଦିଏ। ଫଳରେ ହଠାତ୍‌ ଦୁର୍ଘଟଣାକୁ ଏଡ଼ାଇ ଦେଇହୁଏ। ସେହିପରି ଗାଡ଼ିଟି ପଛକୁ ଗତିକଲା ବେଳେ ରିୟଲ କ୍ରସ୍‌ ଟ୍ରାଫିକ୍‌ ଆଲର୍ଟ ଯୋଗୁ ଏହା ପଛରେ କେଉଁ ଯାନ ରହିଛି, ତାହା ଡ୍ରାଇଭର ଖୁବ୍‌ ସହଜରେ ଜାଣିପାରିଥାନ୍ତି। ଏହା ସହ ଗାଡ଼ିରେ ବ୍ଲାଇଣ୍ଡ ସ୍ପଟ୍‌ ମନିଟର କାର୍ଯ୍ୟକ୍ଷମ ଥିବାରୁ ଚାଳକଙ୍କ ଡାହାଣ ଓ ବାମପାର୍ଶ୍ୱରେ ନିକଟତର ହୋଇଥିବା ଗାଡ଼ିଗୁଡ଼ିକର ଗତିବିଧି ସହଜରେ ଜାଣିହୁଏ ଏବଂ ବ୍ରେକ୍‌ ସିଷ୍ଟମ୍‌ରେ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଗାଡ଼ିରେ ବ୍ୟବହାର କରାଯାଇଛି, ବ୍ରେକ୍‌ ମାରିଲେ ମଧ୍ୟ ଗାଡ଼ିଟି ଭାରସାମ୍ୟ ହରାଇ ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୬ ସିଟ୍‌ ବିଶିଷ୍ଟ ଉକ୍ତ ଗାଡ଼ିରେ ୬ଟି ପୃଥକ୍‌ ଭାବେ ଏୟାରବ୍ୟାଗ୍‌ ଏବଂ ଆଡଭାନ୍ସ ବ୍ରେକ୍‌ ସିଷ୍ଟମ ରଖାଯାଇଛି। ଏପରିକି ଚାହିଦା ଥିବା ଯୋଗୁ ଇନୋଭା ହାଇକ୍ରସ୍‌ ଗାଡ଼ି ବର୍ତ୍ତମାନ ସୁଦ୍ଧା ୧୭୦ଟି ବିକ୍ରି ହୋଇଥିବା କହିଛନ୍ତି ଶୋ’ରୁମ୍‌ ଏଜିଏମ୍‌ ଚମ୍ପକ କୁମାର ଦାସ। କାର୍ଯ୍ୟକ୍ରମରେ କମ୍ପାନୀର ବହୁ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌...

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ...

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri